ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଆଡ଼ପମଣ୍ଡପରେ ରାତି ଅନିଦ୍ରା ମହାପ୍ରଭୁ

0

ଭୁବନେଶ୍ବର: ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇପଡିଛି ଗୁଣ୍ଡିଚା ମନ୍ଦିର। ଚଳିତ ବର୍ଷ ରଥଟଣାଠାରୁ ଆରମ୍ଭ କରି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବା ପର୍ଯ୍ୟନ୍ତ ସମସ୍ତ କାମ ଶାନ୍ତିଶୃଙ୍ଖଳାର ସହ ସରିଛି। ନୀତିକାନ୍ତି ବି ସବୁ ସଅଳ ହୋଇଥିଲା। ହେଲେ ଆଡ଼ପ ମଣ୍ଡପରେ ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ। ନୀତିକାନ୍ତିରେ ବିଳମ୍ବ ଯୋଗୁଁ ହୋଇପାରିଲାନି ପହୁଡ ନୀତି। ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ୟ୍ୟନ୍ତ ନୀତି ହୋଇଥିଲା । ଅପରାହ୍ନ ୨ଟା ସୁଦ୍ଧା ସନ୍ଧ୍ୟାଧୂପ ଓ ରାତି ନଅଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନିତିରେ ବିଳମ୍ବ ହୋଇଛି । ନୀତିକାନ୍ତିରେ ଅବହେଳା ଯୋଗୁଁ ପହୁଡ ନିତି ହୋଇପାରିଲା ନାହିଁ । ଫଳରେ ଆଡପମଣ୍ଡପରେ ଅନିଦ୍ରା ରହିଲେ ମହାପ୍ରଭୁ ।

ସେପଟେ ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡପ ଅବଢା। ହେଲେ ଏହା ସୀମିତ ପରିମାଣର ବାହାରିବ। ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ ଶ୍ରୀଜିଉ ବିଜେ କରିବା ପରେ ପୁରୀରେ ମଧ୍ୟ କର୍ଫ୍ୟୁ କୋହଳ କରାଯାଇଛି ।

Leave A Reply

Your email address will not be published.