ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ରାଜରାସ୍ତାରେ ବିଜେପି, କଂଗ୍ରେସ

0

ବିଜେପିର ‘ବିଜୁଳି’ କଂଗ୍ରେସର ‘ତେଲ’

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିପକାଇଲାଣି । ଆଉ ସହିହେବନି । ତୁରନ୍ତ ଦରଦାମ କମାଅ । ଆଜି ରାଜ୍ୟ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟ ଓ ଅଘୋଷିତ ଦର ବୃଦ୍ଧି ବିରୋଧରେ ବିଜେପି ରାସ୍ତାକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ବିଶାଳ ସାଇକେଲ ରାଲି କରାଯାଇ ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ କରାଯାଇଛି।

ସାଇକେଲ ଚଲାଇ କଂଗ୍ରେସର ତେଲ ପ୍ରତିବାଦ ମହାମାରୀ ସମୟରେ ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ବିଶାଳ ରାଲି କରାଯାଇଛି । କଂଗ୍ରେସ ଭବନରୁ ସାଇକେଲ ରାଲି ବାହାରି ରାମମନ୍ଦିର ଅଭିମୁଖେ ଯାଇଥିଲା । ଏହାଛଡା ଆସନ୍ତାକାଲି ଅର୍ଥାତ ଗୁରୁବାର ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି । ଏଥିସହ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହା ପରେ ଜୁଲାଇ ୧୭ରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାର ପାଖରେ ଦାଖଲ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ଗ୍ରାହକମାନଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରି ବର୍ଦ୍ଧିତ ଦରଦାମକୁ ହ୍ରାସ ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବ କଂଗ୍ରେସ । ଦେଶରେ ତୈଳଦର ସହ ଅନ୍ୟାନ୍ୟ ଦରଦାମ ହୁହୁ ହୋଇ ବଢ଼ୁଛି । ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ଯୋଗୁଁ ଏବେ ତୈଳ ଦର ଲିଟର ପିଛା ୧୦୦ ପାର୍ କରିଛି। କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ-ଜୀବିକା ବିପର୍ୟ୍ୟସ୍ତ ହୋଇପଡ଼ିଛି। ତା’ ସାଙ୍ଗକୁ ଦରଦାମ ବୃଦ୍ଧିର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି ବୋଲି କହିଛି କଂଗ୍ରେସ।

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କରୋନା ପରି ସଙ୍କଟ ସମୟରେ ବାରମ୍ବାର ବିଦ୍ୟୁତ୍ କାଟ ଓ ଅଘୋଷିତ ଦରବୃଦ୍ଧି ରାଜ୍ୟରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହେଲାଣି। ବିଜୁଳି କମ୍ପାନୀ ମନ ଇଚ୍ଚା ଲାଇନ କାଟୁଛନ୍ତି । ରାଜ୍ୟ ସରକାରଙ୍କ “ସେବା କମ ଟିକସ ଅଧିକ” ଏହି ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ କାଳ ବିଜୁଳି ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିବ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜୁଳି ପରିଚାଳନା ଯୋଗୁଁ ୟୁନିଟ ପିଛା ବିଦ୍ୟୁତ ଦର ୩୦ ପଇସା ଓ ୫୦ ପଇସା ବଢିଛି । ଏସଡିଆରଏଫରେ ଥିବା ଟଙ୍କା ବାତ୍ୟା ସମୟରେ ବିଦ୍ୟୁତ ଭିତିଭୂମି ଲାଗି ଖର୍ଚ୍ଚ ହୋଇଛି । କେତେ ଖର୍ଚ୍ଚ ହୋଇଛି ? କେଉଁଠି ଖର୍ଚ୍ଚ ହୋଇଛି ? ତା ଉପରେ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି ।

Leave A Reply

Your email address will not be published.