ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଆଜିଠୁ ଏମସରେ ଏକ୍‌ମୋ ଚିକିତ୍ସା

0

ଭୁବନେଶ୍ବର: ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟରୁ ଆଉ ବାହାରକୁ ଏୟାରଲିଫ୍ଟ ହେବେନି ରୋଗୀ। ଆଜିଠୁ ଭୁବନେଶ୍ୱର ଏମ୍ସ‌ରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା। ଆଜି ଭୁବନେଶ୍ୱର ଏମସର ପ୍ରତିଷ୍ଠା ଦିବସ ଅବସରରେ ଏହି ଚିକିତ୍ସା ଆରମ୍ଭ ହେବ।

କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଏକ୍‌ମୋ ଚିକତ୍ସା ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ନଥିବାରୁ ଗୁରୁତର ରୋଗୀଙ୍କୁ ବାହାର ରାଜ୍ୟକୁ ପଠାଯାଉଥିଲା। ବାହାର ରାଜ୍ୟକୁ ଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦରକାର ପଡୁଥିଲା । ଫଳରେ ସାଧାରଣ ରୋଗୀ ପକ୍ଷେ ଚିକିତ୍ସା ସମ୍ଭବ ନଥିଲା। ତେଣୁ ରାଜ୍ୟରେ ଏହା ଆବଶ୍ୟକତାକୁ ଲକ୍ଷ୍ୟ କରି ୧୫ ଦିନ ତଳେ ଏମସକୁ ଏହି ଏକ୍‌ମୋ ମେସିନ ଆସଥିଲା । ଆଜି ପ୍ରତିଷ୍ଠା ଦିବସରେ ଏହାର ଲୋକାର୍ପିିତ କରାଯିବ । ଆଗକୁ ଆଉ ଗୋଟେ ଏକ୍‌ମୋ ମେସିନ ମଧ୍ୟ ଆଣିବା ପାଇଁ ପ୍ରସ୍ତାବ ରହିଛି।

ଅନ୍ୟପକ୍ଷରେ ଏସସିବିକୁ ମଧ୍ୟ ୯ଟି ଏକ୍‌ମୋ ମେସିନ ଆସିବାର ଅଛି। ଅଗଷ୍ଟ ୧୫ରେ ଏସସିବିର ଏକ୍ମୋ‌ ମେସିନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁତର ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିବା ବେଳେ ମିସନ ମୋଡରେ କାମ କରି ସରକାର ରାଜ୍ୟରେ ଏକ୍ମୋ‌ ବ୍ୟବସ୍ଥା କରାଇଛନ୍ତି।

Leave A Reply

Your email address will not be published.