ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ସୁପ୍ରିମକୋର୍ଟରେ ଆଜି ପରୀ ଶୁଣାଣି

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟର ଚାରି ନମ୍ବର କୋର୍ଟରେ ଆଇଟମ ନମ୍ବର ୧୫ରେ ପରି ଏହି ମାମଲା ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ଏ ଏମ୍‌ ଖାଓ୍ବଲିକର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଙ୍କ କୋର୍ଟରେ ମାମଲାର ଶୁଣାଣୀ କରାଯିବ।

ପରି ହତ୍ୟା ଏବଂ ଅପହରଣ ମାମଲାରେ ସ୍ୱତନ୍ତ୍ର ତଦନ୍ତ କରିବା ଏବଂ ଓଡ଼ିଶାରେ ନିଖୋଜ ଶିଶୁମାନଙ୍କ ସଂପର୍କରେ ସିବିଆଇ ଦ୍ଵାରା ତଦନ୍ତ କରାଯାଉ ବୋଲି ପରୀର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲା ଗ୍ରହଣ କରିଛନ୍ତି।

ଇତିମଧ୍ୟରେ ପରୀର ପରୀ ଅପହରଣ ଓ ହତ୍ୟାକୁ ବର୍ଷେ ପୂରିଛି। ଏହି ଘଟଣାକୁ ବିଜେପି ପକ୍ଷରୁ ଏକ ପ୍ରସଙ୍ଗ କରାଯାଇ ଢେର୍ ଦିନ ଯାଏ ଆନ୍ଦୋଳନ କରାଯାଇଥିଲା। ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଜେପି ସେବେ ଦାବି କରିଥିଲା। ସେପଟେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ କରି ମାମଲାର ତଦନ୍ତ କରିଥିଲେ। ଏହି ଘଟଣାରେ ଜଣେ ୧୮ ବର୍ଷର ଜଣେ ଯୁବକ ହୋଇ ଏବେ ଜେଲରେ ଅଛନ୍ତି। ଗତବର୍ଷ ଜୁଲାଇ ୧୪ ତାରିଖରେ ଅପହୃତ ପରୀର ଗଳିତ ଶବ ୨୩ ତାରିଖରେ ମିଳିଥିଲା।

Leave A Reply

Your email address will not be published.