ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଅଗଷ୍ଟ ପହିଲା ଯାଏ ଲକ୍‌ଡାଉନ୍ ରହିବ, ଟିକେ କୋହଳ

0
  • ସାରା ରାଜ୍ୟରେ ବସ ସେବାକୁ ଅନୁମତି, ସ୍ପା, ପାର୍ଲର ,ଜିମ୍ ଖୋଲିବ
  • କାଟେଗୋରି ଏ ଜିଲ୍ଲାରେ ଦୋକାନବଜାର ସବୁଦିନ ରାତି ୮ଯାଏ ଖୋଲିବ
  • କାଟେଗୋରି ବି ଜିଲ୍ଲାରେ ୨ଟା ପରିବର୍ତ୍ତେ ସନ୍ଧ୍ୟା ୫ ଯାଏ ଖୋଲିବ
  • ପାଞ୍ଚଦିନ ପାଇଁ ଅନୁମତି, ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ରହିବ
  • ବିବାହ, ଅନ୍ତ୍ୟେଷ୍ଟି ପାଇଁ ପୂର୍ବଭଳି କଟକଣା, ସ୍କୁଲ ଆଦି ବି ବନ୍ଦ ରହିବ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଶିଂକ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ପୂର୍ବ ଅପେକ୍ଷା କଟକଣାକୁ ସାମାନ୍ୟକୋହଳ କରାଯାଇଛି । ପୂର୍ବଭଳି ୩୦ଟି ଜିଲ୍ଲାକୁ ୨ଟି କାଟାଗୋରିରେ ବିଭକ୍ତ କରାଯାଇଛି । କାଟାଗୋରି ଏରେ ୨୦ଟି ଜିଲ୍ଲାଥିବା ବେଳେ କାଟାଗୋରୀ ବିରେ ୧୦ ଜିଲ୍ଲା ରହିଛି। ଆଜି ମୁଖ୍ୟଶାସନ ସଚିବ ସଚିବ ସୁରେଶ ମହାପାତ୍ର କୋଭିଡ୍ ଆସନ୍ତା ୧୫ ଦିନ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରି ଏପରି ଘୋଷଣା କରିଛନ୍ତି।଼

ମୁଖ୍ୟଶାସନ ସଚିବ କହିଥିଲେ, ସଂକ୍ରମଣ ଜୁଲାଇ ୧ ତାରିଖରେ ୫ ପ୍ରତିଶତ ଥିଲା। ଏବେ ଏହା ୩ ପ୍ରତିଶତକୁ କମିଛି। ଗତଥର ଜିଲ୍ଲାମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ତାହା ଜାରି ରହିବ। କାରଣ ବର୍ତ୍ତମାନ ମଧ୍ୟ ଖୋର୍ଧା, କଟକ, ପୁରୀ ଆଦିରେ ସଂକ୍ରମଣ ଅଧିକ ରହିଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୨ହଜାରକୁ ଖସିଆସିଥିଲେ ହେଁ ଖୋର୍ଧା ଓ କଟକରେ ୪୦ ପ୍ରତିଶତ କରୋନା ପଜିଟିଭ୍ ଚିହ୍ନଟ ହେଉଛି। ଏଣୁ ଅଗଷ୍ଟ ପହିଲା ଅର୍ଥାତ୍ ଆଉ ଦୁଇ ସପ୍ତାହ ଆଂଶିକ ଲକଡାଉନ୍ ଜାରି ରହିବ।

ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି କିଛି କ୍ଷେତ୍ରରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇ ମୁଖ୍ୟସଚିବ କହିଥିଲେ, କାଟାଗୋରି ଏରେ ଥିବା ୨୦ ଜିଲ୍ଲାରେ ୭ ଦିନ ଯାକ ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ । ଏହା ପରେ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୬ଟା ବଳବତ୍ତର ରହିବ। କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ ଏବେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ଏହି ୧୦ ଜିଲ୍ଲାରେ ସଟଡାଉନ ବଳବତ୍ତର ରହିବ। କେବଳ ସପ୍ତାହକୁ ୫ ଦିନ ଦୋକାନ ବଜାର ଖୋଲିବ । ନାଇଟ କର୍ଫ୍ୟୁ ଏହି ଜିଲ୍ଲାରେ ସନ୍ଧ୍ୟା ୫ରୁ ସକାଳ ୬ ଯାଏ ଲାଗୁ କରାଯିବ।

ଆଗରୁ କାଟେଗୋରି ଏ ଜିଲ୍ଲାରେ ବସ ଚାଲିବାକୁ ଅନୁମତି ଦିଆଯାଉଥିଲା। ଏବେ ସମଗ୍ର ରାଜ୍ୟରେ ବସ ସେବାକୁ ଅନୁମତି ଦିଆଯିବ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ପୁରୀକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବସ୍ ପୁରୀକୁ ଯାଇପାରିବ ନାହିଁ।

ଟାକ୍ସି, ଅଟୋରିକ୍ସା ଆଦି ଚାଲିବ। ଡ୍ରାଇଭର ଓ ଅନ୍ୟ ଦୁଇଜଣ ଚାଲିବ। ଯେତିିକି ସମୟ ସବୁ କିଛି ଖୋଲା ରହିବ, ସେତିକି ସମୟ ପାଇଁ ଏହା ଚାଲିବ।

ରାଜ୍ୟରେ ବିୟୁଟି ପାର୍ଲର, ସ୍ପା, ଜିମ୍ ଆସନ୍ତାକାଲି ଠାରୁ ଖୋଲିବ। ସେମାନେ କଡାକଡି ଭାବେ କୋଭିଡ୍ ପ୍ରୋଟୋକଲ୍ ପାଳନ କରିବେ। ସେହିଭଳି ବିନା ଦର୍ଶକରେ କ୍ରୀଡା ପ୍ରତିଯୋଗିତା ହୋଇପାରିବ।

ଆହୁରି ମଧ୍ୟ ଆଉଟ୍ ଡୋର ଓ ଇନ୍ ଡୋର ସୁଟିଂକୁ ଅନୁମତି ମିଳିଛି। ପୂର୍ବରୁ ଯାହା ଅନୁମତି ଦିଆଯାଇଥିଲା, ତାହା ବି ଜାରି ରହିବ। ସେହିଭଳି କୃଷି, ଶିଳ୍ପ ପ୍ରତିଷ୍ଠାନ ସହିତ ପୂର୍ବରୁ ଅନୁମତି ଦିଆଯାଇଥିବା କାମ ଚାଲିବ। ହେଲେ ପାର୍କ, ସିନେମା ହଲ୍, ମେଳା, ଯାତ୍ରା, ମଲ୍ ଖୋଲିବ ନାହିଁ। ବିବାହ, ଅନ୍ୟେଷ୍ଟି କଟକଣା ବଳବତ୍ତର ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ବାର୍ ବନ୍ଦ ରହିବ। ରେସ୍ତୋରାଁରେ ଖାଇପାରିବେନାହିଁ, କେବଳ ପାର୍ସଲ ନେଇପାରିବେ।

Leave A Reply

Your email address will not be published.