ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ମନ୍ତ୍ରୀ ନବ ଦାସଙ୍କୁ ଚାରିଖୁଣ ମାଫ୍!

0
  • ଯିଏ ପ୍ରଦର୍ଶନ ନ କରିବେ, ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ନାହିଁ: ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ସରକାରଙ୍କ ସ୍କାନରରେ ନାହିଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୋଭିଡରେ ପୋକମାଛି ଭଳ ଲୋକ ମଲେ, ନବ ବେଫିକର

ଭୁବନେଶ୍ବର: କୋଭିଡ୍ ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତାର ବୋଝ ମୁଣ୍ଡାଇଲେ ଡାକ୍ତର ହର୍ଷବର୍ଦ୍ଧନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମନ୍ତ୍ରିମଣ୍ଡଳ ନବକଳେବର ବେଳେ ତାଙ୍କୁ ନିର୍ଦୟ ଭାବେ ବିଦା କରିଛନ୍ତି। ସମାନ ଦଶା ଭୋଗିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକରଙ୍କ ଠାରୁ ଆରମ୍ଭ କରି ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ। ଯେଉଁମାନେ ପ୍ରଦର୍ଶନ କରିବେ ନାହିଁ, ସେମାନଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ନାହିଁ। ଏମିତି ଗୋଟିଏ ବାର୍ତ୍ତା ଆସିଲା କେନ୍ଦ୍ରରୁ।

ନୂଆଦିଲ୍ଲୀରୁ ଏଭଳି ସଙ୍କେତ ଆସିବା ପରେ ଓଡ଼ିଶାର କେଉଁ ମନ୍ତ୍ରୀ କେତେ ସଫଳ ସେ ସଂକ୍ରାନ୍ତର ପୋଷ୍ଟମର୍ଟମ ଆରମ୍ଭ ହୋଇଗଲାଣି। କୋଭିଡ୍ ମହାମାରୀ ସମୟରେ ସ୍ବାସ୍ଥ୍ୟ ବିଭାଗ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଆଉ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ସରକାର କିଭଳି ଚାଲିଛି ତାହା ଗୋଟିଏ ବିଭାଗରୁ ଅତି ସହଜରେ ଜଣାପଡ଼ିବ। ତାହା ହେଲା, କରୋନା ସମୟରେ ଲୋକଙ୍କ ସ୍ବାସ୍ଥ୍ୟ କପରି ଅଛି? ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଭଲ ଅଛି ତ? ଏଣୁ ଉଭୟ ସଙ୍ଗିନ୍ ପ୍ରସଙ୍ଗରେ ଜାଣିବାକୁ ହେଲା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସଫଳତା ଓ ବିଫଳତା ସଂପର୍କରେ ତର୍ଜମା କରିବା ଅପରିହାର୍ଯ୍ୟ ହୋଇପଡିଛି।

ସଂପ୍ରତି ଓଡ଼ିଶାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସମୀର ଦାଶଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ସାରକା, ପଦ୍ମିନୀ ଦିଆନଙ୍କ ପର୍ଯ୍ୟନ୍ତ ଡଜନେ ମନ୍ତ୍ରୀଙ୍କ ପାରଦର୍ଶିତା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କ ଟିକସ ଅର୍ଥରେ ସବୁ ସରକାରୀ ସୁବିଧା ହାତଉଥିବା ଏହି ମନ୍ତ୍ରୀମାନେ କାହାର ସ୍ବାର୍ଥର ସୁରକ୍ଷା ପାଇଁ ଅଛନ୍ତି? ନବୀନଙ୍କ ଦୃଢ ନେତୃତ୍ବ ଓ ସଶକ୍ତ ପ୍ରଶାସନ ଭିତରେ ଏ ଦୁର୍ବଳ ମନ୍ତ୍ରିମଣ୍ଡଳ ଲୋକଙ୍କୁ ଭାରାକ୍ରାନ୍ତ କରୁଛି କି? କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏ ମନ୍ତ୍ରୀମାନଙ୍କୁ ଉତ୍ତରଦାୟୀ କରୁନାହାନ୍ତି?

ଯଦିଓ ବିଭାଗୀୟ ପ୍ରଦର୍ଶନରେ ଅଧାରୁ ଅଧିକ ମନ୍ତ୍ରୀ ବିଫଳ, ତଥାପି ସବୁଠାରୁ ସମ୍ବେଦନଶୀଳ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ପ୍ରଥମେ ଆଲୋଚନା କରାଯାଉ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ। ପରେ ଦଳ ବଦଳ କରି ସେ ବିଜେଡିକୁ ଆସିଲେ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ପାଇଲେ। ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଓ ବିଶ୍ବାସ କରିବାରେ ଅପ୍ରାସଙ୍ଗିକତା କିଛି ନାହିଁ। ହେଲେ ନବ ଦାସ ତାର ପ୍ରତିଦାନରେ ରାଜ୍ୟକୁ ଓ ବିଜେଡିକୁ କଣ ଦେଲେ, ତାହା କେହି ଦେଖିପାରିଲେ ନାହିଁ।

କୌତୂହଳ କଥା ହେଲା, ନବଙ୍କୁ ନେଇ ବିଜେଡି ନେତାଙ୍କ ପେଟରେ ପେଟେ ଅସନ୍ତୋଷ। ତାର କାରଣ ହେଲା, ନବ ଦାୟିତ୍ବ ନେବା ପରେ ବି ପଶ୍ଚିମ ଓଡ଼ିଶାରେ ବିଜେପିର ଉତ୍ତରଣ ହୋଇଛି। ନବଙ୍କୁ ମନ୍ତ୍ରୀ ପଦ ମିଳିଲା, ଅଥଚ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସେ ପାରଦର୍ଶିତା ପ୍ରଦର୍ଶନ କରିପାରିଲେ ନାହିଁ। ବରଂ କେତେବେଳେ ନିଜ ପୁଅ ଓ ଆଉ କେବେ ଝିଅକୁ ସାମ୍ନାକୁ ଆଣି ଏମିତି ପରିସ୍ଥିତି ସୃଷ୍ଟି କଲେ ଯେ ସ୍ଥାନୀୟ ଅଞ୍ଚଳରେ ଏବେ ଅସନ୍ତୋଷ କାହିଁରେ କେତେ। ରାଜ୍ୟ ସରକାରଙ୍କୁ ବି ବେଶ୍ ହଲାପଟା ହେବାକୁ ପଡ଼ିଲା। ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନ ତଥାପି ଦୋହଲୁଛି।

ସରକାର କଥା କହିଲେ, ସ୍ଥିତି ଆହୁରି ଗମ୍ଭୀର। ଯେବେ କୋଭିଡରେ ଔଷଧ କିଣା କେଳେଙ୍କାରୀ ଆସିଲା, ସେବେ ଅଫିସରଙ୍କୁ ସମସ୍ତେ ଦାୟୀ କଲେ। ବିରୋଧୀଙ୍କ ସ୍ବର ବି ବିଚିତ୍ର ଥିଲା। ଗୋଟିଏ ବିଭାଗର ମୁଖ୍ୟ ହେଉଛନ୍ତି ମନ୍ତ୍ରୀ। ଗାଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକମାନେ ତାଙ୍କୁ ନିର୍ବାଚିତ କରିଛନ୍ତି ଓ ସେ ଉତ୍ତରଦାୟୀ। ହେଲେ ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀଙ୍କ ଭୂମିକା ନେଇ ବିରୋଧୀ ଯେତିକି ଗର୍ଜିଲେ, ଏହି ଘଟଣାରେ ସରକାରୀ ମୋହର ଲାଗିବାରେ ମୁଖ୍ୟ ଆୟୁଧ ସାଜିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପାଇଁ ସେମିତି ମୁହଁ ଖୋଲିଲେ ନାହିଁ।

ଅବଶ୍ୟ ବିରୋଧୀ ଦଳର ଏଭଳି ମିଛ ନାଟକବାଜି ରାଜ୍ୟବାସୀ ଧରିଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସକୁ କ୍ଷମତା ରାଜନୀତି ଠାରୁ ବହୁ ଦୂରଗଣମାଧ୍ୟମରେ ବୟାନବାଜି ଓ ହାତଗଣତି ଲୋକଙ୍କୁ ନେଇ ଗଣମାଧ୍ୟରେ ଫଟୋ ଆସିବା ଭଳି ଗୋଟିଏ କାର୍ଯ୍ୟକ୍ରମ ଭିତରେ ସେମାନେ ସୀମିତ ହୋଇଗଲେଣି।

ହେଲେ ଏ କ୍ଷେତ୍ରରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଘଟଣାଟି ଘଟିଲା, ତାହା ହେଲା ଔଷଧ କିଣା ଘଟଣାରେ ମନ୍ତ୍ରୀଙ୍କ ମୋହର ଲାଗି ବି ସେ ଦୋଷମୁକ୍ତ ହୋଇ ବୁଲିଲେ। ତାଙ୍କୁ ଲୋକପାଳଙ୍କ ନିକଟରେ ହାଜର ହେବାକୁ ପଡିଲା ନାହିଁ। ତେଣିକି ସରକାର ତାଙ୍କୁ ଯେତେ ସୁରକ୍ଷା ପଛେ ଦିଅନ୍ତୁ, ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସେ ହିଁ ଉତ୍ତରଦାୟୀ। ଇତିମଧ୍ୟରେ ଦ୍ବିତୀୟ ଲହରର ଭୀଷଣ ପ୍ରଭାବ ପଡ଼ିଛି ରାଜ୍ୟରେ। ଶହ ଶହ ଲୋକଙ୍କ ଜୀବନ ଚାଲିଗଲା। ଏ ବିଭାଗର ମନ୍ତ୍ରୀ ଅର୍ଥାତ୍ ସ୍ବାସ୍ଥ୍ୟ ମନ୍ତ୍ରୀ କି କାର୍ଯ୍ୟ କଲେ, ଏକଥା ରାଜ୍ୟ ସରକାର ଲୋକଙ୍କ ସାମ୍ନାକୁ ଆଣିବା ଦରକାର। କେଉଁ କେଉଁ ଡାକ୍ତରଖାନାକୁ ମନ୍ତ୍ରୀ ଶ୍ରୀ ଦାସ ଅନୁଧ୍ୟାନ କରିବାକୁ ଯାଇଥିଲେ, କେତେଥର ସେ ଅଧିକାରୀମାନଙ୍କ ବୈଠକ ନେଇଛନ୍ତି, ସର୍ବୋପରି ତୃତୀୟ କୋଭିଡ୍ ଲହର ପାଇଁ ଯେବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅଫିସ ତନାଘନା ଆରମ୍ଭ କରିଛନ୍ତି, ସେବେ ନବଙ୍କର ଭୂମିକାଟି ସେଥିରେ କଣ।

ସରକାରୀ ପ୍ରେସ ବିଜ୍ଞପ୍ତି ସୂଚାଇ ଦେଉଛି ଯେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହରେ କରୁଥିବା କୋଭିଡ୍ ସମୀକ୍ଷା ବୈଠକରେ ମନ୍ତ୍ରୀ ନବ ଦାସ ରହୁନାହାନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କର ବିଶ୍ବାସ ଭିତରେ ଆଉ ନବ ନାହାନ୍ତି, ଏକଥା ଧୀରେ ଧୀରେ ସ୍ପଷ୍ଟ ହେଲାଣି। କେବଳ ବିଭାଗୀୟ ଉଦଘାଟନ , ସଭା କିମ୍ବା ସରକାରୀ କାର୍ଯ୍ୟକ୍ରମରେ ନବଙ୍କୁ ଡକାଯାଉଛି। ଏପରିସ୍ଥଳେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପିଅନ, ଚପରାସି ତାଙ୍କ ପାଇଁ କାହିଁକି ଖଞ୍ଜାଯିବ? କାହିଁକି ସରକାର ନବଙ୍କୁ ବହିଷ୍କାର କରୁନାହାନ୍ତି? ମନ୍ତ୍ରୀ ନବ ଦାସ ସ୍ବାସ୍ଥ୍ୟ ବିଭାଗ ଛାଡ଼ି ଆଉ କେଉଁ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ସମୟ ଦେଇ ପାରୁନାହାନ୍ତି କି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଦୁର୍ବଳ କରିବା କ୍ଷେତ୍ରରେ ନବ ଦାସଙ୍କ ଭୂମିକା ରହିଛି କି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି।

ଏକଥା ବି ଚର୍ଚ୍ଚା ହେଲାଣି ଯେ ଲୋକପ୍ରତିନିଧି ଭାବେ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଭୋଟ ଦେଇଛନ୍ତି। ଏଣୁ ସେ ବିଧାୟକ ହୁଅନ୍ତୁ। କିନ୍ତୁ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରକୁ ରାଜ୍ୟବାସୀଙ୍କୁ କ୍ଷମତାକୁ ଆଣିଛନ୍ତି। ଏଥିରେ ଯେଉଁମାନେ ଯୋଗଦାନ ନ ଦେବେ, ସେମାନେ ବିଧାୟକ ବରଂ ହୁଅନ୍ତୁ କି ମନ୍ତ୍ରୀ ହେବାର କୌଣସି ଯୋଗ୍ୟତା ରଖନ୍ତି ନାହିଁ।

Leave A Reply

Your email address will not be published.