ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଟଳମଳ ହେଲାଣି ୟେଦୁରପ୍ପାଙ୍କ ଗାଦି, ପଦ ଛାଡିବେ

0

ନୂଆଦିଲ୍ଲୀ: ଯେ କୌଣସି ମୁହୂର୍ତ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବିଏସ୍ ୟେଦୁରପ୍ପା। ଏଭଳି ଏକ ଚର୍ଚ୍ଚା ନୂଆଦିଲ୍ଲୀରେ ଧୀରେ ଧୀରେ ଜୋର ଧରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ ସମୟରେ ତାଙ୍କୁ ପଦ ଛାଡିବା ଲାଗି ସଙ୍କେତ ଦିଆଯାଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଅସୁସ୍ଥତା ଦର୍ଶାଇ ଦାୟିତ୍ବରୁ ମୁକ୍ତ ହେବା ଲାଗି ମଧ୍ୟ ତାଙ୍କୁ ଠୋସ୍ ଭାବେ କୁହାଯାଇଥିବା ଆଲୋଚନା ହେଲାଣି। କର୍ଣ୍ଣାଟକ ବିଜେପିରେ ମାସାଧିକ ଧରି ଅସନ୍ତୋଷ ଦେଖାଦେଇଛି।

ଶୁକ୍ରବାର ସନ୍ଧ୍ୟାରେ ୟେଦୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେ ଇସ୍ତଫା ଦେବା ଲାଗି ଆଗ୍ରହ ଦେଖାଇଥିବା ଗୋଟିଏ ମହଲ କହୁଛନ୍ତି। ଏପରିକି ସେ ଅସୁସ୍ଥ ଥିବା କଥା କହିଥିବା ଚର୍ଚ୍ଚା ହେଉଛି। ତେବେ ହାଇକମାଣ୍ଡ ଏହାକୁ ଗ୍ରହଣ କରିଛନ୍ତି କି ନାହିଁ ଜଣାପଡିନାହିଁ। ଅନ୍ୟ ଗୋଟିଏ ସୂତ୍ର କିନ୍ତୁ କହୁଛି, ତାଙ୍କୁ ପଦ ଛାଡିବା ଲାଗି ସଙ୍କେତ ଦିଆଯାଇଛି। ତେବେ ଏ ମଧ୍ୟରୁ ଯାହା ବି ସତ ହୋଇଥାଉ ନା କାହିଁକି, ୟେଦୁରପ୍ପାଙ୍କ ଗାଦି ଟଳମଳ ହେଲାଣି। ଜୁଲାଇ ୨୬ ତାରିଖ ଦିନ ତାଙ୍କର ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ହେବ। ସେହି ଅବସରରେ ନେତୃତ୍ବ ପରିବର୍ତ୍ତନ ରାସ୍ତା ଖୋଲାଯିବ।

କିନ୍ତୁ ତାଙ୍କ ପଦ ଉପରେ ଥିବା ବିପଦ ସଂପର୍କିତ ଗଣମାଧ୍ୟମର ପ୍ରଶ୍ନକୁ ସେ ଟାଳିଦେଇଛନ୍ତି। କହିଛନ୍ତି ଯେ ଏଭଳି କୌଣସି ଗୁଜବ ବିଷୟରେ ସେ ଜାଣନ୍ତି ନାହିଁ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବେଙ୍ଗାଲୁର ପେରିଫେରିଆଲ୍ ରିଙ୍ଗ୍ ରୋଡ୍ ପ୍ରକଲ୍ପ ଏବଂ ମେକେଡାଟୁ ପ୍ରକଳ୍ପ ସଂପର୍କରେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାହା ସ୍ପଷ୍ଟ ହୋଇନାହିଁ। ହେଲେ ବିଜେପି ନେତାମାନଙ୍କ ସହିତ ଆଲୋଚନା ପାଇଁ ଇତିମଧ୍ୟରେ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ଚାଟାର୍ଡ ବିମାନ ଧରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେହିଭଳି ଆଜି ସକାଳେ ମୁଖ୍ୟମନ୍ତ୍ରୀ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ମାସ ମାସ ଧରି ଜାରି ରହିଛି। ଅନେକ ନେତା ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀକୁ ଆଦୌ ଡରିନଯାଇ ବିଜୟପୁର ନଗର ବିଧାୟକ ବାସନାଗୁଡା ପାଟିଲ, ପର୍ଯ୍ୟଟନ ମନ୍ତ୍ରୀ ସି.ପି ଯୋଗେଶ୍ୱର ଏବଂ ବିଧାନ ପରିଷଦ ସଦସ୍ୟ ଏ.ଏ. ବିଶ୍ୱନାଥ ଶ୍ରୀ ୟେଦୁରପ୍ପାଙ୍କୁ ବାରମ୍ବାର ଅକଳରେ ପକାଉଛନ୍ତି। ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି। ବିଜେପି ଶୀର୍ଷ ନେତୃତ୍ବ ପରିସ୍ଥିତି ସଂପର୍କରେ ଜାଣିବା ଲାଗି କର୍ଣ୍ଣାଟକକୁ ଏକ ଟିମ୍ ପଠାଇଥିଲେ। ସେ ରାଜ୍ୟ ଦାୟିତ୍ବରେ ଥିବା ନେତା ଅରୁଣ ସିଂ କହିିଥିଲେ ଦଳ ନେତୃତ୍ବ ସହିତ ରହିଛି ଓ ତାଙ୍କ ସରକାର ଭଲ କାମ କରୁଛନ୍ତି।

Leave A Reply

Your email address will not be published.