ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ

0

ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି । ପରୀକ୍ଷା ପରେ ଅଗଷ୍ଟ ୧୦ରୁ ୧୫ ଭିତରେ ଖାତା ମୂଲ୍ୟାୟନ ହେବ । ଏବଂ ଅଗଷ୍ଟ ୨୨ ଭିତରେ ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।

ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟର ପରୀକ୍ଷା କେନ୍ଦ୍ର ହେବ । କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ପରୀକ୍ଷା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବିନା ମାସ୍କରେ ପରୀକ୍ଷା ଦେଇପାରିବେ ନାହିଁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପାଇଁ ର୍ଥମାଲ ସ୍କାନିଂ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷାକେନ୍ଦ୍ରରେ ଆଇସୋଲେସନ ରୁମ ରଖାଯିବ । ପରୀକ୍ଷା ଆରମ୍ଭ ପୂର୍ବରୁ ଓ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବ । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ ଟେଷ୍ଟ ହେବ । ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତିା ଚଳିତବର୍ଷ କରୋନା ପାଇଁ ଦଶମ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ଫଳ ବାହାରିଥିଲା । କିନ୍ତୁ ଅନେକ ଛାତ୍ରଛାତ୍ର ନିଜ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ।

Leave A Reply

Your email address will not be published.