ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଅନଲାଇନ ଶିକ୍ଷା ପାଇଁ ୬୧୪୩ କୋଟି

0
  • ଅନଲାଇନ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ୫ ବର୍ଷ ପାଇଁ ୨୧୮ କୋଟି
  • • କୋଭିଡ୍ ସମୟରେ ଅନଲାଇନ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୪.୭୫ କୋଟି
  • •ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି
  • •ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇଁ ପଦକ୍ଷେପ ନିଆଯାଉଛି
  • •୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ବ୍ୟବସ୍ଥା
  • •ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର , ଜୁଲାଇ ୧୯ – ପ°ଚଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷ ପାଇଁ ସବୁ ରାଜ୍ୟକୁ ୬ ହଜାର ୧୪୩ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶା ପାଇଁ ଏହି କ୍ଷେତ୍ରରେ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି ବୋଲି ସଂସଦରେ ଏ ସମ୍ପର୍କିତ ପ୍ରଶ୍ନରଉତ୍ତରରେ କହିଛନ୍ତ କେନ୍ଦ୍ର ଶିକ୍ଷା ଏବ° ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗର ସୂଚନା ଏବ° ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା ଉପରେ ରାଷ୍ଟ୍ରୀୟ ଅଭିଯାନ ଦ୍ଵାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ସୂଚନା ଏବ° ଯୋଗାଯୋଗ ପ୍ରଯୁକ୍ତି ଆଧାରିତ ଶିକ୍ଷା ଉପଲବ୍ଧ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ସ୍ଵୟମ , ସ୍ୱୟମ ପ୍ରଭା , ଏନଡିଏଲ , ଭର୍ଚୁଆଲ ଲ୍ୟାବ୍, ଇ-ଯନ୍ତ୍ର , ଫୋସେସ , ଇ-ଏସଏସ , ସୋଦ୍ଧ-ସୁଦ୍ଧି , ଇଆରପି ଇତ୍ୟାଦି ଭଳି ଡିଜିଟାଲ ପଦକ୍ଷେପ ନିଆ ଯାଇଛି। ସ୍ଵୟମ୍ ମାଧ୍ୟମରେ ଗୁଣାତ୍ମକ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି।

ଆଞ୍ଚଳିକ ଭାଷାରେ ଅନଲାଇନ କୋର୍ସ ମୁକ୍ସ , ଡିଜିଟାଲ କ୍ଲାସରୁମ୍ ର ବ୍ୟବସ୍ଥା କରିବା ସହ ୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ବ୍ୟବସ୍ଥା କରାଯାଉଛି। ସେହିପରି କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ସବୁ ରାଜ୍ୟକୁ ଏହି ଅନଲାଇନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଆଗମୀ ୫ ବର୍ଷ ପାଇଁ ୬ ହଜାର ୧୪୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଆଗମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଏବଂ ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ ଏବ° ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ମଇ ୧୭ ତାରିଖରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଆରମ୍ଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପରିଗଣିତ ପଛୁଆ ଜିଲ୍ଲାକୁ ୧୯୪ଟି ଆଦର୍ଶ ଡ଼ିଗ୍ରୀ କଲେଜ୍କୁ ମଜୁରୀ ଦିଆଯାଇଥିବା ବେଳେ ଓଡ଼ିଶାର ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆ ଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.