ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅନଲାଇନ ଶିକ୍ଷା ପାଇଁ ୬୧୪୩ କୋଟି

0
  • ଅନଲାଇନ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ୫ ବର୍ଷ ପାଇଁ ୨୧୮ କୋଟି
  • • କୋଭିଡ୍ ସମୟରେ ଅନଲାଇନ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୪.୭୫ କୋଟି
  • •ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି
  • •ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇଁ ପଦକ୍ଷେପ ନିଆଯାଉଛି
  • •୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ବ୍ୟବସ୍ଥା
  • •ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର , ଜୁଲାଇ ୧୯ – ପ°ଚଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷ ପାଇଁ ସବୁ ରାଜ୍ୟକୁ ୬ ହଜାର ୧୪୩ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶା ପାଇଁ ଏହି କ୍ଷେତ୍ରରେ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି ବୋଲି ସଂସଦରେ ଏ ସମ୍ପର୍କିତ ପ୍ରଶ୍ନରଉତ୍ତରରେ କହିଛନ୍ତ କେନ୍ଦ୍ର ଶିକ୍ଷା ଏବ° ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗର ସୂଚନା ଏବ° ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା ଉପରେ ରାଷ୍ଟ୍ରୀୟ ଅଭିଯାନ ଦ୍ଵାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ସୂଚନା ଏବ° ଯୋଗାଯୋଗ ପ୍ରଯୁକ୍ତି ଆଧାରିତ ଶିକ୍ଷା ଉପଲବ୍ଧ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ସ୍ଵୟମ , ସ୍ୱୟମ ପ୍ରଭା , ଏନଡିଏଲ , ଭର୍ଚୁଆଲ ଲ୍ୟାବ୍, ଇ-ଯନ୍ତ୍ର , ଫୋସେସ , ଇ-ଏସଏସ , ସୋଦ୍ଧ-ସୁଦ୍ଧି , ଇଆରପି ଇତ୍ୟାଦି ଭଳି ଡିଜିଟାଲ ପଦକ୍ଷେପ ନିଆ ଯାଇଛି। ସ୍ଵୟମ୍ ମାଧ୍ୟମରେ ଗୁଣାତ୍ମକ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି।

ଆଞ୍ଚଳିକ ଭାଷାରେ ଅନଲାଇନ କୋର୍ସ ମୁକ୍ସ , ଡିଜିଟାଲ କ୍ଲାସରୁମ୍ ର ବ୍ୟବସ୍ଥା କରିବା ସହ ୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ବ୍ୟବସ୍ଥା କରାଯାଉଛି। ସେହିପରି କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ସବୁ ରାଜ୍ୟକୁ ଏହି ଅନଲାଇନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଆଗମୀ ୫ ବର୍ଷ ପାଇଁ ୬ ହଜାର ୧୪୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଆଗମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଏବଂ ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ ଏବ° ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ମଇ ୧୭ ତାରିଖରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଆରମ୍ଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପରିଗଣିତ ପଛୁଆ ଜିଲ୍ଲାକୁ ୧୯୪ଟି ଆଦର୍ଶ ଡ଼ିଗ୍ରୀ କଲେଜ୍କୁ ମଜୁରୀ ଦିଆଯାଇଥିବା ବେଳେ ଓଡ଼ିଶାର ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆ ଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.