ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଆଲୋଚନା ପୂର୍ବରୁ ହଟ୍ଟଗୋଳ

0

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ। କିନ୍ତୁ ପ୍ରଥମ ଦିନର ପ୍ରଥମରୁ ଗୃହରେ ଆଲୋନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦନ ୨ଟା ଯାଏ ମୁଲତବୀ କରାଯାଇଛି।

ନିୟମ ଅନୁସାରେ ପ୍ରଥମେ ଲୋକସଭାରେ ନବ ନିର୍ବାଚିତ ସଦସ୍ୟ ମାନେ ଶପଥ ନେଇଛନ୍ତି । ଶପଥପାଠ କରାଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା । ଏହା ପରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀ ମାନଙ୍କ ପରିଚୟ ପ୍ରଧାନମନ୍ତ୍ରୀ ଦେଉଥିବା ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । କଂଗ୍ରେସ ସଦସ୍ୟ ଗୃହରେ ହୋହାଲ୍ଲା କରିଥିଲେ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇଥିଲେ । ଏହା ପରେ ବି ଗୃହରେ ହଟ୍ଟଗୋଳ ଜାରି ରହିଥିଲା।

ହଟ୍ଟଗୋଳ ମଧ୍ୟରେ ଗୃହକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଥିଲେ । ଏଥର ମନ୍ତ୍ରିମଣ୍ଡଳରେ ଅଧିକ ସଂଖ୍ୟାରେ ମହିଳା, ଦଳିତ ଓ ଆଦିବାସୀଙ୍କ ସାମିଲ କରାଯାଇଥିବା ମୋଦୀ କହିଛନ୍ତି। ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଞ୍ଚଳ ପୃଷ୍ଠଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି। କିଛି ମହିଳା ସାଂସଦ ମନ୍ତ୍ରୀ ହୋଇଥିବାରୁ ବହୁତ ଖୁସି ବୋଲି ମୋଦୀ କହିଥିଲୋ।

ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଏଥର ଏକାଧିକ ପ୍ରସଙ୍ଗ ରହିଛି। ପେଗାସସ ଗୁଇନ୍ଦାଗିରିଠାରୁ ଆରମ୍ଭ କରି କରୋନା ପରିଚାଳନା,ଦରଦାମ ବୃଦ୍ଧି, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

Leave A Reply

Your email address will not be published.