ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଇକେଲର ଶେଷ ଯାତ୍ରା!

0

ଭୁବନେଶ୍ବର: କୁଆଡେ ଗଲା ମୋ ସାଇକେଲ ? ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଶିଶୁ ଭବନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଗର୍ଜିଛି ଯେ ମୋ ସାଇକେଲ ନାଁରେ ଏକ ବଡ଼ ଦୁର୍ନୀତି ହୋଇଛି । ୨୫ ହଜାରରେ ସାଇକେଲ କିଣି ୫୦୦ ଟଙ୍କାର ବିକିଛନ୍ତି। କେବଳ ସେତିକି ନୁହେଁ, ଏକ କୋକେଇରେ ମୋ ସାଇକେଲକୁ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପିର ନେତା ଓ କର୍ମୀ।

ସ୍କାର୍ଟ ରାଜଧାନୀକୁ ଆହୁରି ସ୍ମାର୍ଟ କରିବା ପାଇଁ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ହେଲେ ମାତ୍ର ଅଢେଇ ବର୍ଷ ଭିତରେ ମୋ ସାଇକେଲ କୋମା ଭିତରକୁ ଚାଲିଯାଇଥିବା ବିଜେପି କହିଛି । ୨୫ହଜାର ଟଙ୍କାର ସାଇକେଲକୁ ଲୁହା ଦରରେ କବାଡି ଖାନାରେ ବିକ୍ରି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଏବେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଦଳ।

୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ମହାନଗର ବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର । ତେବେ ଦାମୀ ସାଇକେଲ କିଣି ଅଢେଇ ବର୍ଷରେ କବାଡିଆକୁ ବିକ୍ରିି ହୋଇଥିବା ପଛରେ କି କାରଣ ରହିଛି, ସେ ନେଇ ଅନେକ ସନ୍ଦେହ ରଖିଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱର ସ୍କାର୍ଟ ସିଟି ଲିମିଟେଡ଼ ଓ ଭୁବନେଶ୍ୱର ମହାନଗର ନିଗମ ଅପରାଗତାରୁ ଏପରି ହୋଇଥିବା ଦଳ କହିଛି ।

Leave A Reply

Your email address will not be published.