ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପୁଲିସ କିଛି ପାଉନି ନା ଅନ୍ଧାରରେ ବାଡି ବୁଲାଉଛି?

0
  • ସୌମ୍ୟରଂଜନ ମାମଲାରେ ଦିନକୁ ଦିନ ଆସୁଛି ସାଂଘାତିକ ତଥ୍ୟ
  • ଗଣମାଧ୍ୟମରେ ସମସ୍ତେ ବୟାନବାଜିରେ ବ୍ୟସ୍ତ, ଅସଲ କଥା କଣ?
  • କାହାର କାହା ସହିତ କଥା ମେଳ ଖାଉନି, ଶେଷରେ କ୍ରାଇମବ୍ରାଞ୍ଚ ପଶିଲା

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ୍ ଆସୁଛି। ଘଟଣାର ୭ ଦିନ ପରେ ବି ଏଯାଏ ମୃତ୍ୟୁ ଉପରୁ ହଟୁନି ରହସ୍ୟ। ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା? କିିଛି ବି ଏଯାଏ ସୁରାଗ ମିଳିନି। ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଛି । ଆଜି ସୌମ୍ୟରଂଜନଙ୍କ ପତ୍ନୀ ଓ ତାଙ୍କ ବାପା,ମାଆଙ୍କୁ ୫ ଘଣ୍ଟା ଧରି ମାରାଥନ ଜେରା କରିଛି ପୁଲିସ। ଜେରା ପରେ କିଛି ଦସ୍ତାବିଜ ନେଇ ପୁଲିସ ପାରଳାଖେମୁଣ୍ଡି ଫେରିଛି । ସେପଟେ ପୁଲିସକୁ ତଦନ୍ତରେ ଅଧିକ ସହଯୋଗ କରିବାକୁ ପାରଳାଖେମୁଣ୍ଡିରେ ପହଚିଂଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ।ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଚାଲିଥିବା ବେଳେ ପୁଲିସର ଭୂମିକା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ବାସ୍ତବରେ ପୁଲିସ ଖିଅ ପାଉନି ନା ସମୁଦାୟ ଘଟଣା ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା ହଟାଇବ? ଯଦି ପୁଲିସ ତଦନ୍ତ ଠିକ୍ ଚାଲିଛି, ତେବେ ସରକାର କ୍ରାଇମବ୍ରାଞ୍ଚକୁ କାହିଁକି ସହଯୋଗ କରିବା ଲାଗି ଦେଲେ, ତାହା ବି ବୁଝାପଡୁନାହିଁ? ପରୀ ମାମଲା ଠାରୁ ଆରମ୍ଭ କରି ସ୍ମିତାରାଣୀ ଯାଏ, ଏବେ ଏସିଏଫ୍ ମୃତ୍ୟୁ ଘଟଣା କେଉଁଠି ନା କେଉଁଠି ସ୍ଥାନୀୟ ପୁଲିସର ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏହା ପୁଲିସ ମହାନିର୍ଦେଶକଙ୍କ ପାଇଁ ଏବେ ଆହ୍ବାନ ହେଲାଣି।

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ପ୍ରଥମରୁ ସନ୍ଦେହରେ ଥିବା ବିଦ୍ୟାଭାରତୀ ଏବେ ଘଟଣାକୁ ପୂରା ମୋଡିଦେଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଦ୍ୟା ଭାରତୀ। ସ୍ୱାମୀଙ୍କର ଅନ୍ୟ ଝିଅ ସହ ସଂପର୍କ ଥିବା ସେ କହିଛନ୍ତି । ସୌମ୍ୟରଂଜନ ତାଙ୍କ ମୋବାଇଲରେ ଥରେ ଆଇ ଲଭ ୟୁ ମେସେଜ ଲେଖି ପଠାଇଥିବା ମଧ୍ୟ ଦେଖିଥିବା କହିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ଚରିତ୍ର ଉପରେ ବାରମ୍ବାର ଆଙ୍ଗୁଳି ଉଠାଇଆସିଛନ୍ତି ସୌମ୍ୟଙ୍କ ପରିବାର।

ତେବେ ବିଦ୍ୟାଭାରତୀଙ୍କ ଏପରି ବୟାନ ଘଟଣାର ପୁରା ମୋଡ଼ ବଦଳାଇଦେଇଛି। ଏପରିକି ସ୍ୱାମୀଙ୍କର ପରକୀୟା ପ୍ରୀତିର ପ୍ରମାଣ ଦେବା ପାଇଁ ଏକ ଅଡ଼ିଓ ରିଲିଜି କରିଛନ୍ତି ପତ୍ନୀ ବିଦ୍ୟାଭାରତୀ। ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ବାପା ମାଆ। ତାଙ୍କ ପୁଅର କାହା ସହିତ ଅନୈତିକ ସଂପର୍କ ନଥିଲା। ଘଟଣାରୁ ଖସିଯିବା ପାଇଁ ବିଦ୍ୟାଭାରତୀ ଏପରି ଚାଲ କରୁଥିବା ସେ କହିଛନ୍ତିା ଯଦି ତାଙ୍କ ପୁଅର ଆଉ କାହା ସହ ସଂପର୍କ ଥିଲା ତେବେ ସେ ଆଗରୁ ଏନେଇ କାହିିଁକି କାହାକୁ ଜଣାଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ସେପଟେ ବିଦ୍ୟାଭାରତୀଙ୍କ ବାପା କହିଛନ୍ତି, ତାଙ୍କ ଜ୍ୱାଇଁ ଦେବତା ଥିଲେ । ଆଉ ତାଙ୍କ ଝିଅର ଶଶୁର ଘର ଲୋକ ବହୁତ ଲୋକ । ତେବେ ଏଠି ବାପ, ଝିଅଙ୍କ କଥାରେ ବି ତାଳମେଳ ରହୁନଥିବା ବେଳେ ପ୍ରଶ୍ନ ଉଠୁଛି । କିଏ ସତ କହୁଛନ୍ତି?

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ନୂଆ ତଥ୍ୟ ଆସୁଛି । ସନ୍ଦେହ ଘେରରେ ଥିବା ସମସ୍ତଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି । ଖୁବ ଶୀଘ୍ର ଏହି ମୃତ୍ୟୁ ପଛର ଥିବା ପ୍ରକୃତ ସତକୁ ବାହାର କରିବ ପୁଲିସ ।

Leave A Reply

Your email address will not be published.