ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପୁଲିସ କିଛି ପାଉନି ନା ଅନ୍ଧାରରେ ବାଡି ବୁଲାଉଛି?

0
  • ସୌମ୍ୟରଂଜନ ମାମଲାରେ ଦିନକୁ ଦିନ ଆସୁଛି ସାଂଘାତିକ ତଥ୍ୟ
  • ଗଣମାଧ୍ୟମରେ ସମସ୍ତେ ବୟାନବାଜିରେ ବ୍ୟସ୍ତ, ଅସଲ କଥା କଣ?
  • କାହାର କାହା ସହିତ କଥା ମେଳ ଖାଉନି, ଶେଷରେ କ୍ରାଇମବ୍ରାଞ୍ଚ ପଶିଲା

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ୍ ଆସୁଛି। ଘଟଣାର ୭ ଦିନ ପରେ ବି ଏଯାଏ ମୃତ୍ୟୁ ଉପରୁ ହଟୁନି ରହସ୍ୟ। ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା? କିିଛି ବି ଏଯାଏ ସୁରାଗ ମିଳିନି। ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଛି । ଆଜି ସୌମ୍ୟରଂଜନଙ୍କ ପତ୍ନୀ ଓ ତାଙ୍କ ବାପା,ମାଆଙ୍କୁ ୫ ଘଣ୍ଟା ଧରି ମାରାଥନ ଜେରା କରିଛି ପୁଲିସ। ଜେରା ପରେ କିଛି ଦସ୍ତାବିଜ ନେଇ ପୁଲିସ ପାରଳାଖେମୁଣ୍ଡି ଫେରିଛି । ସେପଟେ ପୁଲିସକୁ ତଦନ୍ତରେ ଅଧିକ ସହଯୋଗ କରିବାକୁ ପାରଳାଖେମୁଣ୍ଡିରେ ପହଚିଂଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ।ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଚାଲିଥିବା ବେଳେ ପୁଲିସର ଭୂମିକା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ବାସ୍ତବରେ ପୁଲିସ ଖିଅ ପାଉନି ନା ସମୁଦାୟ ଘଟଣା ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା ହଟାଇବ? ଯଦି ପୁଲିସ ତଦନ୍ତ ଠିକ୍ ଚାଲିଛି, ତେବେ ସରକାର କ୍ରାଇମବ୍ରାଞ୍ଚକୁ କାହିଁକି ସହଯୋଗ କରିବା ଲାଗି ଦେଲେ, ତାହା ବି ବୁଝାପଡୁନାହିଁ? ପରୀ ମାମଲା ଠାରୁ ଆରମ୍ଭ କରି ସ୍ମିତାରାଣୀ ଯାଏ, ଏବେ ଏସିଏଫ୍ ମୃତ୍ୟୁ ଘଟଣା କେଉଁଠି ନା କେଉଁଠି ସ୍ଥାନୀୟ ପୁଲିସର ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏହା ପୁଲିସ ମହାନିର୍ଦେଶକଙ୍କ ପାଇଁ ଏବେ ଆହ୍ବାନ ହେଲାଣି।

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ପ୍ରଥମରୁ ସନ୍ଦେହରେ ଥିବା ବିଦ୍ୟାଭାରତୀ ଏବେ ଘଟଣାକୁ ପୂରା ମୋଡିଦେଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଦ୍ୟା ଭାରତୀ। ସ୍ୱାମୀଙ୍କର ଅନ୍ୟ ଝିଅ ସହ ସଂପର୍କ ଥିବା ସେ କହିଛନ୍ତି । ସୌମ୍ୟରଂଜନ ତାଙ୍କ ମୋବାଇଲରେ ଥରେ ଆଇ ଲଭ ୟୁ ମେସେଜ ଲେଖି ପଠାଇଥିବା ମଧ୍ୟ ଦେଖିଥିବା କହିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ଚରିତ୍ର ଉପରେ ବାରମ୍ବାର ଆଙ୍ଗୁଳି ଉଠାଇଆସିଛନ୍ତି ସୌମ୍ୟଙ୍କ ପରିବାର।

ତେବେ ବିଦ୍ୟାଭାରତୀଙ୍କ ଏପରି ବୟାନ ଘଟଣାର ପୁରା ମୋଡ଼ ବଦଳାଇଦେଇଛି। ଏପରିକି ସ୍ୱାମୀଙ୍କର ପରକୀୟା ପ୍ରୀତିର ପ୍ରମାଣ ଦେବା ପାଇଁ ଏକ ଅଡ଼ିଓ ରିଲିଜି କରିଛନ୍ତି ପତ୍ନୀ ବିଦ୍ୟାଭାରତୀ। ସେପଟେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ବାପା ମାଆ। ତାଙ୍କ ପୁଅର କାହା ସହିତ ଅନୈତିକ ସଂପର୍କ ନଥିଲା। ଘଟଣାରୁ ଖସିଯିବା ପାଇଁ ବିଦ୍ୟାଭାରତୀ ଏପରି ଚାଲ କରୁଥିବା ସେ କହିଛନ୍ତିା ଯଦି ତାଙ୍କ ପୁଅର ଆଉ କାହା ସହ ସଂପର୍କ ଥିଲା ତେବେ ସେ ଆଗରୁ ଏନେଇ କାହିିଁକି କାହାକୁ ଜଣାଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ସେପଟେ ବିଦ୍ୟାଭାରତୀଙ୍କ ବାପା କହିଛନ୍ତି, ତାଙ୍କ ଜ୍ୱାଇଁ ଦେବତା ଥିଲେ । ଆଉ ତାଙ୍କ ଝିଅର ଶଶୁର ଘର ଲୋକ ବହୁତ ଲୋକ । ତେବେ ଏଠି ବାପ, ଝିଅଙ୍କ କଥାରେ ବି ତାଳମେଳ ରହୁନଥିବା ବେଳେ ପ୍ରଶ୍ନ ଉଠୁଛି । କିଏ ସତ କହୁଛନ୍ତି?

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ନୂଆ ତଥ୍ୟ ଆସୁଛି । ସନ୍ଦେହ ଘେରରେ ଥିବା ସମସ୍ତଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି । ଖୁବ ଶୀଘ୍ର ଏହି ମୃତ୍ୟୁ ପଛର ଥିବା ପ୍ରକୃତ ସତକୁ ବାହାର କରିବ ପୁଲିସ ।

Leave A Reply

Your email address will not be published.