ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରେଡ ଜୋନରୁ ବାହାରିଲା ଓଡିଶା

0

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ରେଡ ଜୋନରୁ ବାହାରିଛି ଓଡିଶା। କେବଳ କଟକଜୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାର ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଆସିଛି। କଟଜ ଜିଲ୍ଲା ୟେଲୋ ଜୋନରେ ରହିଛି। ୨୯ ଜିଲ୍ଳାରେ ସଂକ୍ରମଣ ୫ ପ୍ରତିଶତ ତଳକୁ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ରହିଛି କଟକ। କଟକରୁ ୨୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୯ ,ବାଲେଶ୍ୱରରୁ ୧୧୪,ଜଗତସିଂହପୁରରୁ ୮୯,ଯାଜପୁରରୁ ୧୦୭,ମୟୂରଭଂଜରୁ ୫୭, ନୟାଗଡରୁ ୬୬,ପୁରୀରୁ ୫୯ ,କେନ୍ଦ୍ରାପଡା ୫୯,ଡେଙ୍କାନାଳରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚିଛି।

ରାଜ୍ୟରେ ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ମୋଟ ମୃତ୍ୟୁସଂଖ୍ୟା ୫ହଜାର ୪୪୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୧୧, ଅନୁଗୁଳରୁ ୮,ମୟୂରଭଂଜରୁ ୭,କେନ୍ଦୁଝରରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମ,ଜଗତସିଂହପୁର ଓ କନ୍ଧମାଳ,ମାଲକାନଗିରି, ନୂଆପଡ଼ା, ସୁନ୍ଦରଗଡରୁ ଜଣେ ଲେଖାଁଏ କରୋନାରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.