ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଏବେ ବିଦ୍ୟାଭାରତୀଙ୍କ ଉପରେ ପୁଲିସ ତଦନ୍ତ କେନ୍ଦ୍ରୀଭୂତ

0
  • ୫ଜଣିଆ ଟିମ୍ ବାହାରୁଛନ୍ତି ବଲାଙ୍ଗୀର
  • ବିଦ୍ୟାଙ୍କ କଲେଜ ଯାଇ ଅନୁଧ୍ୟାନ କରିବେ
  • କାହିଁକି ବିଦ୍ୟା ବିବାହ ପାଇଁ ରାଜି ହେଉନିଥିଲେ?
  • ଏଇ ପ୍ରଶ୍ନ ଉପରେ ଅଧିକ ତନାଘନା ଆରମ୍ଭ

ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାର ରହସ୍ୟ ଖୁବ୍ ଶୀଘ୍ର ଉନ୍ମୋଚିତ ହେବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମାମଲା ଏକ ନିର୍ଦିଷ୍ଟ ଦିଗରେ ଆଗେଇଛି। ଅତିବେଶୀରେ ସପ୍ତାହେ ଭିତରେ ପୂରା ଘଟଣା ସାମ୍ନାକୁ ଆସିିଯିବ। ଅନ୍ୟପଟରେ ଘଟଣାରେ ପୁଲିସ ଡିଏଫଓଙ୍କୁ କ୍ଲିନ ଚିଟ୍ ଦେଇସାରିଛି। ଆଇଆଇସି ମମତା ପଣ୍ଡାଙ୍କର ମଧ୍ୟ କୌଣସି ଭୂମିକା ନ ଥିବା ଇତିମଧ୍ୟରେ ସ୍ପଷ୍ଟ ହୋଇଯାଇଛି। ସେ କେବଳ ବିଦ୍ୟାଭାରତୀଙ୍କ ମାଆଙ୍କ ଫୋନ୍ ପାଇ ଯାଇଥିଲେ। ତାଙ୍କର ବିଦ୍ୟାଙ୍କ ସହିତ କୌଣସି ସଂପର୍କ ପୂର୍ବରୁ ନଥିଲା କି ସେ ଏହି ମାମଲାରେ ସଂପୃକ୍ତ ନଥିବା ପୁଲିସ ଜାଣିପାରିଛି। ଫଳରେ ସମୁଦାୟ ମାମଲାଟି ଏବେ ବିଦ୍ୟାଭାରତୀଙ୍କ ପାଖରେ କେନ୍ଦ୍ରୀଭୂତ ହୋଇଛି। ବିଦ୍ୟାଭାରତୀଙ୍କୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଗୋଟିଏ ବଡ଼ ପ୍ରଶ୍ନ ଉପରେ ପୁଲିସ ତଦନ୍ତ ଅଟକିରହିଛି। ତାହା ହେଉଛି, କାହିଁକି ଓ କେଉଁ ପରିସ୍ଥିତିରେ ବିଦ୍ୟାଭାରତୀ ବିବାହ ପାଇଁ ଅନିଚ୍ଛୁକ ଥିଲେ? କିଏ ତାଙ୍କୁ ବିବାହ ପାଇଁ ବାଧ୍ୟ କଲା? ଏହା ପଛରେ କି କାରଣ ଥାଇପାରେ?

ତେବେ ଘଟଣାକୁ ଆଗକୁ ନେବାକୁ ଯାଇ ପୁଲିସ ପୁଣି ଥରେ ବାଲେଶ୍ବର ଓ ବଲାଙ୍ଗୀର ଯିବାକୁ ସ୍ଥିର କରିଛି। ୫ ଜଣିଆ ପୁଲିସ ଟିମ ବଲାଙ୍ଗୀର ଯାଇ ତଦନ୍ତ କରିବେ। ବିଦ୍ୟାଭାରତୀ ପଢୁଥିବା ଏଲଆଇ କଲେଜକୁ ଯିବ ଟିମ। ବାହାଘର ପରେ ବିଦ୍ୟାଭାରତୀ କେତେ ଥର ବଲାଙ୍ଗୀର ଯାଇଥିଲେ ସେ ନେଇ ଅନୁଧ୍ୟାନ କରାଯିବ। ଏହା ସହ ବିଦ୍ୟାଭାରତୀ କେଉଁ ଗାଡିରେ ଯାଇଥିଲେ ତାର ମଧ୍ୟ ତଦନ୍ତ ହେବ। ଅନ୍ୟପକ୍ଷରେ ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ଖୁସି ନାହାନ୍ତି। ଡିଏଫଓଙ୍କୁ କ୍ଲିନଚିଟ୍ ଦିଆଯିବା ଘଟଣାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବଡ଼ଭାଇ । ସୌମ୍ୟଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ରେଫର କରାଯାଇଥିବା ବେଳେ କଟକ କଣ ପାଇଁ ନିଆଯାଇଥିଲା? ଏବଂ ଘରର ଚାବି କାହା ପାଖେ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସୌମ୍ୟରଂଜନ ମୃତ୍ୟୁକୁ ୧୨ ଦିନ ବିତିଲାଣି। ପୁଲିସ ଓ କ୍ରାଇମବ୍ରାଞ୍ଚ ମିିଳିତ ଭାବେ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ ସତ ଏଯାଏ ପଦାକୁ ଆସିପାରିନି। ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଏପରିକି ପରେ ଥାନା ଅଧିକାରୀ ମମତା ପଣ୍ଡାଙ୍କ ନାଁ ମଧ୍ୟ ଆସିଥିଲା। ହେଲେ ଗତକାଲି ଡିଏଫଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ୩ ଘଣ୍ଚା ଧରି ଜେରା କରାଯାଇଥିଲା। ବିଦ୍ୟାଭାରତୀଙ୍କ ସହ ସଂପର୍କକୁ ନେଇ ମଧ୍ୟ ପଚରାଉଚରା କରାଯାଇଥିଲା। ଜେରା ପରେ ସନ୍ଧ୍ୟାରେ ଗଜପତି ଏସପି ଡିଏଫଓଙ୍କୁ କ୍ଲିନ ଚିଟ ଦେଇଥିଲେ। ତାଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସଂପର୍କ ନଥିବା ଜଣାପଡିଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ସେହିପରି ଥାନା ଅଧିକାରୀ ମମତା ପଣ୍ଡା ମଧ୍ୟ ମାନବିକତା ଦୃଷ୍ଟିରୁ ବିଦ୍ୟାଭାରତୀଙ୍କୁ ସହଯୋଗ କରିଥିବା କହିଥିଲେ ।

Leave A Reply

Your email address will not be published.