ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିଜେପିକୁ ମୁହଁତୋଡ ଜବାବ ଦେଲା ବିଜେଡି

0
  • ଅଭିଯୋଗ ଥିଲେ ନ୍ୟାୟାଳୟ ଦ୍ବାରସ୍ଥ ହୋଇ ମତ ରଖ, ବିଭ୍ରାନ୍ତ କରନି
  • ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ସଂପର୍କରେ ବିଜେପିର ସାମ୍ବାଦିକ ସମ୍ମିଳନୀର ମତ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କ୍ରମାଗତ ଭାବରେ ନିଜର ଅହଂକାର
ଯୋଗୁଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦ୍ୱାରା ପରାସ୍ତ ପରେ ମଧ୍ୟ କିଛି ଶିଖିପାରିଲା ନାହିଁ। ୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡିଶାବାସୀ ବିଜେଡିକୁ ଜୟଯୁକ୍ତ କରିଛନ୍ତି। ଏପରିକି ୨୦୧୯ ନିର୍ବାଚନରେ ବିଜେପି ଜିଣିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ତାକୁ ପରାଜୟର ରାସ୍ତା ଦେଖାଇଛନ୍ତି।

ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିସନ ଭଳି ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ସମ୍ମାନ ଦେବା ଶିଖୁ । ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜର ମତ ରଖିପାରିବେ। ତାହା ନକରି ରାଜ୍ୟ ନିର୍ବାଚନ କମିସନ ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡିଶାବାସୀଙ୍କୁ ବିଭ୍ରାନ୍ତ
କରିବା ଉଚିତ୍‍ ନୁହେଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, ସେ ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ। କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ ଏବଂ ଓଡିଶାବାସୀ ଆମ ଭଲ କାମ ପାଇଁ ଆମକୁ ପ୍ରତ୍ୟେକଟି ନିର୍ବାଚନରେ ଆର୍ଶୀବାଦ କରି ଜୟଯୁକ୍ତ କରାଉଛନ୍ତି ବୋଲି ବିଜେଡି କହିଛି।

Leave A Reply

Your email address will not be published.