ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ରାଜ୍ୟ ନିର୍ବାଚନ କମିସନଙ୍କୁ ଧମକାଇଲା ବିଜେପି

0

ତୁରନ୍ତ ପୌର ନିର୍ବାଚନ କରାନଗଲେ କମିସନଙ୍କ ବିରୋଧରେ ମହାଭିଯୋାଗ ପ୍ରସ୍ତାବ ଆସିବ
ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ପୌର ନିର୍ବାଚନ କରନ୍ତୁ :ସମୀର ମହାନ୍ତି
କମିସନ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ସରକାରଙ୍କ କଥାରେ ପରିଚାଳିତ ହେଉଛନ୍ତି: ପୀତାମ୍ବର
ପୌର ନିର୍ବାଚନ କରିବା ପାଇଁ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଲା
୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ
ଜନପ୍ରତିନିଧି ନଥିବା କାରଣରୁ ଅନେକ ସରକାରୀ ଯୋଜନା ଜନତାଙ୍କ ପାଖରେ ପହଂଚି ପାରୁନାହିଁ

ଭୁବନେଶ୍ୱର: ଦୀର୍ଘ ୩ ବର୍ଷ ଧରି ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି । ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁି ବଞ୍ଚିତ ରହୁଛନ୍ତି । କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସଶନ ରାଜ୍ୟରେ ତୁରନ୍ତ ପୌର ଏବଂ ପଂଚାୟତ ନିର୍ବାଚନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କହିଛନ୍ତି।

ବିଜେପି କହିଛି, ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପୌର ନିର୍ବାଚନ ହୋଇ ନାହିଁ। ଏହା ଭିତରେ ୩ ବର୍ଷ ବିତିଗଲାଣି । ଅର୍ବାନ ଲୋକାଲ
ବଡିର ନିର୍ବାଚନ ନକରାଇବା ପାଇଁ ଜଣେ ଓଏଏସଙ୍କୁ ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ସରକାର ସେତେବେଳେ ନିଯୁକ୍ତି କରାଯାଇଥିଲା। ସେ
ମଧ୍ୟ ତାଙ୍କ କାର୍ଯ୍ୟରେ ସଫଳ ହେଲେ। ଏହା ମଧ୍ୟରେ ୩ ବର୍ଷ ପାଖାପାଖି ବିତିଲା ପରେ ବି ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ। ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନ ସରକାରଙ୍କୁ ଚିଠି ଲେଖିଲେଣି । କିନ୍ତୁ ସେ ପୌର ନିର୍ବାଚନ କଥା ଉଠାଉ ନାହାଁନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ କରିବା ପାଇଁ ଯଦି ପଦକ୍ଷେପ ନ ନିଅନ୍ତି ତେବେ ବିଜେପି ୭ ଦିନ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧିମାନେ ନିର୍ବାଚନ ଲଢିଥାନ୍ତି। ଜନପ୍ରତିନିଧି ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ । ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ରାଜ୍ୟ ନିର୍ବାଚନ କମିସଶନ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି। କମିସନଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବି ଦେଇଥିବାରୁ ସେ ଗୋଡାଣିଆ ହୋଇ ରହିଛନ୍ତି । କେଉଁ ପରିପ୍ରେକ୍ଷୀରେ କାହା ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ କରୁନାହାଁନ୍ତି ଏବଂ ଜନ ପ୍ରତିନିଧିଙ୍କୁ ସେମାନଙ୍କ ଅଧିକାରରୁ କାହିଁକି ବଞ୍ଚିତ ରଖାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ନିୟମ ଅନୁସାରେ, ଭାରତୀୟ ନିର୍ବାଚନ କମିସନ ପରି ରାଜ୍ୟ ନିର୍ବାଚନ କମିସନଙ୍କୁ ସଂସଦରେ ମହା ଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଇ ପାରିବ।
୫ ବର୍ଷ ପୂରିବା ପରେ ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଉଛି, ଠିକ୍ ସେହିପରି ପୌର ଓ ପଂଚାୟତ ନିର୍ବାଚନ ଅବଧି ସରିବା ପରେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ । କିନ୍ତୁ ସେ ତାହା ନକରି ରାଜ୍ୟ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.