ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ମାରିକମ୍ ଦେଲେ ଖୁସି

0

ଭାରତ ପାଇଁ ଆଉ ଏକ ଖୁସିଖବର। ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ମାରିକମ। ବକ୍ସିଂ ଫ୍ଲାଇୱେଟ ପ୍ରଥମ ରାଉଣ୍ଡ ଜିତିଲେ ମାରିକମ। ଫ୍ଲାଇୱେଟର ୪୮ରୁ ୫୧ କିଗ୍ରା ବର୍ଗରେ ମାରିକମ ବାଜିମାତ କରିଛନ୍ତି। ଡୋମନିକା ରିପବ୍ଲିକର ମିଗୁଲି ହର୍ଣ୍ଣାଡେଜ ଗ୍ରାସିଆଙ୍କୁ ମେରିକମ ପରାସ୍ତ କରିଛନ୍ତି । ୪-୧ରେ ହରାଇ ରାଉଣ୍ଡ-୧୬କୁ ସେ ଉନ୍ନୀତ ହୋଇଛନ୍ତି।

ସେହିପରି ଟେବୁଲ ଟେନିସ ଦ୍ୱିତୀୟ ରାଉଣ୍ଡ ସିଙ୍ଗଲ୍ସ ଜିତିଲେ ମନିକା ବାତ୍ରା । ୫୭ ମିନିଟର ସଂଘର୍ଷମୟ ମୁକାବିଲାରେ ୟୁକ୍ରେନର ପେସୋସ୍କାଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ୨ ସେଟ ହାରି ବି ମ୍ୟାଚକୁ ୪-୩ ସେଟରେ ଜିତିଲେ ମୋନିକା।

ଆଜି ବ୍ୟାଡମିଂଟନରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ପି.ଭି ସିନ୍ଧୁ । ସକାଳ ୭ଟା ୧୦ରେ ଖେଳାଯାଇଥିବା ମ୍ୟାଚରେ ପି.ଭି ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋବାଙ୍କୁ ପରାସ୍ତ କରିଛନ୍ତି । ୨୧-୭, ୨୧-୧୦ ଗେମରେ ମାତ୍ର ୨୯ ମିନିଟରେ କେସେନିଆଙ୍କୁ ସିନ୍ଧୁ ପରାସ୍ତ କରିଛନ୍ତି । ହେଲେ ନିରାଶ ହେବାକୁ ପଡିଛି ସାନିଆ ମିର୍ଜା ଓ ଅଙ୍କିତା ରାଇନା ଯୋଡିକୁ । ସାନିଆ ମିର୍ଜା ଓ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରି ଯାଇଛନ୍ତି ।

Leave A Reply

Your email address will not be published.