ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଫନି ପରେ ନିଷ୍ପତ୍ତି ନେଇଥିଲି ,ମହାପ୍ରଭୁଙ୍କ ଧାମକୁ ଆଗରେ ରଖିବି: ନବୀନ

0
  • ଦେଶର ପ୍ରଥମ ସହର ଭାବରେ ପୁରୀରେ ଟ୍ୟାପରୁ ପିଇବା ପାଣି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଓଡିଶାର ବିକାଶ ଷେତ୍ରରେ ନୂଆ ଉପଲଵ୍ଧି, ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ
  • ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ: ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ
  • ଲଣ୍ଡନ, ଟୋକିଓ, ନ୍ୟୁୟର୍କ ସିଙ୍ଗାପୁର ପରି ପୁରୀ ସହର ବାସୀ ପାଇବେ ବିଶୁଦ୍ଧ ପିଇବା ପାଣି
  • ଚାରି ଶହ ମେଟ୍ରିକ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ହେବ ପୁରୀ

ପୁରୀ: ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ ଟ୍ୟାପରୁ ପିଇବା ପାଣି ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ । ପିଇବା ପାଣିକୁ ସଂରକ୍ଷିତ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ ଏଭଳି ସୁବିଧା ମିଳେ। ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପରେ ଭଲ ପିଇବା ପାଣି ମିଳିଲା । ସୁଜଳ ଯୋଜନାରେ ଆପଣମାନେ ସିଧା ଟ୍ୟାପରୁ ପାଣି ଆଣି ପିଇପାରିବେ। ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସାରା ଦେଶରେ ଟ୍ୟାପରୁ ପିଇବା ପାଣି କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହର ମାନଙ୍କରେ ବି, ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଆଦି ବିଶ୍ବର ବଡ ବଡ ସହର ଧାରାରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ସେ କହିଥିଲେ ।

ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ ଏହି ସୁବିଧା ମିଳିବା ସହିତ ପୁରୀକୁ ପ୍ରତି ବର୍ଷ ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ମଧ୍ୟ ଆଉ ପାଣି ବୋତଲ ଧରି ବୁଲିବାକୁ ପଡିବ ନାହିଁ । ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ଓ୍ବାଟର ଫାଇଣ୍ଟେନ୍ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ୪୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିକ୍ ବର୍ଜ୍ୟରୁ ମଧ୍ୟ ସହର ରକ୍ଷା ପାଇପାରିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫ଟିର ଏହା ହେଉଛି ଶ୍ରେଷ୍ଠ ମଡେଲ। ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପରିକଳ୍ପନା ଓ ରୂପାୟନ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୯ ମଇ ମାସ ୩ ତାରିଖରେ ପୁରୀରେ ଫନି ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ତାପରେ ମଇ ୫ ତାରିଖ ଦିନ ସେ ପୁରୀରେ ପହଞ୍ଚି ଥିଲେ ଓ ପୁରୀର ଅବସ୍ଥା ଦେଖି ଗଭୀର ଭାବରେ ଦୁଃଖିତ ହୋଇଥିଲେ ବୋଲି କହିଥିଲେ । ସେହିଦିନ ହିଁ ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ସେ ଘୋଷଣା କରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଭଲ ଭାବରେ ଆଗେଇ ଚାଲିଛି ଏବଂ ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ ବୋଲି ସେ କହିଥିଲେ ।

ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥି ଭାବରେ ମିସନ ଶକ୍ତିର ମା ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ସାରା ଓଡିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଂକର ମିଶ୍ର କହିଲେ ଯେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ଟ୍ୟାପରୁ ପିଇବା ପାଣିପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହର ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରଥମେ ନଗର ଉନ୍ନୟନ ମନ୍ତ୍ରୀ ଟ୍ୟାପ୍ ରୁ ପାଣି ପିଇଥିଲେ ।ପରେ ପୁରୀ ବଳିଆପଣ୍ଡାର ଦୁଇ ଜଣ ମହିଳା ଟ୍ୟାପ୍‌ରୁ ପାଣି ପିଇ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ ଯେ ଆଗରୁ ଆମେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲୁ । ଏବେ ଆମ ସମସ୍ୟା ଦୂର ହେଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ ପି.କେ. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

 
Leave A Reply

Your email address will not be published.