ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

0

ବାଙ୍ଗାଲୁର: ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ହିଁ ହେଲା। ସରକାର ଗଠନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ବିଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ।: ତେବେ ତାଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର ହୋଇନାହିଁ। ଏବେ ଏ ପ୍ରସଙ୍ଗରେ ସମଗ୍ର ଦେଶର ନଜର ନୂଆଦିଲ୍ଲୀ ଉପରେ କେନ୍ଦ୍ରୀଭୂତ ହୋଇଛି। ୭୮ ବର୍ଷୀୟ ୟେଦୁରପ୍ପାଙ୍କୁ ନେଇ ଦଳ ଭିତରୁ ବିଦ୍ରୋହ ଆରମ୍ଭ ହୋଇଥିଲା।

୨୦୧୯ରେ କର୍ଣ୍ଣାଟକ କ୍ଷମତା ଚୌକି ଧରିଥିବା ୟେଦୁରପ୍ପାଙ୍କ ଆଜି ଅତ୍ୟନ୍ତ ଭାବବିହ୍ବଳ ହୋଇ କହିଛନ୍ତି, ଯେବେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେବେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଯାଚିଥିଲେ। ମାତ୍ର ସେ କର୍ଣ୍ଣାଟକ ରାଜଦନୀତିରେ ରହିବେ ବୋଲି କହିଥିଲେ। ଏବେ କିନ୍ତୁ ବେଶ୍ ଅଗ୍ନୀ ପରୀକ୍ଷା ମଧ୍ୟରେ ତାଙ୍କର ସମୟ ଅତିବାହିତ ହୋଇଛି।

ନିକଟରେ ୟେଦୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖଙ୍କୁ ନୂଆଦିଲ୍ଲୀରେ ଭେଟିବା ପରେ ସେ ପଦ ଛାଡୁଥିବା ସଙ୍କେତ ମିଳିଥିଲା। ତେବେ ୟେଦୁରପ୍ପା ବିଜେପିକୁ ରାଜ୍ୟରେ ଏକ ସଶକ୍ତ ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଏକଥା ଖୋଲାଖୋଲି ଦଳର ରାଷ୍ଟ୍ରୀୟ ସଭାପତି ମତ ରଖିବା ସହିତ ସେ ବହୁତ ଭଲ କାମ କରିଛନ୍ତି ବୋଲି ସାବାସୀ ଦେଇଛନ୍ତି।

ରାଜ୍ୟର ୮ଜଣ ନେତାଙ୍କ ସଂପର୍କରେ ଏବେ ହାଇକମାଣ୍ଡ ଗଭୀର ଭାବେ ଅନୁଶୀଳନ କରୁଛନ୍ତି। ଏ ମଧ୍ୟରେ ଅରବିନ୍ଦ ବେଲାଡ, ବି ଜି ପାଟିଲ୍ ୟାଟନଲ, ମୁଗେଶ ଆର୍ ନିରାନି, ବାସବରାଜ ବୋମାଇ, ପ୍ରହଲ୍ଲାଦ ଯୋଶୀ ପ୍ରମୁଖଙ୍କ ନାମ ରହିଛି। ତେବେ ୟାଟନଲଙ୍କୁ ନେଇ ଚର୍ଚ୍ଚା ଜୋର ରହିଛି। ସେ ଆଜି ସକାଳେ ୟେଦୁରପ୍ପାଙ୍କ ଘରକୁ ଯାଇ ଆଲୋଚନା କରିଥିଲେ। ଜଣେ କଟ୍ଟର ଆରଏସଏସ୍ ନେତାଭାବେ ସେ ଜଣାଶୁଣା

Leave A Reply

Your email address will not be published.