ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ୟେଦୁରପ୍ପା କହିଲେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କର, ସେୟା ହେଲା

0

ନୂଆଦିଲ୍ଲୀ: ଶେଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କ ପଲ୍ଲା ଭାରି ରହିଲା। ଲିଙ୍ଗାୟତ ଭୋଟ ହାତଛଡା ଭୟରେ ବିଜେପି ନିଷ୍ପତ୍ତି ନେଲା ଯେ ୟେଦୁରପ୍ପାଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଏଣୁ ତାଙ୍କ ସୁପାରିସ ଅନୁସାରେ, ଆଜି ବାସବରାଜ ବୋମାଇଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ବାଙ୍ଗାଲୁର ଯାଇ ସେଠାରେ ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଶ୍ରୀ ପ୍ରଧାନ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରିିଥିଲେ।

ଶ୍ରୀ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଆର୍ ବୋମାଇଙ୍କ ପୁଅ। ୬୧ ବର୍ଷୀୟ ଏହି ନେତା ୟେଦୁରପ୍ପାଙ୍କ ସରକାରରେ ଗୃହ ମନ୍ତ୍ରୀ ଥିଲେ। ସେ ତାଙ୍କର ଅତି ଖାସ୍ ଭାବେ ଜଣାଶୁଣା। ଶ୍ରୀ ବୋମାଇଙ୍କୁ ବିଧାୟକ ଦଳ ନେତା ବାଛିବା ପରେ କର୍ଣ୍ଣାଟକରେ ଦୁଇ ଦିନ ଧରି ଯେଉଁ ରାଜନୈତିକ ହଟଚମଟ ଜାରି ରହିଥିଲା ତାର ଅନ୍ତଃ ଘଟିଛି ଓ ୟେଦୁରପ୍ପାଙ୍କ ବିରୋଧୀ ଶକ୍ତିକୁ ଶକ୍ତ ଧକକା ଲାଗିଛି। ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗତକାଲି ସରକାର ଦୁଇବର୍ଷ ପୂର୍ତି ଅବସରରେ ବି ଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.