ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

0

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହିତ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପର ରୂପ ରେଖ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ହୋଇଛି ଯେ…

ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତ୍ୱରାନିତ ହେବ।ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଏହା ମଧ୍ୟରେ ଜମି ଅଧି ଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି। ବିଶ୍ୱବିଦ୍ୟାଳୟ ନିର୍ମାଣ ନିମନ୍ତେ ପ୍ରାୟ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ କୁମାର ଜଣାଇଥିଲେ। ତିନି ମାସ ମଧ୍ୟରେ ନିର୍ମାଣ କାମ ଆରମ୍ଭ କରିବାକୁ ସ୍ଥିର ହୋଇଛି।

ଗୋପବନ୍ଧୁଙ୍କ ଜନ୍ମପୀଠକୁ ଆକର୍ଷଣୀୟ କରାଯିବ। ସୁଆଣ୍ଡୋ ଗାଁକୁ ୫ କିଲୋମିଟର ପ୍ରଶସ୍ତ ରାସ୍ତା ସଂଯୋଗ ସରିଛି। ଜନ୍ମପୀଠରେ ଥିବା ବଡ଼ ପୋଖରୀରେ
ପୁର୍ନବିନ୍ୟାସ କାମ ସରିଛି। ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡିଆ ସଂସ୍କୃତି କାର୍ଯ୍ୟକ୍ରମ ଓ ଓଡିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ସ୍ଥାପନ ହେବ।

ପ୍ରତି ଜିଲ୍ଲାପାଠଗାରକୁ ସ୍ମାର୍ଟ ପାଠଗାରରେ ପରିଣତ କରାଯିବ। ଜିଲ୍ଲା ପାଠାଗାରକୁ ଭର୍ଚୁଆଲ ଏକାଡେମି ସହ ସଂଯୋଗ କରାଯିବ ।

ଚଳିତ ବର୍ଷ ଆୟୋଜିତ ହେବ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ। ସମ୍ମିଳନୀରେ ୧୦ ହଜାର ସାହିତ୍ୟିକ ଓ ଭାଷାବିତ ଭାଗ ନେବେ। ଭର୍ଚୁଆଲ ମୋଡରେ ଏହି ସମ୍ମିଳନୀ ହେବ। ପ୍ରବାସୀ ଓଡିଆଙ୍କୁ ମିଳିବ ଓଡିଆ ଭାଷା ଶିକ୍ଷା ସୁବିଧା। ଭର୍ଚୁଆଲ ଏକାଡେମୀ ଜରିଆରେ ଏହି ଶିକ୍ଷା ପ୍ରଦାନ କରାଯିବ।

ଏହା ସହ ଅଫିସକୁ ଓଡିଆରେ ଆସୁଥିବା ଚିଠିର ଉତ୍ତର ଓଡିଆରେ ଦିଆଯିବ। ସବୁ ସଭାକୁ ଓଡ଼ିଆଭାଷାରେ ପରିଚାଳାନା କରାଯିବ।

ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ବରପୁର ଓ ସାତଲହଡି ମଠ ଅଞ୍ଚଳରେ ତାଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ହେବ।

ଶ୍ରୀମନ୍ଦିର ଲାଗିଥିବା ଐତିହ୍ୟ ସ୍ଥଳ ସଂଯୋଜିତ ହେବ। ଏଠାରେ ପ୍ରାତଃ ପରିକ୍ରମା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ଭୁବନେଶ୍ୱର କଳାମଣ୍ଡପ ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତ ଭାବେ ଆକର୍ଷଣୀୟ ଓଡିଶା ନୃତ୍ୟ ଓ ସଂଗୀତ ଆୟୋଜନ କରାଯିବ।

Leave A Reply

Your email address will not be published.