ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

0

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହିତ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପର ରୂପ ରେଖ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ହୋଇଛି ଯେ…

ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତ୍ୱରାନିତ ହେବ।ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଏହା ମଧ୍ୟରେ ଜମି ଅଧି ଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି। ବିଶ୍ୱବିଦ୍ୟାଳୟ ନିର୍ମାଣ ନିମନ୍ତେ ପ୍ରାୟ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ କୁମାର ଜଣାଇଥିଲେ। ତିନି ମାସ ମଧ୍ୟରେ ନିର୍ମାଣ କାମ ଆରମ୍ଭ କରିବାକୁ ସ୍ଥିର ହୋଇଛି।

ଗୋପବନ୍ଧୁଙ୍କ ଜନ୍ମପୀଠକୁ ଆକର୍ଷଣୀୟ କରାଯିବ। ସୁଆଣ୍ଡୋ ଗାଁକୁ ୫ କିଲୋମିଟର ପ୍ରଶସ୍ତ ରାସ୍ତା ସଂଯୋଗ ସରିଛି। ଜନ୍ମପୀଠରେ ଥିବା ବଡ଼ ପୋଖରୀରେ
ପୁର୍ନବିନ୍ୟାସ କାମ ସରିଛି। ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡିଆ ସଂସ୍କୃତି କାର୍ଯ୍ୟକ୍ରମ ଓ ଓଡିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ସ୍ଥାପନ ହେବ।

ପ୍ରତି ଜିଲ୍ଲାପାଠଗାରକୁ ସ୍ମାର୍ଟ ପାଠଗାରରେ ପରିଣତ କରାଯିବ। ଜିଲ୍ଲା ପାଠାଗାରକୁ ଭର୍ଚୁଆଲ ଏକାଡେମି ସହ ସଂଯୋଗ କରାଯିବ ।

ଚଳିତ ବର୍ଷ ଆୟୋଜିତ ହେବ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ। ସମ୍ମିଳନୀରେ ୧୦ ହଜାର ସାହିତ୍ୟିକ ଓ ଭାଷାବିତ ଭାଗ ନେବେ। ଭର୍ଚୁଆଲ ମୋଡରେ ଏହି ସମ୍ମିଳନୀ ହେବ। ପ୍ରବାସୀ ଓଡିଆଙ୍କୁ ମିଳିବ ଓଡିଆ ଭାଷା ଶିକ୍ଷା ସୁବିଧା। ଭର୍ଚୁଆଲ ଏକାଡେମୀ ଜରିଆରେ ଏହି ଶିକ୍ଷା ପ୍ରଦାନ କରାଯିବ।

ଏହା ସହ ଅଫିସକୁ ଓଡିଆରେ ଆସୁଥିବା ଚିଠିର ଉତ୍ତର ଓଡିଆରେ ଦିଆଯିବ। ସବୁ ସଭାକୁ ଓଡ଼ିଆଭାଷାରେ ପରିଚାଳାନା କରାଯିବ।

ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ବରପୁର ଓ ସାତଲହଡି ମଠ ଅଞ୍ଚଳରେ ତାଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ହେବ।

ଶ୍ରୀମନ୍ଦିର ଲାଗିଥିବା ଐତିହ୍ୟ ସ୍ଥଳ ସଂଯୋଜିତ ହେବ। ଏଠାରେ ପ୍ରାତଃ ପରିକ୍ରମା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ଭୁବନେଶ୍ୱର କଳାମଣ୍ଡପ ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତ ଭାବେ ଆକର୍ଷଣୀୟ ଓଡିଶା ନୃତ୍ୟ ଓ ସଂଗୀତ ଆୟୋଜନ କରାଯିବ।

Leave A Reply

Your email address will not be published.