ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲେ..

0

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ପୋଡି ହୋଇ ମୃତ୍ୟୁବରଣ କରିଥିବା ମାମଲା ଏଯାଏ ଥମିନଥିବା ବେଳେ ଗଂଜାମରୁ ଆସିଛି ଏକ ଛାତି ଥରାଇଦେବା ଭଳି ଖବର। ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା ଜଣେ ଯୁବକ। ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇଦେଲା ପ୍ରେମିକ । ତେବେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଛନ୍ତି।

ଗଂଜାମ ପ୍ରତାପୁର ଗାଁର କୃଷ୍ଣଚନ୍ଦ୍ର ସାହୁ। ପୋଲସରା ଅଂଚଳର ଏକ ଯୁବତୀଙ୍କୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ର କଥା ହେବା ବାହାନାରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ପାଖକୁ ଡାକିଥିଲେ । ଆଉ ସେଠାରେ ହିଁ ଯୁବତୀଙ୍କ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଇଥିଲେ । ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ ମେଡିକାଲରେ ଯୁବତୀଙ୍କ ଶେଷ ବୟାନ ରେକର୍ଡ କରିଛି । ଏହା ପରେ ମେ।।ବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି । ତେବେ
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ଯୁବକ ଜଣ ଅନ୍ୟତ୍ର ବାହାଘର ପାଇଁ ଯୋଜନା କରିଥିଲେ। ଏକଥା ଯୁବତୀ ଜଣକ ଜାଣିବା ପରେ ବିରୋଧ କରିଥିଲେ। ଫଳରେ ପ୍ରେମିକ ଜଣକ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ଜାଳିଦେଇଥିବା ଜଣାପଡିଛି।

Leave A Reply

Your email address will not be published.