ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଡେଙ୍ଗୁ ମାତିଛି, ପ୍ରଶାସନ ଚେଇଁ ଶୋଇଛି?

0

() ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ସରକାର ଅକଳରେ ପଡିଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଏମସିର ବିଫଳତାକୁ ସାମ୍ନାକୁ ଆଣି କାଠଗଡାରେ ଠିଆ କରୁଥିବା ବେଳେ ୱାର୍ଡ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ମାମଲାକୁ ଆହୁରି ଜଟିଳ କରିଦେଇଛି । କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛି, ରାଜ୍ୟରେ ଏବେ କରୋନା ସଂପୁର୍ଣ୍ଣ ଭାବେ ଯାଇନଥିବା ବେଳେ ଡେଙ୍ଗୁ ଏକ ମହାବିପଦ ସାଜି ରାଜ୍ୟକୁ ଗ୍ରାସ କରିବାକୁ ବସିଲାଣି>

() ନୁଆ ମିଡିଆ ଟିମ୍ ଗଠନ ପରେ ରାଜ୍ୟ କଂଗ୍ରେସ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗ ଉଠାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଚାଲିଛି । ଡେଙ୍ଗୁ ଏକ ନୁଆ ଅସ୍ତ୍ର ଭାବେ କଂଗ୍ରେସ ହାତରେ ପଡିଛି ସରକାର ୪୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କହୁଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ହଜାର ହଜାର ବୋଲି ଯୁକ୍ତି ରଖିଛି କଂଗ୍ରେସ । ଉଭୟ ନଗର ଉନ୍ନୟନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ବିପଦକୁ ରୋକିବାରେ ସଂପୁର୍ଣ୍ଣ ବିଫଳ ହୋଇଥୀବା ଦଳ ଅଭିଯୋଗ ଆଣିଛି । ଅତୀତର ମାମଲାକୁ ଉଖୁରାଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାଲୋଚନା କରିଛି ଦଳ । ମାହାଙ୍ଗା ଡବଲ ମର୍ଡର ମାମଲାରୁ ନିଜ ନାଁ ହଟାଇବାରେ ମନ୍ତ୍ରୀ ବ୍ୟସ୍ଥ ରହୁଛନ୍ତି ହେଲେ ଡେଙ୍ଗୁ ଇଆଡେ ମାଡିଗଲାଣି, ସେନେଇ ତାଙ୍କର ନିଘା ନାହିଁ ।

() କ୍ୟାପିଟାଲ ହସ୍ପିଟାଲରେ କାହିଁକି ଡେଙ୍ଗୁ ୱାର୍ଡ ହୋଇପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । କେତେ ଥର କେଉଁ ଅଂଚଳରେ ମଶା ଧୁଆଁ ଗାଡି ବୁଲିଛି, ଏଥିପାଇଁ କେତେ ଖର୍ଚ୍ଚ ହୋଇଛି, ଲୋକଙ୍କୁ ସଚେତନ କରିବାକୁ କଣ ପଦକ୍ଷେପ ମାନ ଗ୍ରହଣ କରାଯାଇଛି, ତାର ହିସାବ ଦଳ ମାଗିଛି । ଘର ଘର ବୁଲି ସର୍ଭେ କରିବା ସହ ସମସ୍ତ ସ୍ଥାନରେ ଡେଙ୍ଗୁ ୱାର୍ଡ କରାଯାଉ ବୋଲି କହିଛି କଂଗ୍ରେସ । ନଚେତ ସ୍ଥିତି ଆଗକୁ ଭୟଙ୍କର ରୁପ ଧାରଣ କରିବ।

() ବଡ କଥା ହେଉଛି, ପୈାର ନିର୍ବାଚନ ରାଜ୍ୟ ସରକାର କରିନଥିବାରୁ ଏକ ବିଚିତ୍ର ପରିସ୍ଥିତି ଉପୁଜିଛି । ନା କିଏ ୱାର୍ଡ ମେମ୍ବର ନା କିଏ ମେୟର । ଏଭଳି ସ୍ଥଳେ ଲୋକଙ୍କ କଥା ବୁଝିବ କିଏ । ବାବୁଙ୍କ ହାତକୁ ବିଏମସି ଟେକିଦେଇଥିବା ସରକାର ଲୋକଙ୍କ ଡେଙ୍ଗୁ ଡରକୁ ବୁଝିପାରୁଛନ୍ତି କି ନାହିଁ ତାହା ଏକ ବଡ ପ୍ରଶ୍ନ । କୈାଣସି ଅଧୀକାରୀଙ୍କ ନିକଟରେ ସାଧାରଣ ଲୋକ ପହଁଚିବା କେତେ କଷ୍ଟ ଏକଥା ସମସ୍ତେ ଜାଣିଛନ୍ତି, ତେଣୁ ଡେଙ୍ଗୁ ମୁକାବିଲାକୁ ତ୍ୱରାନ୍ୱିତ କରାନଗଲେ ଏହା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବ ।

Leave A Reply

Your email address will not be published.