ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଡେଙ୍ଗୁ ମାତିଛି, ପ୍ରଶାସନ ଚେଇଁ ଶୋଇଛି?

0

() ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ସରକାର ଅକଳରେ ପଡିଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଏମସିର ବିଫଳତାକୁ ସାମ୍ନାକୁ ଆଣି କାଠଗଡାରେ ଠିଆ କରୁଥିବା ବେଳେ ୱାର୍ଡ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ମାମଲାକୁ ଆହୁରି ଜଟିଳ କରିଦେଇଛି । କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛି, ରାଜ୍ୟରେ ଏବେ କରୋନା ସଂପୁର୍ଣ୍ଣ ଭାବେ ଯାଇନଥିବା ବେଳେ ଡେଙ୍ଗୁ ଏକ ମହାବିପଦ ସାଜି ରାଜ୍ୟକୁ ଗ୍ରାସ କରିବାକୁ ବସିଲାଣି>

() ନୁଆ ମିଡିଆ ଟିମ୍ ଗଠନ ପରେ ରାଜ୍ୟ କଂଗ୍ରେସ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗ ଉଠାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଚାଲିଛି । ଡେଙ୍ଗୁ ଏକ ନୁଆ ଅସ୍ତ୍ର ଭାବେ କଂଗ୍ରେସ ହାତରେ ପଡିଛି ସରକାର ୪୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କହୁଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ହଜାର ହଜାର ବୋଲି ଯୁକ୍ତି ରଖିଛି କଂଗ୍ରେସ । ଉଭୟ ନଗର ଉନ୍ନୟନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ବିପଦକୁ ରୋକିବାରେ ସଂପୁର୍ଣ୍ଣ ବିଫଳ ହୋଇଥୀବା ଦଳ ଅଭିଯୋଗ ଆଣିଛି । ଅତୀତର ମାମଲାକୁ ଉଖୁରାଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାଲୋଚନା କରିଛି ଦଳ । ମାହାଙ୍ଗା ଡବଲ ମର୍ଡର ମାମଲାରୁ ନିଜ ନାଁ ହଟାଇବାରେ ମନ୍ତ୍ରୀ ବ୍ୟସ୍ଥ ରହୁଛନ୍ତି ହେଲେ ଡେଙ୍ଗୁ ଇଆଡେ ମାଡିଗଲାଣି, ସେନେଇ ତାଙ୍କର ନିଘା ନାହିଁ ।

() କ୍ୟାପିଟାଲ ହସ୍ପିଟାଲରେ କାହିଁକି ଡେଙ୍ଗୁ ୱାର୍ଡ ହୋଇପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । କେତେ ଥର କେଉଁ ଅଂଚଳରେ ମଶା ଧୁଆଁ ଗାଡି ବୁଲିଛି, ଏଥିପାଇଁ କେତେ ଖର୍ଚ୍ଚ ହୋଇଛି, ଲୋକଙ୍କୁ ସଚେତନ କରିବାକୁ କଣ ପଦକ୍ଷେପ ମାନ ଗ୍ରହଣ କରାଯାଇଛି, ତାର ହିସାବ ଦଳ ମାଗିଛି । ଘର ଘର ବୁଲି ସର୍ଭେ କରିବା ସହ ସମସ୍ତ ସ୍ଥାନରେ ଡେଙ୍ଗୁ ୱାର୍ଡ କରାଯାଉ ବୋଲି କହିଛି କଂଗ୍ରେସ । ନଚେତ ସ୍ଥିତି ଆଗକୁ ଭୟଙ୍କର ରୁପ ଧାରଣ କରିବ।

() ବଡ କଥା ହେଉଛି, ପୈାର ନିର୍ବାଚନ ରାଜ୍ୟ ସରକାର କରିନଥିବାରୁ ଏକ ବିଚିତ୍ର ପରିସ୍ଥିତି ଉପୁଜିଛି । ନା କିଏ ୱାର୍ଡ ମେମ୍ବର ନା କିଏ ମେୟର । ଏଭଳି ସ୍ଥଳେ ଲୋକଙ୍କ କଥା ବୁଝିବ କିଏ । ବାବୁଙ୍କ ହାତକୁ ବିଏମସି ଟେକିଦେଇଥିବା ସରକାର ଲୋକଙ୍କ ଡେଙ୍ଗୁ ଡରକୁ ବୁଝିପାରୁଛନ୍ତି କି ନାହିଁ ତାହା ଏକ ବଡ ପ୍ରଶ୍ନ । କୈାଣସି ଅଧୀକାରୀଙ୍କ ନିକଟରେ ସାଧାରଣ ଲୋକ ପହଁଚିବା କେତେ କଷ୍ଟ ଏକଥା ସମସ୍ତେ ଜାଣିଛନ୍ତି, ତେଣୁ ଡେଙ୍ଗୁ ମୁକାବିଲାକୁ ତ୍ୱରାନ୍ୱିତ କରାନଗଲେ ଏହା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବ ।

Leave A Reply

Your email address will not be published.