ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ତଥାପି ମାଥି ବଦଳିଲେନି

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଦେଓରଂଜନ ସିଂ ଏବେ ଖଣି ବିଭାଗର ସଚିବ ହେବେ। ଦେଓରଂଜନ ଦୀର୍ଘ ୯ବର୍ଷ ଧରି ପଞ୍ଚାୟତିରାଜ ବିଭାଗର ଦାୟିତ୍ବରେ ଥିଲେ।

ଖଣି ବିଭାଗ ସଚିବ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି। ସେ ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ବି ରହିବେ। ସେହିଭଳି ଅଶୋକ ମୀନାଙ୍କ ସ୍ଥାନରେ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି। ସେ କିଛି ଦିନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା କ୍ରୀଡା ଓ ଯୁବ ସେବା ବିଭାଗ ଦାୟିତ୍ବ ଅତିରିକ୍ତ ଭାବେ ସମ୍ଭାଳିବେ।

କିନ୍ତୁ ଏହି ନିର୍ଦେଶନାମା ବାହାରିବା ପରେ ଯେଉଁ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି, ତାହା ହେଲା ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାତନନଙ୍କୁ ସରକାର ସେଠାରୁ ବଦଳି କରିବାକୁ ଚାହିଁନାହାନ୍ତି। ପାଖାପାଖି ୮ବର୍ଷ ହେଲାଣି ସେ ସେହି ବିଭାଗ ଦାୟିତ୍ବରେ ଅଛନ୍ତି। ଇତିମଧ୍ୟରେ ଏକାଧିକ ମୁଖ୍ୟସଚିବ ବଦଳିଥିଲେ ବି ତାଙ୍କ ପଦବି ସୁରକ୍ଷିତ ରହିଛି। ଯଦିଓ ନଗର ଉନ୍ନୟନ ବିଭାଗରେ ଶ୍ରୀ ମାଥିଭାଥନନ୍ ସେଭଳି କିଛି ଉଲ୍ଲେଖନୀୟ କରିସ୍ମା ଦେଖାଇପାରିନାହାନ୍ତି, ତଥାପି ତାଙ୍କ ପଦବି ସୁରକ୍ଷିତ ରହିଛି।

Leave A Reply

Your email address will not be published.