ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!

0
  • ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁ
  • ରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ
  • ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ ତନାଘନା ପରେ ଚୁପ୍ଭ


ଭୁବନେଶ୍ବର: ଆଜି ହେଉଛି ଜୁଲାଇ ୨୯ ତାରିଖ। ବହୁ ବାଦବିବାଦ ପରେ ‘ଓଡ଼ିଶା ରସଗୋଲା’କୁ ଆଜି ଦିନରେ (ଦୁଇବର୍ଷ ତଳେ) ଜିଆଇ ମାନ୍ୟତା ମିଳିଥିଲା। ଏହି ଖବର ଗବେଷକମାନଙ୍କୁ ଏକ ବଡ ସଫଳତା ଦେଇଥିଲା। ନିଶ୍ଚିତ ସେମାନେ ଖୁସି ଅନୁଭବ କରିଥିବେ। ସମଗ୍ର ରାଜ୍ୟବାସୀମଧ୍ୟ। ତତ୍କାଳ ସରକାର ଘୋଷଣା କରିଥିଲେ ଯେ ପାହାଳରେ ରସଗୋଲା କ୍ଲଷ୍ଟର ହେବ। ଭୁବନେଶ୍ବର ଏକ ମିଷ୍ଟାନ୍ନ ହବ୍ କରାଯିବ, ଯେଉଁଥିରେ ରସଗୋଲା ସମେତ ରାଜ୍ୟର ସବୁ ଭଲ ଭଲ ମିଠା ମିଳିବ।

ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବେ ବି ଏହି ବିଭାଗର ଦାୟିତ୍ବରେ ଅଛନ୍ତି। ତାଙ୍କର ଯେମିତି କେଉଁଥିରେ ଆଗ୍ରହ ନାହିଁ। ସେହିଭଳି ସଚିବ ବଦଳିଲେ, ସରକାରଙ୍କ ନିଷ୍ପତ୍ତି ବଦଳିଗଲା। ବର୍ଷେ ନୁହେଁ, ଆଜିକୁ ଦୁଇବର୍ଷ ବିତିଗଲା, ଏସବୁ ଘୋଷଣା ସରକାରଙ୍କ କାଗଜପତ୍ରରେ ଓ ଗଣମାଧ୍ୟମ ରିପୋର୍ଟରେ ରହିଯାଇଛି।

ଶ୍ରୀଜଗନ୍ନାଥ ଗବେଷକ ଡ. ଅସିତ କୁମାର ମହାନ୍ତି

ଏହା ଉପରେ କି ପଦକ୍ଷେପ ନିଆଯାଇଛି, ସେକଥା ଏଇଥିପାଇଁ ଜଣାପଡିନାହିଁ,କାରଣ ସରକାରୀ ବାବୁମାନେ ଇତିମଧ୍ୟରେ ରସଗୋଲା ଗବେଷକମାନଙ୍କୁ ଭୁଲିଯାଇଛନ୍ତି। ସେମାନଙ୍କୁ ଡାକି ଏହାକୁ କିଭଳି ପରିବର୍ତ୍ତୀସ୍ତରକୁ ନିଆଯିବ, ତାହା ଚିନ୍ତା କରିନାହାନ୍ତି। କଣ ପଦକ୍ଷେପ ନିଆଗଲେ, ଓଡ଼ିଶାର ହଜାର ହଜାର ଯୁବକ ନିଜକୁ ଏହି ଶିଳ୍ପ ସହିତ ଯୋଡିପାରିବେ ଓ ଓଡ଼ିଶା ଦେଶର ବିଭିନ୍ନ ଅଞ୍ଚଳକୁ ରସଗୋଲା ରପ୍ତାନୀ କରିପାରିବ, ସେସବୁ କିଛି ବି ଆଲୋଚନା ହୋଇନାହିଁ। ଏହି ପ୍ରକଳ୍ପ ସହିଚ ଏମଏସଏମ୍ଇ, ମତ୍ସ୍ୟ ଓ ପଶୁ ସଂପଦ ଭଳି ଏକାଧିକ ବିଭାଗର ସଂପର୍କ ରହିଛି।

ଏହି ଗୋଟିଏ ଶିଳ୍ପର ଯଦି ସମୃଦ୍ଧ ହେବ, ତେବେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସହିତ ଯୋଡି ହୋଇଥିବା ରାଜ୍ୟ ସରକାରଙ୍କ ଗାଈ ଫାର୍ମ ପ୍ରତି ମଧ୍ୟ ଲୋକଙ୍କର ନଜର ପଡିବ। ଛେନା ବଜାର ସହିତ ଯୋଡି ହୋଇଥିବା ଲକ୍ଷାଧିକ ପରିବାରର ଭାଗ୍ୟ ଦିନକରେ ବଦଳିଯିବ। ରାଜ୍ୟରେ ମିଠା ଦୋକାନ କରିଥିବା ଲକ୍ଷାଧିକ ଯୁବକଙ୍କର ଆର୍ଥିକ ସ୍ଥିତିରେ ବେଶ୍ ଉନ୍ନତି ଆସିପାରିବ। କେବଳ ସେତିକି ନୁହେଁ, ଏହାକୁ ନେଇ ରାଜ୍ୟରେ ଷ୍ଟାର୍ଟଅପ୍ ମୁଣ୍ଡ ଟେକିବ ଓ ଦେଶ ବାହାରେ ଓଡ଼ିଶାର ରସଗୋଲାକୁ ନେଇ ଆଦର ବଢିବ। କରୋନା କାଳରେ ଯେବେ ଜୀବନ-ଜୀବିକାକୁ ନେଇ ସଂଘର୍ଷ ଚାଲିଛି, ସେବେ ଏହାଠାରୁ ଆଉ ବଡ଼ ପ୍ରକ​ଳ୍ପ କଣ ହୋଇପାରେ?

କେବଳ ରସଗୋଲା ନୁହେଁ, ଓଡ଼ିଶାର ଅନ୍ୟ ପ୍ରକଳ୍ପ ଯେମିତିକି ପୁରୀର ଖଜା, ନିମାପଡ଼ାର ଛେନାଝିଲି, ନୟାଗଡ଼ର ଛେନାପୋଡ଼, କଟକର ତାରକସି କେନ୍ଦ୍ରାପଡ଼ାର ରସାବଳୀ, ଢେଙ୍କାନାଳର ବିରିବରା ଆଦି ସାମଗ୍ରୀକୁ କେବେ ଜିଆଇ ବା ଭୌଗଳିକ ମାନ୍ୟତା ମିଳିବ ତାହା ଉପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ରାପଡାରେ କିଛି ବ୍ୟକ୍ତି ରସାବଳୀ ପାଇଁ ବହୁତ ଚିତ୍କାର କଲେ। ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ଗଠନ କରାଯାଇ ବିଧିବଦ୍ଧ ଆବେଦନ ଲାଗି ପ୍ରକ୍ରିୟା ଆରମ୍ଭ ହେଲା। ଏଥିପାଇଁ ଗୋଟିଏ ହ୍ବାଟସ୍ ଆପ୍ ଗ୍ରୁପ ବି ଗଠନ କରାଗଲା। ହେଲେ ସେହି ଗ୍ରୁପ ଜନ୍ମରୁ ଯେଭଳି ନିଷ୍କ୍ରିୟ ହୋଇପଡିଛି, ଠିକ୍ ସେହିଭଳି ଜିଆଇ ଟ୍ୟାଗ୍ଏ ପ୍ରସ୍ତାବ ସରକାରଙ୍କ ପାଖରେ ଯେମିତି ଥିଲା ସେମିତି ପଡି ରହିଛି।

ବିଜ୍ଞାନ ଓ କାରଗରୀ କୌଶଳ ମନ୍ତ୍ରୀ ହେଉଛନ୍ତି ଅଶୋକ ପଣ୍ଡା। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଖଇ ବିରଳ। ସେ ନିଜେ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା କଥା। ତାହା ମଧ୍ୟ ପରିଲକ୍ଷିତ ହେଉନାହିଁ। ମନ୍ତ୍ରୀଙ୍କର ଆଉ କେଉଁଥିରେ ଆଗ୍ରହ କେଜାଣି? ସେହିଭଳି ଏମଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବି ଏଥିପ୍ରତି କେବେ ଦୃଷ୍ଟି ପଡିନାହିଁ।

ଏହି ପ୍ରସଙ୍ଗକୁ ଅନୁସନ୍ଧାନ କରୁ କରୁ କିନ୍ତୁ କିଛି ବଡ଼ ପ୍ରସଙ୍ଗ ସାମ୍ନାକୁ ଆସୁଛି। ପ୍ରଥମ କଥା ହେଲା, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ​ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ସେଲ୍ କାର୍ଯ୍ୟ କରୁଛି ଯାହା ପେଟେଣ୍ଟ ଇନଫରମେସନ୍ ସେଣ୍ଟର ବା ଇଣ୍ଟେଲେକ୍ଚ୍ୟୁଆଲ ପ୍ରପର୍ଟି ଫାସିଲିଏସନ୍ ସେଣ୍ଟର ଭାବେ ଜଣାଶୁଣା। ବିଭିନ୍ନ ସଂସ୍ଥା ଯେଉଁ ସାମଗ୍ରୀ ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରିବେ, ଏମାନେ ତାହା ଉପରେ ଅଧିକ ଅନୁସନ୍ଧାନ କରିବା ସହିତ ପଦକ୍ଷେପ ନେବେ। କିନ୍ତୁ , ଏହି ଅନୁଷ୍ଠାନ ପାଇଁ କୌଣସି ବଡ ବଜେଟ୍ ବ୍ୟବସ୍ଥା ନାହିଁ। ଯାହା ଫଳରେ ସେମାନେ ଯେ କୌଣସି ସାମଗ୍ରୀ ଉପରେ ଅଧିକ ଅନୁସନ୍ଧାନ କରିବା ଆଦୌ ସମ୍ଭବ ନୁହେଁ। ୨୦୧୫ରୁ ଏହା ଓଡ଼ିଶାରେ କାର୍ଯ୍ୟ କରୁଥିଲେ ହେଁ, ସରକାର ଏହି ଅନୁଷ୍ଠାନକୁ ଯେଭଳି ଗୁରୁତ୍ବ ମିଳିବା କଥା ତାହା ସମ୍ଭବ ହୋଇନାହିଁ। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଜିଆଇ ଟ୍ୟାଗ୍ ପ୍ରସଙ୍ଗକୁ ନେଇ ସାଧାରଣରେ ଯେଭଳି ଉତ୍ସାହ ରହିଛି, ସରକାରୀସ୍ତରରେ ତାହାର ପ୍ରଭାବ ସେଭଳି ପରିଲକ୍ଷିତ ହେଉନାହିଁ।

ଦୁଇଟି ଉଦାହରଣ ଦେଲେ ଏକଥା ସ୍ପଷ୍ଟ ହୋଇଯିବ। ଗୋଟିଏ ସମୟରେ ବରିଷ୍ଠ ପ୍ରଶାସକ ସଂଜୀବ ଚୋପ୍ରା ଦାୟିତ୍ବରେ ଥିବା ବେଳେ ନିମାପଡ଼ା ଛେନାଝିଲ୍ଲି, ଛେନାପୋଡ଼ ଓ ତାରକସୀକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଲାଗି ନିର୍ଦେଶ ଦେଇଥିଲେ। ହେଲେ ଏହା ଉପରେ ବି ବିଭାଗ ତତ୍ପରତା ଦେଖାଇନାହିଁ।

ରସଗୋଲା ସମୟରେ କିଏ ଆବେଦନ କରିବେ ସେ ନେଇ ସେବେ ଗୋଟିଏ ଦ୍ବନ୍ଦ୍ବ ଥିଲା, ଯାହା ଆଜି ଦିନରେ ନାହିଁ। ଏହା ସତ୍ତ୍ବେ ଏସଂକ୍ରାନ୍ତ ନିର୍ଦେଶନାମା କାର୍ଯ୍ୟାନ୍ବୟନ କାହିଁକି କେଜାଣି ମନ୍ଥର ଧରୁଛି। ଏଇ ଯେମିତି ନିମାପଡ଼ା ଝିଲ୍ଲିକୁ ଭୌଗଳିକ ମାନ୍ୟତା ଦେବା ଲାଗି ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ୨୦୧୯ ସେପ୍ଟେମ୍ବର ମାସ ୨୪ ତାରିଖରେ ଏହି କମିଟି ନିମାପଡ଼ା ଗସ୍ତ କରିଥିଲେ। ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ସଭାପତି ବିମ୍ବାଧର ବେହେରାଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଅସିତ ମହାନ୍ତି ଓ ଆଇପିଏଫସି ପକ୍ଷରୁ ଡ. ସୁଶାନ୍ତ କୁମାର ରାଉତ ନିମାପଡା ଯାଇ ପ୍ରାଥମିକ ସର୍ବେକ୍ଷଣ କାର୍ଯ୍ୟ ଶେଷ କରିଛନ୍ତି। ସେମାନେ ତାଙ୍କ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇ ସାରିଛନ୍ତି।

ସେବେ ଏକଥା ଜଣାପଡିଥିଲା ଯେ ଗୋଟିଏ ସମୟରେ ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀଙ୍କ ପାଇଁ ମଧୂ ଆଚାର୍ଯ୍ୟ ନାମକ ଜଣେ ମିଠା କାରିଗର ଛେନା ଜିଲାବୀ ବା ଆଜି ଦିନର ଛେନା ଝିଲ୍ଲି ତିଆରି କରିଥିଲେ। ପରବର୍ତୀ ସମୟରେ ସେ ଆର୍ତ୍ତବନ୍ଧୁ ସାହୁଙ୍କୁ ଏହି କୌଶଳ ବତାଇଥିଲେ। ଦିବଂଗତ ଶ୍ରୀ ସାହୁଙ୍କ ଛେନା ଝିଲ୍ଲି କାରବାରରେ ବେଶ୍ ନା କରିଥିଲେ। ହେଲେ ଏହି ରିପୋର୍ଟ ଉପରେ କି ପଦକ୍ଷେପ ନିଆଗଲା, ତାହା କାହାକୁ ଜଣାନାହିଁ। ଏହି କମିଟି ଆଉଥରେ ନିମାପଡ଼ା ଗଲେଣି କି ନାହିଁ, ଏ ସଂକ୍ରାନ୍ତ ଆବେଦନ କେବେ ହେବ, ସେକଥା କେହି କହିପାରୁନାହାନ୍ତି।

ଏପଟେ ନୟାଗଡ଼ର ଛେନାପୋଡ଼ ଓ କଟକର ତାରକସିକୁ ବଙ୍ଗଳା ନେଇଯିବାକୁ ବସିଛି। ସଂପୃକ୍ତ ରାଜ୍ୟ ସରକାର ଏ କ୍ଷେତ୍ରରେ ରସଗୋଲା ଭଳି କେଁ ପୂରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ସରକାର ଏ ସଂପର୍କରେ ଜାଣିଲେଣି ନା ନାହିଁ?

Leave A Reply

Your email address will not be published.