ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେରଳରେ କରୋନାର ସାଂଘାତିକ ସ୍ଥିତି

0


କରୋନା ସଂକ୍ରମଣ ତଳମୁହାଁ ନେଇ କିଛି ଦିନ ହେବ ଦେଶରୁ ଆଶ୍ୱସ୍ତି ଖବର ଆସୁଥିଲା । ସଂକ୍ରମଣ ହାର ବୃଦ୍ଧିରେ ବ୍ରେକ ଲାଗିଥିଲା । କିନ୍ତୁ ଗତ ୩ ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ପୁଣି ବଢିଛି । ୪୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି ଦେଶରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାର ଅଧାରୁ ଅଧିକ ହେଉଛନ୍ତି କେରଳରୁ। କେରଳରୁ କରୋନାରୁ ସାଂଘାତିକ ଚିତ୍ର ପୁଣି ଦେଖିବାକୁ ମିଳିଛି । ଦୈନିକ
ସଂକ୍ରମିତ କେରଳରୁ ୨୨ ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ ହେବା ସରକାରଙ୍କ ନିଦ ହଜାଇଦେଇଛି।

ଏଭଳି ସ୍ଥିତିରେ ପୁଣି ଫେରିଛି ସଂପୂର୍ଣ୍ଣ ଲକଡାଉନ । କେରଳ ସରକାର ଦୁଇଦିନ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତାଲି ଓ ଅଗଷ୍ଟ ୧ରେ ଦୁଇଦିନ ସଂପୂର୍ଣ୍ଣ ଲକଡାଉନ ରହିବ କେରଳ । ତେବେ ବିଶେଷଜ୍ଞ ମାନେ ଆଗକୁ ତୃତୀୟ ଲହର ଆସିବ ବୋଲି କହୁଥିବା ବେଳେ ତା ପୂର୍ବରୁ କେରଳରେ ଏଭଳି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ। ଦ୍ୱିତୀୟ ଲହର ସରିନି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ସଂକ୍ରମଣ ସାମାନ୍ୟ କମୁଥିବାରୁ ଅନେକ ରାଜ୍ୟ ଅନଲକ ନିଷ୍ପତି ନେବାକୁ ଗଲା ବେଳେ କେରଳରେ ହଠାତ ସଂକ୍ରମଣର ବୃଦ୍ଧି ଯୋଗୁଁ ସଂପୂର୍ଣ୍ଣ ଅନଲକ କରିବାକୁ କେହି ସାହାସ
ଜୁଟାଇପାରୁନାହାନ୍ତି।

କେରଳ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍‌ଣ କରିବାରେ ସଫଳ ହୋଇପାରିନାହାନ୍ତି । ଦେଶରେ ଦୈନିକ ସଂକ୍ରମଣରୁ ଅଧା ହେଉଛନ୍ତି କେରଳରୁ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇଦିନିଆ ସଂପୂ୍‌ର୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । କେରଳର ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ମାଲାପୁରମ, ତ୍ରୁିସୁର, କୋଝିକୋଡ଼, ଏର୍ଣ୍ଣାକୁଲମ, ପାଲାକାଡ଼, କୋଲ୍ଲାମ, କାନ୍ନୁର,ଥିରୁବନନ୍ତପୁରମ ଓ କୋଟ୍ଟାୟମ । ସ୍ବାସ୍ଥ୍ୟକର୍ମୀ ମାନେ ଅଧିକରୁ ଅଧିକ ଏଠାରେ ସଂକ୍ରମିତ ହେଉଛନ୍ତି । କେରଳରେ ଆଟିଂବଡି ପରିମାଣ ମଧ୍ୟ ଜାତୀୟ ସ୍ତରରେ ସର୍ବନିମ୍ନ । ରାଜ୍ୟରେ ମାତ୍ର ୪୪.୪ ପ୍ରତିଶତ ଆଟିଂବଡି ଲୋକଙ୍କ ଦେହରେ ରହିଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଅଧିକରୁ ଅଧିକ ସେରୋ ସର୍ଭେ କରିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି ।

କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ୬ ଜଣିଆ ଟିମ ପଠାଇଛି । କରୋନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ଉପରେ ରହିଛି । ସୁସ୍ଥଙ୍କ ସଂଖ୍ୟା ରହିଛି ୩୧ ଲକ୍ଷ ୪ ହଜାର । । ମୃତ୍ୟୁସଂଖ୍ୟା ୧୬ ହଜାର ଉପରେ ରହିଛି । ତେବେ ଓଡିଶାରେ ମଧ୍ୟ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଖୋର୍ଦ୍ଧା,କଟକରେ ସଂକ୍ରମଣ କମୁନାହିଁ । । ଆସନ୍ତାକାଲି ତେଣୁ ସଂପୂର୍ଣ୍ଣ ଅନଲକ ସରକାର କରିନପାରନ୍ତି ବୋଲି ଡିଏମଇଟି କହିଛନ୍ତି । । ତେବେ
କେରଳରୁ ବଢୁଥିବା ସଂକ୍ରମଣକୁ ନେଇ ଅନ୍ୟ ରାଜ୍ୟ କଣ ଫର୍ମୂଲା ଆପଣାଇବେ ଏବେ ତା ଉପରେ ନଜର ।

Leave A Reply

Your email address will not be published.