ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ସିବିଏସଇ ଦ୍ୱାଦଶ ପାସ ହାର ୯୯.୩୭%

0

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପାସ ହାର ରହିଛି ୯୯.୩୭%। ମୋଟ ୧୨ ଲକ୍ଷ ୯୬ ହଜାର ୩୧୮ ପିଲା ପାସ କରିଛନ୍ତି । ତେବେ ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୯୯.୧୩ ପ୍ରତିଶତ ଛାତ୍ରଙ୍କ ପାସହାର ଥିବା ବେଳେ ଛାତ୍ରୀଙ୍କ ପାସହାର ରହିଛି ୯୯.୬୭ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ୦.୫୪ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି । ୭୦ ହଜାର ୪ ଜଣ ପିଲା ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

କରୋନା ମହାମାରୀ ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ମୂଲ୍ୟାୟନ ହୋଇଛି । ବୋର୍ଡ ଦ୍ୱାରା ଗଠନ ହୋଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଦଶମ ଶ୍ରେଣୀ ଥିଓରୀରୁ ୩୦ ପ୍ରତିଶତ,ଏକାଦଶ ଶ୍ରେଣୀ ପରୀକ୍ଷାରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ରଖିଥିବା ମାର୍କରୁ ୪୦ ପ୍ରତିଶତ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।

ପରୀକ୍ଷା ଫଳ ବାହାରିବା ପୂର୍ବରୁ ସିବିଏସଇ ପକ୍ଷରୁ ରୋଲ ନମ୍ବର ଜାରି କରାଯାଇଥିଲା । ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ବର ଅନଲାଇନରେ ଡାଉନଲୋଡ କରି ପରୀକ୍ଷା ଫଳ ଦେଖିପାରିବେ ।

Leave A Reply

Your email address will not be published.