ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସେମିରେ ସିନ୍ଧୁ

0

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ଭାରତ ପଦକ ଆଶା ବଢିବାରେ ଲାଗିଛି । ପିଭି ସିନ୍ଧୁ ରୋମାଚଂକର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମି ନ ମହିଳା ସିଙ୍ଗଲ୍ସରେ କ୍ୱାର୍ଟରଫାଇନାଲରେ ଜବରଦସ୍ତ ମୁକାବିଲା କରିଛନ୍ତି ସିନ୍ଧୁ । ଜାପାନାର ୟାମାଗୁଚିଙ୍କୁ ହରାଇ ସେମିରେ ସଟଲର ପିଭି ସିନ୍ଧୁ । ୨୧- ୧୩,୨୨-୨୦ରେ ସେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି ।ଆସନ୍ତାକାଲି ସେମିଫାଇନାଲ ଖେଳାଯିବ ।

ଆଜି ବକ୍ସିଂରେ ବି. ଲଭଲିନା ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପହଚିଂଛନ୍ତି । ଲଭଲିନା ସେମି ଫାଇନାଲରେ ପହଚିଂ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ୬୯ କେଜି ବର୍ଗରେ ଲଭଲିନା ବାଜିମାତ କରି ସେମିରେ ପ୍ରବେଶ କରିଛନ୍ତି । ସହିପରି କ୍ରମାଗତ ପରାଜୟ ପରେ ଆଜି ଭାରତୀୟ ମହିଳା ହିକ ଦଳ ପ୍ରଥମ ବିଜୟ ହାସଲ କରିଛନ୍ତି । ୧- ୦ରେ ଆୟାରଲାଣ୍ଡକୁ ପରାସ୍ତ କରି ବିଜୟ ହାସଲ କରିଛି ।

Leave A Reply

Your email address will not be published.