ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସେମିରେ ସିନ୍ଧୁ

0

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ଭାରତ ପଦକ ଆଶା ବଢିବାରେ ଲାଗିଛି । ପିଭି ସିନ୍ଧୁ ରୋମାଚଂକର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମି ନ ମହିଳା ସିଙ୍ଗଲ୍ସରେ କ୍ୱାର୍ଟରଫାଇନାଲରେ ଜବରଦସ୍ତ ମୁକାବିଲା କରିଛନ୍ତି ସିନ୍ଧୁ । ଜାପାନାର ୟାମାଗୁଚିଙ୍କୁ ହରାଇ ସେମିରେ ସଟଲର ପିଭି ସିନ୍ଧୁ । ୨୧- ୧୩,୨୨-୨୦ରେ ସେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି ।ଆସନ୍ତାକାଲି ସେମିଫାଇନାଲ ଖେଳାଯିବ ।

ଆଜି ବକ୍ସିଂରେ ବି. ଲଭଲିନା ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପହଚିଂଛନ୍ତି । ଲଭଲିନା ସେମି ଫାଇନାଲରେ ପହଚିଂ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ୬୯ କେଜି ବର୍ଗରେ ଲଭଲିନା ବାଜିମାତ କରି ସେମିରେ ପ୍ରବେଶ କରିଛନ୍ତି । ସହିପରି କ୍ରମାଗତ ପରାଜୟ ପରେ ଆଜି ଭାରତୀୟ ମହିଳା ହିକ ଦଳ ପ୍ରଥମ ବିଜୟ ହାସଲ କରିଛନ୍ତି । ୧- ୦ରେ ଆୟାରଲାଣ୍ଡକୁ ପରାସ୍ତ କରି ବିଜୟ ହାସଲ କରିଛି ।

Leave A Reply

Your email address will not be published.