ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା

0

ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି।

ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ସନ୍ଧ୍ୟା ୮ଟାରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ଜାରି ରହିବ । କେବଳ ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ସାରା ରାଜ୍ୟରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ। ସେହିପରି ରାଜ୍ୟରେ ଖୋଲିବ ମଲ, ସିନେମା ହଲ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି। କୋଭିଡ ନିୟମ ମାନି ମଲକୁ ଯିବାକୁ ଅନୁମତି ମିଳିଛି। କଟକ, ଭୁବନେଶ୍ବର, ପୁରୀରେ ପ୍ରାପ୍ତ ବୟସ୍କମାନେ ଟିକା ନେଇଥିବା ଦରକାର।

ସେହିପରି ୫୦ ପ୍ରତିଶତ ଲୋକଙ୍କୁ ନେଇ ଯାତ୍ରା ପାଇଁ ଅନୁମତି ମିଳିଛି। ରେସ୍ତୋରାଁ ବି ଖୋଲିବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ଏହା ସହିତ,ଢାବା ବି ଖୋଲିବ। ରାସ୍ତାକଡ଼ରେ ଲୋକେ ଜଳଖିଆ ଦୋକାନରେ ଖାଇପାରିବେ। ବେଳାଭୂମିକୁ ମଧ୍ୟ ଯିବାକୁ ଅନୁମତି ମିଳିଛି । ନିତିଦିନିଆ ହାଟ ଓ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି । ସାରା ରାଜ୍ୟରେ ଆହାର କେନ୍ଦ୍ରରେ ଯାଇ ଲୋକେ ଖାଇପାରିବେ। ଧାର୍ମିକ , ରାଜନୈତିକ, ସାଂସ୍କୃତିକ ସମାବେଶ ହୋଇପାରିବନି। ପ୍ରଦର୍ଶନୀ.ମେଳା, ମହୋତ୍ସବ ମଧ୍ୟ ବନ୍ଦ ରହିବ। ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।

Leave A Reply

Your email address will not be published.