ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଡଃ ମହାପାତ୍ରଙ୍କ ବହି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

0
  • ସ୍ୱର୍ଗତ ମହାପାତ୍ରଙ୍କ ସପରିବାର ଉପସ୍ଥିତିରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ
  • ଗଳ୍ପ’ ପୁସ୍ତକ ଉନ୍ମୋଚନ
  • ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ବେଳେ ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ
  • ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି କୃତଜ୍ଞ
  • କୋଭିଡ୍ ସମୟରେ ଅକ୍ସିଜେନ୍‌ର ସୁନିଶ୍ଚିତ ଯୋଗାଣ ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟନିଷ୍ଠା
  • ଏବଂ ସମାଜ ପ୍ରତି ସମର୍ପଣ ଭାବର ନିଚ୍ଛକ ପ୍ରମାଣ
  • “ମନ୍ କି ବାତ୍‌”ରେ ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ
  • ନିଜ ପିତାଙ୍କ ଦ୍ୱାରା ଲିଖିତ ଗଳ୍ପ ଗୁଡ଼ିକର ସଂକଳନ କରିଥିଲେ ସ୍ୱର୍ଗତ ମହାପାତ୍ର
  • ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସିଦ୍ଧିର ଅଧିକାରୀ ଥିଲେ ମହାପାତ୍ର ନୀଳମଣି ସାହୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୩୧ – ଓଡ଼ିଶାର ସୁପୁତ୍ର ତଥା ବିଚକ୍ଷଣ ପ୍ରଶାସନିକ ଅଧିକାରୀ ତଥା ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ୱର୍ଗତ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବ କେବଳ ଆମ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ଓ ମାନବ ଜାତି ପାଇଁ ପ୍ରେରଣାଦାୟୀ ବୋଲି ତାଙ୍କ ଦ୍ୱାରା ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଶନିବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି ।


ଦେଶର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀପ୍ରଧାନ ଭାବୁକ ହୋଇ କହିଛନ୍ତି ଯେ ଆଜି ଡଃ ଗୁରୁପ୍ରସାଦ ମହାପାତ୍ର ନାହାନ୍ତି ସତ କିନ୍ତୁ ତାଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବର ବର୍ଣ୍ଣନା କରିହେବ ନାହିଁ । ତାଙ୍କ ଦ୍ୱାରା ଓଡିଆ ଜାତି ଏବଂ ସମାଜ ପ୍ରଭାବିତ
ହୋଇଥିଲା । ତାଙ୍କ ଭଳି ଜଣେ କର୍ମନିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସଂକଳିତ ହୋଇଥିବା ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଆଜିର ଦିନରେ ଉନ୍ମୋଚନ କରି ନିଜକୁ କୃତଜ୍ଞ ମନେକରୁଛି । ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ଥିଲା ଅଭିନବ ଏବଂ ଅତୁଳନୀୟ । ବିଶେଷ ଭାବରେ କୋଭିଡ଼୍‌ ସମୟରେ ନିଜେ କରୋନା ସଂକ୍ରମିତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ଦେଶର ଆବଶ୍ୟକତା ରହିଥିବା ପିପିଇ କିଟ୍‌, ଅକ୍ସିଜେନ ଯୋଗାଣକୁ ସୁନିଶ୍ଚିତ କରିଥିଲେ, ଏହା ଥିଲା ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବର ନିଚ୍ଛକ ପ୍ରମାଣ । ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ଥିଲା ଅଭିନବ ଏବଂ ଅତୁଳନୀୟ । ପ୍ରଧାନମନ୍ତ୍ରୀ ତାଙ୍କ କାମରେ ଏତେମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ନିଜ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାପାତ୍ରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଅକ୍ସିଜେନ୍ ପହଁଚ।।ଇବାରେ ତାଙ୍କର କାର୍ଯ୍ୟ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ ।

ସ୍ୱର୍ଗତ ମହାପାତ୍ର ସୁରତ ମହାନିଗର ନିଗମର କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ସୁରତ ଭଳି ବୟନଶିଳ୍ପର ପେଣ୍ଠସ୍ଥଳିକୁ ଆଦର୍ଶ ନଗର ପରିଚାଳନାର କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାରେ ସେ ସୂତ୍ରଧର ଥିଲେ ।ସେହିପରି ଭାବରେ ସ୍ୱାଧୀନତା ପରବର୍ତୀ ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରମୁଖ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁ ଥିଲେ ଅନନ୍ୟ ସିଦ୍ଧିର ଅଧିକାରୀ । କଥା ସାହିତ୍ୟ ଓ ଉପନ୍ୟାସ ଭଳି ସୃଜନଶୀଳ ସୃଷ୍ଟି କର୍ମରେ ତାଙ୍କର ସ୍ୱାକ୍ଷର କାଳଜୟୀ ମହାପାତ୍ରଙ୍କ ଗଳ୍ପ ସାହିତ୍ୟରେ ଗଭୀର ଅନୁଭୂତି, ସାମ୍ପ୍ରତିକ କାଳର ଜୀବନଚର୍ଚ୍ଚା, ସାଂସାରିକ ମଣିଷର ବ୍ୟଥାବେଦନା ଏବଂ ଜୀବନ ସଂଗ୍ରାମର ଚିତ୍ର ଜୀବନ୍ତ ଭାବେ ରୂପାୟିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


ଉଲ୍ଲେଖଯୋଗ୍ୟ, ଗାଳ୍ପିକ ନୀଳମଣିଙ୍କର ରହିଛି ଅନେକ ଅସାଧାରଣ ଗଳ୍ପ । ତନ୍ମଧ୍ୟରୁ କେତେକ ଗଳ୍ପ ଏହି ସଙ୍କଳନ ପାଇଁ ଚୟନ କରିଥିଲେ ତାଙ୍କର ସୁପୁତ୍ର ସ୍ୱର୍ଗତ ଡ଼ା.ଗୁରୁପ୍ରସାଦ ମହାପାତ୍ର । ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ ପୁସ୍ତକଟିରେ ସ୍ଥାନିତ ୧୩ଟି ଗଳ୍ପ ଗଳ୍ପ ଗୁଡ଼ିକ ଗୁରୁପ୍ରସାଦଙ୍କୁ ଅନେକ ଭାବରେ
ଆଚ୍ଛାଦିତ ଓ ଆନ୍ଦୋଳିତ କରି ରଖୁଥିଲା । ଉନ୍ମୋଚିତ ହୋଇଥିବା ପୁସ୍ତକଟି ୨୦୨୦ ମସିହା ଡ଼ିସେମ୍ବର ମାସରେ ପ୍ରକାଶିତ ହୋଇଥିଲା । ଆଜିର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ୱର୍ଗତ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ପତ୍ନୀ ଶ୍ରୀମତି ଅଞ୍ଜଳି ମହାପାତ୍ର, ତାଙ୍କ ସୁପୁତ୍ର ଦୀପ୍ତିମାନ ମହାପାତ୍ର ଏବଂ ଜୀମୂତବରଣ ମହାପାତ୍ର, ପ୍ରମୁଖ ବକ୍ତାଗଣ ଭାବରେ ଭିଡିଓ କନଫରେନ୍ସ ଜରିଆରେ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ, ଶ୍ରୀମତି ମମତା ଦାଶ, ଶ୍ରୀମତି ଯଶୋଧାରା ମିଶ୍ର ଶ୍ରମତି ଅର୍ଚ୍ଚନା ନାଏକ ; ଶ୍ରୀମତି ପାରମିତା ଶତପଥୀ ଓ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.