ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବିରଞ୍ଚି ବନ୍ଧା ହେଲେ; ତାଙ୍କର ଗଡ୍ ଫାଦର ଜଣକ କିଏ?

0

କେଉଁ ପରିସ୍ଥିତିରେ ବିରଞ୍ଚି ୧୯୯୪ ମସିହାରୁ ଡେପୁଟେସନରେ ଆସି ସେବେଠୁ ଅଛନ୍ତି?

ଭୁବନେଶ୍ବର: ଗତକାଲି ଠାରୁ ଭିଜିଲାନ୍ସ ଜାଲରେ ଛଟପଟ ହେଉଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଆଜି ଗିରଫ କରାଯାଇଛି। ଭିଜିଲାନ୍ସ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ତାଙ୍କୁ ଯେ କୌଣସି ମୁହୂର୍ତରେ କୋର୍ଟରେ ହାଜର କରାଯିବ।

ଗତକାଲି ଭିଜିଲାନ୍ସ ଚଢଉ ବେଳେ ତାଙ୍କ ଠାରୁ ନଗଦ ୨୫ଲକ୍ଷ ଟଙ୍କା, ଦେଢ କେଜିରୁ ଅଧିକ ସୁନା, ୪ଟି କୋଠା, ୧୪ଟି ପ୍ଲଟ୍, ୫୬ଲକ୍ଷ ଟଙ୍କାର ବୀମା ମିଳିଥିଲା। କେବଳ ସେତିକି ନୁହେଁ, ତାଙ୍କ ଆଲମିରାରୁ ଆବେଦନକାରୀଙ୍କ କାର୍ଡ ବି ଜବତ କରାଯାଇଥିଲା। ଭିଜିଲାନ୍ସ ଟିମ୍ ତାଙ୍କର ଭୁବନେଶ୍ବର ଓ କଟକ ଘର ସମେତ ମୋଟ ୬ଟି ଜାଗାରେ ଚଢଉ କରିଥିଲେ। ଏଯାଏ ମୋଟ ୩କୋଟି ୭୯ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଥିବା ଜଣାପଡିଛି। ଭୁବନେଶ୍ବର ନୀଳାଦ୍ରି ବିହାର ଘର ୧ କୋଟି ୪୨ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ ଜବତ ହୋଇଛି ଏବଂ ତାଙ୍କ କଲ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ପ୍ଲଟ ଅଛି ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି.

୧୯୮୧ ମସିହାରେ ସରକାରଙ୍କ ବନ୍ୟ ପ୍ରାଣୀ ବିଭାଗର ଅଫିସରେ ଷ୍ଟେନୋ ଥିଲେ ବିରଞ୍ଚି। ୧୯୯୪ ମସିହାରେ ସେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିନସଙ୍କ କାର୍ଯ୍ୟାଳୟକୁ ଡେପୁଟେସନ୍‌ରେ ସିନିୟର ଷ୍ଟେନୋ ଭାବେ ଆସିଥିଲେ। ସେବେଠାରୁ ସମସ୍ତଙ୍କୁ ପ୍ରଭାବିତ କରି ସେ ଏଠାରେ ଗାଦି ମାଡି ବସିଛନ୍ତି। ୨୦୦୧ରେ ସେଠାରେ ପିଏ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୬ରୁ ଏଯାଏ ଦୀର୍ଘ ୧୫ ବର୍ଷ ଧରି ସେ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ବିରଞ୍ଚିଙ୍କ କ୍ଷେତ୍ରରେ ଯେଉଁ କଥାଟି ସବୁଠୁ ବେଶୀ ଆନ୍ଦୋଳିତ କରୁଛି, ତାହା ହେଲା, ଏହି କରିତକର୍ମା ଅଧିକାରୀଙ୍କର ଗଡ୍ ଫାଦର ଜଣକ କିଏ?କାହା ବଳରେ ବଳୀୟାନ୍ ହୋଇ ସେ ଏତେ ବର୍ଷ ହେଲା ଡେପୁଟେସନରେ ଥିଲେ। ତାଙ୍କର ବଦଳି କାହିଁକି ହେଉନଥିଲା? ଇଏ ବଦଳି କରିବା ଦାୟିତ୍ବଟି କାହାର?କାହିଁକି ଓ କିଭଳି ସେ ୨୭ବର୍ଷ ଧରି ଏହି ଗୋଟିଏ ଜାଗାରେ ରହିପାରିଲେ? ଏସବୁ ସରକାରୀସ୍ତରରେ ଅନୁସନ୍ଧାନ ହେବା ଦରକାର।

ମୁଖ୍ୟଶାସନ ସଚିବ ଏବଂ ତାଙ୍କ ସାଧାରଣ ପ୍ରଶାସନ ବିଭାଗ ଏସବୁ ଯାଞ୍ଚ କରୁନି କାହିଁକି? ସରକାରଙ୍କର ଏହି ମୁଖ୍ୟଶାସନ ସଚିବ ଅଫିସର କାମ କଣ? ଏତେ ବଡ ବ୍ୟବସ୍ଥା, ମାଳ ମାଳ କର୍ମଚାରୀ ସେଠି କାହା କାମରେ ଲାଗିଛନ୍ତି?ସରକାରଙ୍କୁ ବଦନାମ କରିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି କି?ଏମିତି ମାଳ ମାଳ ପ୍ରଶ୍ନ ଉପରେ ବିତର୍କ ଜୋର ଧରିଲାଣି।

Leave A Reply

Your email address will not be published.