ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା

0

ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ।

ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଛନ୍ତି। ସଂସଦ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀଙ୍କୁ
ଭେଟି କେନ୍ଦ୍ରାପଡାର ଆରାଧ୍ୟ ଦେବତା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀଙ୍କ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି କରିଛନ୍ତି। ଏନେଇ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି।

ଇତହାସରୁ ଜଣାଯାଏ କି ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪୦୦ ବର୍ଷ ପୂର୍ବରୁ ବଳଦେବଜୀଉଙ୍କ ମୁଖ୍ୟପ୍ରସାଦ ସୁସ୍ୱାଦ ମିଠା ରସାବଳୀକୁ ବିକି କେନ୍ଦ୍ରାପଡାବାସୀ
ନିଜର ଗୁଜୁରାଣ ମୋଣ୍ଟାନ୍ତି। ଏପରିକି ରସାବଳୀ ସଂପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖାଯାଇଛି। କିନ୍ତୁ କେନ୍ଦ୍ରାପଡାର ଏହି ରସାବଳୀ ଦେଶ ବିଦେଶକୁ ବ୍ୟାପିଥିଲେ ମଧ୍ୟ ଏହାକୁ ଏଯାଏ ଜିଆଇ ଟ୍ୟାଗ ମିଳିପାରିନାହିଁ। ଦେଶ ଓ ରାଜ୍ୟରେ ବହୁ ପ୍ରଦର୍ଶନ ଓ
ବାଲିଯାତ୍ରାରେ ମଧ୍ୟ ରସାବଳୀ ଲୋକଙ୍କ ବେଶ ଆଦୃତ ହୋଇପାରିଛି।

କେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ ମିଳିପାରିଲେ ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ। ଏହା ଫଳରେ ପର୍ଯ୍ୟଟକ ମାନେ ତୁଳସୀ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ଏଠାରେ ଉଲ୍ଲେଖଥାଉକି, ଗତ ୨୯ ତାରିଖରେ ଏ ସଂପର୍କରେ ଆରଏନଏ ଖବର ପ୍ରକାଶ କରିଥିଲା। (https://reportersnewsagency.com/2021/07/29/gi-tag-issue/)

Leave A Reply

Your email address will not be published.