ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା

0

ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ।

ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଛନ୍ତି। ସଂସଦ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀଙ୍କୁ
ଭେଟି କେନ୍ଦ୍ରାପଡାର ଆରାଧ୍ୟ ଦେବତା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀଙ୍କ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି କରିଛନ୍ତି। ଏନେଇ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି।

ଇତହାସରୁ ଜଣାଯାଏ କି ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪୦୦ ବର୍ଷ ପୂର୍ବରୁ ବଳଦେବଜୀଉଙ୍କ ମୁଖ୍ୟପ୍ରସାଦ ସୁସ୍ୱାଦ ମିଠା ରସାବଳୀକୁ ବିକି କେନ୍ଦ୍ରାପଡାବାସୀ
ନିଜର ଗୁଜୁରାଣ ମୋଣ୍ଟାନ୍ତି। ଏପରିକି ରସାବଳୀ ସଂପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖାଯାଇଛି। କିନ୍ତୁ କେନ୍ଦ୍ରାପଡାର ଏହି ରସାବଳୀ ଦେଶ ବିଦେଶକୁ ବ୍ୟାପିଥିଲେ ମଧ୍ୟ ଏହାକୁ ଏଯାଏ ଜିଆଇ ଟ୍ୟାଗ ମିଳିପାରିନାହିଁ। ଦେଶ ଓ ରାଜ୍ୟରେ ବହୁ ପ୍ରଦର୍ଶନ ଓ
ବାଲିଯାତ୍ରାରେ ମଧ୍ୟ ରସାବଳୀ ଲୋକଙ୍କ ବେଶ ଆଦୃତ ହୋଇପାରିଛି।

କେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ ମିଳିପାରିଲେ ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ। ଏହା ଫଳରେ ପର୍ଯ୍ୟଟକ ମାନେ ତୁଳସୀ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ଏଠାରେ ଉଲ୍ଲେଖଥାଉକି, ଗତ ୨୯ ତାରିଖରେ ଏ ସଂପର୍କରେ ଆରଏନଏ ଖବର ପ୍ରକାଶ କରିଥିଲା। (https://reportersnewsagency.com/2021/07/29/gi-tag-issue/)

Leave A Reply

Your email address will not be published.