ଶତ୍ରୁତାରୁ ଶିଶୁକୁ ହତ୍ୟା କରିବାକୁ ପଛାଇନାହିଁ ଅଭିଯୁକ୍ତ । ଆଉ ଶିଶୁକୁ ହତ୍ୟା କରିବା ପରେ ହାରମନିୟରେ ଲୁଚାଇବାକୁ ଫୋପାଡି ଦେବାକୁ ଯୋଜନା କରିଥିଲା । କିନ୍ତୁ ଏହା ପୂର୍ବରୁ ଧରାପଡିଯାଇଛି ସତ । ମାଲକାନଗିରି ଏମଭି ୧୯ରୁ ଆସିଛି ଏଭଳି ସାଂଘାତିକ ଖବର । ଏମଭି ୧୯ ଗାଁର ହାରାଧନ ମଣ୍ଡଳଙ୍କ ପୁଅ ଅଙ୍କିତ ମଣ୍ଡଳ । ପଡୋଶୀ ଘର ମାଉସୀଙ୍କୁ କୋଭିଡ ଟିକା ନେବା ଲାଗି ଖବର ଦେବାକୁ ଯାଇଥିଲା ଅଙ୍କିତ । ହେଲେ ପଡିଶା ଘର ବିକାଶ ରାୟ ହଠାତ କିଛି ବାଦ୍ୟଯନ୍ତ୍ର ବଜାଉଥିବାରୁ ସବୁ ପିଲା ଅଟକିଥିଲେ । ଅଙ୍କିତ ମଧ୍ୟ ସେଠାରେ ଅଟକିଥିଲା । ହେଲେ ସେ କଣ ଜାଣିଥିଲା ତା ବାପା ଉପରେ ରାଗ ରଖି ତାକୁ ଜୀବନରୁ ମାରିଦେବ ବିକାଶ ରାୟ । କିଛି ଜାଣିବା ବୁଝିବା ଆଗରୁ ୪ ବର୍ଷର ନିଷ୍ପାପ ଶିଶୁ ଅଙ୍କିତ ବେକରେ ଗାମୁଛା ଲଗାଇ ତାକୁ ହତ୍ୟା କରିଥିଲା ଅଭିଯୁକ୍ତ ବିକାଶ ।
ଏହା ପରେ ପରିବାର ଲୋକ ଅଙ୍କିତକୁ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ। ଥାନାରେ ନିଖୋଜ ମାମଲା ରୁଜୁ କରିବାକୁ ଯାଇଥିଲେ । ବିକାଶ ମଧ୍ୟ ଗାଁ
ଲୋକଙ୍କ ସହ ଥାନାକୁ ଯାଇଥିଲା । ହେଲେ ଗାଁ ଲୋକଙ୍କ ସନ୍ଦେହ ବିକାଶ ଉପରେ ଉପୁଜିଥିଲା । ଏହା ପରେ ପଚରାଉଚରା ପରେ ପୁଲିସ ଆଗରେ ସବୁ ସତ ମାନିଛି ହତ୍ୟାକାରୀ । ସତ ମାନିବା ପରେ ଏବେ ପ୍ରକୃତ ଘଟଣା ସାମନାକୁ ଆସିଛି । ପୁଲିସ ହତ୍ୟାକାରୀ ବିକାଶ ଘରୁ କୁନି ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରିଛି ।
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ