ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବିଦ୍ୟାଭାରତୀଙ୍କୁ ପୁଣି ଜେରା

0

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା ଏବେ ଅଡୁଆ ସୂତାରେ ଛନ୍ଦି ହୋଇରହିଛି । ମୃତ୍ୟୁର ଏତେଦିନ ପରେ ବି ଘଟଣା ଉପରୁ ପରଦାଉଠାଇପାରିନି ପୁଲିସ । ତେବେ ଆଜି ପୁଣି ଥରେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରାଯାଉଛି । କପ୍ତିପଦାରେ ପାରଳାଖେମୁଣ୍ଡି ପୁଲିସ ପହଚିଂ
ତଦନ୍ତ କରୁଛି । ଗଉଡ ଗାଁ ସ୍ଥିତ ଘରକୁ ଯାଇ ବିଦ୍ୟାଭାରତୀଙ୍କୁ ଜେରା କରୁଛି ପୁଲିସ । ଦ୍ୱିତୀୟ ଧର ପାଇଁ ବିଦ୍ୟାଭାରତୀକୁ ଜେରା କରୁଛନ୍ତି ୪ ଜଣିଆ ଟିମ ।
ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ପୁଣି ଥରେ ପଚରାଉଚରା କରୁଛନ୍ତି ୪ ଜଣିଆ ଟିମ । ପୂର୍ବରୁ ମଧ୍ୟ ଥରେ ମାରାଥନ ଜେରା କରାଯାଇଥିଲା । ସୌମ୍ୟରଂଜନଙ୍କ ପରିବାର ଲୋକ ଆରମ୍ଭରୁ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ହାତ ଥିବା ଅଭିଯୋଗ କରି ତାଙ୍କ ଗିରଫ ଦାବି କରି ଆସୁଛନ୍ତି ।

ଡିଏଫଓଙ୍କୁ ଏହି ମାମଲାରେ କ୍ଲିନ ଚିଟ ମିଳିସାରିଛି । ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସଂପର୍କ ନଥିବା ପୁଲିସ କହିସାରିଛି । ତେବେ ସୌମ୍ୟରଂଜନଙ୍କ ମୃତ୍ୟୁର ଏତେ ଦିନ ପରେ ବି ପୁଲିସ କାହାକୁ ଗିରଫ କରିନଥିବା ବେଳେ ପୁଲିସ ତଦନ୍ତ ଉପରୁ ଭରସା ଉଠିଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି । ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।

Leave A Reply

Your email address will not be published.