ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

କାଲିଠୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

0

ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଅଗଷ୍ଟ ଗାଇଡଲାଇନ କୋହଳ ପରେ ମଲ , ମନ୍ଦିର , ପାର୍କ ଖୋଲିବା ଆରମ୍ଭ ହୋଇଛି । ସବୁ ଜିଲ୍ଲାରେ ଧର୍ମାନୁଷ୍‌ଠାନ ଗୁଡିକୁ ଖୋଲାଯାଉଛି । ଆସନ୍ତାକାଲଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ କାଲିଠୁ କଟକ ଜିଲ୍ଲାରେ ଖୋଲିବ ମନ୍ଦିର । ହେଲେ ସହରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମସି ନିଷ୍ପତ୍ତି ନେବ । କରୋନା କଟକଣାରେ ମନ୍ଦିର ଖୋଲାଯିବ ।

ତେବେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ କୋଭିଡ କଟକଣା ମାନିବା ବାଧ୍ୟତାମୂଳକା ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଥିଲେ ସରକାର । କରୋନା ସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିପାରିବ ବୋଲି କହିଥିଲେ । ସେପଟେ ଆଜିଠୁ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିଛି । ମନ୍ଦିର ଗମ୍ଭୀର ଭିତରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ମନ୍ଦିର ଭିତରକୁ ପ୍ରସାଦ, ଫୁଲ, ଦୀପ ନେବାକୁ ମନା କରାଯାଇଛି । କୋଭିଡ କଟକଣାରେ ଭକ୍ତମାନେ ମାଙ୍କୁ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.