ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହାରିଗଲେ କିନ୍ତୁ ହୃଦୟ ଜିତିଲେ

0

ହାରିଗଲା କିନ୍ତୁ ହୃଦୟ ଜିତିଲା। ଟୋକିଓ ଅଲିମ୍ପକ୍ସରେ ପୁରୁଷ ହକି ଦଳର ସେମିଫାଇନାଲ ଟକ୍କର ପରେ ବି ଭାରତକୁ ନିରାଶ ହେବାକୁ ପଡିଛି ।ଭାରତକୁ ହରାଇ ଫାଇନାଲକୁ ବେଲିଜୟମ ଯାଇଛି । ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତୀୟଟିମ ଖେଳିବ । କିନ୍ତୁ ପରାଜୟ ସତ୍ୱେ ବି ଆଜିର ମ୍ୟାଚରେ ଭାରତୀୟ ହକି ଟିମର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଯାଇଛି । ଆଜି ଆରମ୍ଭରୁ ଭାରତ ଓ ବେଲଜିୟମ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। ଖେଳ ଏତେ ରୋମାଚଂକର ଥିଲା ଯେ ଟିଭି ସ୍କ୍ରିନ ଆଗରେ ଅଟକିଯାଇଥିଲେ ଭାରତୀୟ । କେହି ବି ନଜର ହଟାଇ ପାରିନଥିଲେ ଟିଭି ସ୍କ୍ରିନ ଉପରୁ । ୪ ଦଶନ୍ଧି ପରେ ସେମିଫାଇନାଲକୁ ଯାଇଥିବା ଭାରତୀୟ ହକି ଟିମ ଜବରଦସ୍ତ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯବାନ ଏବଂ ସବୁଭାରତୀୟ ହକି ପ୍ରେମୀଙ୍କ ନଜର ଥିଲା ଆଜିର ମ୍ୟାଚ ଉପରେ । ପ୍ରଧାନମନ୍ତ୍ରୀ ସେମିଫାଇନାଲ ଖେଳ ଦେଖି ଟୁଇଟ କରିଥିଲେ । ଭାରତୀୟ ଖେଳାଳୀଙ୍କ ଭଲପ୍ରଦର୍ଶନ ପାଇଁ ଶୁଭେଚ୍ଚା ଜଣାଇବା ସହିତ ହକି ଟିମଙ୍କୁ ନେଇ ଗର୍ବିତ ବୋଲି କହିଥିଲେ। ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଗୋଲ ସ୍କୋରପାଇଁ ବେଲଜିୟମକୁ ବାରମ୍ବାର ମିଳିଥିଲା ପେନାଲ୍ଟି କର୍ଣ୍ଣର । ଚତୃର୍ଥ କ୍ୱାର୍ଟରରେଲଗାତର ୩ଟି ଗୋଲ ଦେଇ ବାଜିମାତ କରିଥିଲା ବେଲଜିୟମ । ଭାରତ ପକ୍ଷରୁପ୍ରଥମ ଗୋଲ ସ୍କୋର କରିଥିଲେ ହରମନପ୍ରୀତ ସିଂହ । ସେହିପରି ଦ୍ୱିତୀୟ ଗୋଲସ୍କୋର କରିଥିଲେ ମନପ୍ରୀତ ସିଂ । ଭାରତ ପାଖାପାଖି ୯ଟି ପେନାଲଟି କର୍ଣ୍ଣର ପାଇଥିବା ବେଳେ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା । ତେବେ ଭାରତ ବ୍ରୋଞ୍ଜ ପଦ ଆଣିବ ବୋଲି ଏବେ ସମସ୍ତଙ୍କର ଆଶା ରହିଛି ।

Leave A Reply

Your email address will not be published.