ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପୂର୍ଣ୍ଣଙ୍କ ସଭ୍ୟ ପଦ ମାଗିଲା ବିଜେପି

0
  • ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
  • ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଘେରିଲା ଦଳ

ଭୁବନେଶ୍ୱର: ପିଲା ତଳ କ୍ଲାସରୁ ଉପର କ୍ଲାସକୁ ଯାଆନ୍ତି। କିନ୍ତୁ ଏଠି ସୋରଡା ନିର୍ବଚନମଣ୍ଡଳୀର ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉପର କ୍ଲାସରୁ ତଳକୁ ଆସିଛନ୍ତି। ଓଡିଶା ଇତିହାସରେ ଏହା ପ୍ରଥମ । ଗତ ୩ଟି ବିଧାନସଭା ନିର୍ବାଚନରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ତିନି ପ୍ରକାରର ମିଛ ସତ୍ୟପାଠ ଦେଇଛନ୍ତି। ୨୦୦୯ରେ ସତ୍ଯପାଠରେ ସେ ଲେଖିଛନ୍ତି ୧୦ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୪ରେ ସେ କହୁଛନ୍ତି ୯ମ କ୍ଲାସ ପାସ୍ କରିଛନ୍ତି ପୁଣି ୨୦୧୯ରେ ସେ କହୁଛନ୍ତି ଯେ ୯ମ କ୍ଲାସ ପାସ୍ କରିଛନ୍ତି। ଏବେ ଆମେ ଗଣମାଧ୍ୟମରେ ଦେଖୁଛୁ ଯେ ସେ ୨୦୨୧ରେ ୧୦ମ ପରୀକ୍ଷା ଦେଉଛନ୍ତି।

ତାଙ୍କର ଏ ତିନିଟି ଯାକ ତଥ୍ୟ ସତ୍ୟପାଠ ନୁହେଁ ବରଂ ସମ୍ପୂର୍ଣ୍ଣ ମିଥ୍ୟାପାଠ। ଏହା ବିରୋଧରେ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମିଥ୍ୟା ସତ୍ୟପାଠ ଦାଖଲ କରିବା ସହିତ ସୋରଡା ବିଧାୟକଙ୍କ ପଦକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧି, ଜନନେତା ଲୋକଙ୍କର ଆସ୍ଥା ଓ ବିଶ୍ୱାସକୁ ଜଳାଞ୍ଜଳି ଦେଇ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ରଖି ଚାଲିଛନ୍ତି । ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ କହୁଛନ୍ତି ସେ ଜନତାଙ୍କୁ କିପରି ସେବା ଯୋଗାଉଥିବେ ତାହା ସ୍ପଷ୍ଟ ଜଣାପଡୁଛି। ବିଜୁ ଜନତା ଦଳର ବିଧାୟକ ଓ ନେତା ମାନେ ଏପରି ମିଥ୍ୟା ସତ୍ୟପାଠ ବିଭିନ୍ନ ସମୟରେ ଦେଇଆସିଛନ୍ତି। ଯାହାର ତଥ୍ୟ ପ୍ରମାଣ ଆମେ ଲୋକଙ୍କ ପାଖରେ ଅବଗତ କରାଇଛୁ ଏବଂ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ। ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସଭ୍ୟ ପଦ ରଦ୍ଦ କରନ୍ତୁ।

ଲଗାତାର ବିଧାୟକ ଜଣକ ୧୦ବର୍ଷ ପର୍ଯ୍ୟନ୍ତ ମିଥ୍ୟା କହିଚାଲିଛନ୍ତି। ଏହା ସତ୍ୱେ ବି ନିର୍ବାଚନ ଆୟୋଗ କାହିଁକି ଚୁପ୍‌ ରହୁଛନ୍ତି ? ମୁଖ୍ୟମନ୍ତ୍ରୀଙ୍କର ୫-ଟି ବ୍ୟବସ୍ଥାର ଟ୍ରାନ୍ସପରେନ୍ସି କୁଆଡେ ଗଲା? ଜଣେ ବିଧାୟକ ଲଗାତାର ମିଥ୍ୟା କହିଚାଲିଛନ୍ତି କିନ୍ତୁ ରାଜ୍ୟସରକାର ଏହାର ଟେର୍ ପାଉନାହାଁନ୍ତି । ଲୋକ ତାଙ୍କୁ ଭୋଟ ଦେଇଥିଲେ ସେବା କରିବା ପାଇଁ ମିଛ କହିବା ପାଇଁ ନୁହେଁ । କିନ୍ତୁ ସେ ବାରମ୍ବାର ମିଛ କହି ଲୋକଙ୍କର ଭରସା ଭଙ୍ଗ କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋଇ, ଶିଶିର ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ରଂଜନ ରାଉତ, ଜୟନ୍ତୀ ପଢିଆରୀ ଏବଂ ଗୋପାଳ ଗୌଡ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.