ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପୂର୍ଣ୍ଣଙ୍କ ସଭ୍ୟ ପଦ ମାଗିଲା ବିଜେପି

0
  • ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
  • ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଘେରିଲା ଦଳ

ଭୁବନେଶ୍ୱର: ପିଲା ତଳ କ୍ଲାସରୁ ଉପର କ୍ଲାସକୁ ଯାଆନ୍ତି। କିନ୍ତୁ ଏଠି ସୋରଡା ନିର୍ବଚନମଣ୍ଡଳୀର ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉପର କ୍ଲାସରୁ ତଳକୁ ଆସିଛନ୍ତି। ଓଡିଶା ଇତିହାସରେ ଏହା ପ୍ରଥମ । ଗତ ୩ଟି ବିଧାନସଭା ନିର୍ବାଚନରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ତିନି ପ୍ରକାରର ମିଛ ସତ୍ୟପାଠ ଦେଇଛନ୍ତି। ୨୦୦୯ରେ ସତ୍ଯପାଠରେ ସେ ଲେଖିଛନ୍ତି ୧୦ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୪ରେ ସେ କହୁଛନ୍ତି ୯ମ କ୍ଲାସ ପାସ୍ କରିଛନ୍ତି ପୁଣି ୨୦୧୯ରେ ସେ କହୁଛନ୍ତି ଯେ ୯ମ କ୍ଲାସ ପାସ୍ କରିଛନ୍ତି। ଏବେ ଆମେ ଗଣମାଧ୍ୟମରେ ଦେଖୁଛୁ ଯେ ସେ ୨୦୨୧ରେ ୧୦ମ ପରୀକ୍ଷା ଦେଉଛନ୍ତି।

ତାଙ୍କର ଏ ତିନିଟି ଯାକ ତଥ୍ୟ ସତ୍ୟପାଠ ନୁହେଁ ବରଂ ସମ୍ପୂର୍ଣ୍ଣ ମିଥ୍ୟାପାଠ। ଏହା ବିରୋଧରେ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମିଥ୍ୟା ସତ୍ୟପାଠ ଦାଖଲ କରିବା ସହିତ ସୋରଡା ବିଧାୟକଙ୍କ ପଦକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧି, ଜନନେତା ଲୋକଙ୍କର ଆସ୍ଥା ଓ ବିଶ୍ୱାସକୁ ଜଳାଞ୍ଜଳି ଦେଇ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ରଖି ଚାଲିଛନ୍ତି । ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ କହୁଛନ୍ତି ସେ ଜନତାଙ୍କୁ କିପରି ସେବା ଯୋଗାଉଥିବେ ତାହା ସ୍ପଷ୍ଟ ଜଣାପଡୁଛି। ବିଜୁ ଜନତା ଦଳର ବିଧାୟକ ଓ ନେତା ମାନେ ଏପରି ମିଥ୍ୟା ସତ୍ୟପାଠ ବିଭିନ୍ନ ସମୟରେ ଦେଇଆସିଛନ୍ତି। ଯାହାର ତଥ୍ୟ ପ୍ରମାଣ ଆମେ ଲୋକଙ୍କ ପାଖରେ ଅବଗତ କରାଇଛୁ ଏବଂ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ। ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସଭ୍ୟ ପଦ ରଦ୍ଦ କରନ୍ତୁ।

ଲଗାତାର ବିଧାୟକ ଜଣକ ୧୦ବର୍ଷ ପର୍ଯ୍ୟନ୍ତ ମିଥ୍ୟା କହିଚାଲିଛନ୍ତି। ଏହା ସତ୍ୱେ ବି ନିର୍ବାଚନ ଆୟୋଗ କାହିଁକି ଚୁପ୍‌ ରହୁଛନ୍ତି ? ମୁଖ୍ୟମନ୍ତ୍ରୀଙ୍କର ୫-ଟି ବ୍ୟବସ୍ଥାର ଟ୍ରାନ୍ସପରେନ୍ସି କୁଆଡେ ଗଲା? ଜଣେ ବିଧାୟକ ଲଗାତାର ମିଥ୍ୟା କହିଚାଲିଛନ୍ତି କିନ୍ତୁ ରାଜ୍ୟସରକାର ଏହାର ଟେର୍ ପାଉନାହାଁନ୍ତି । ଲୋକ ତାଙ୍କୁ ଭୋଟ ଦେଇଥିଲେ ସେବା କରିବା ପାଇଁ ମିଛ କହିବା ପାଇଁ ନୁହେଁ । କିନ୍ତୁ ସେ ବାରମ୍ବାର ମିଛ କହି ଲୋକଙ୍କର ଭରସା ଭଙ୍ଗ କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋଇ, ଶିଶିର ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ରଂଜନ ରାଉତ, ଜୟନ୍ତୀ ପଢିଆରୀ ଏବଂ ଗୋପାଳ ଗୌଡ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.