ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଖୋଲିଲା ସିନେମା ହଲ, କେଉଁ ଚଳଚ୍ଚିତ୍ର ଦେଖିବେ?

0

ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସିନେମା ହଲ । ଆଜି ଭୁବନେଶ୍ୱରର ସମସ୍ତ ହଲ ଖୋଲଯାଇଛି । କୋଭିଡ କଟକଣାରେ ହଲ ଗୁଡିକ ଖୋଲିଥିବା ବେଳେ ୪ଟି ସୋ ରହିବ । ସାମାଜିକ ଦୂରତା ରଖି ଫିଲ୍ମ ଦେଖିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଛି।

ଆଜି ହଲ ଖୋଲିଥିବା ବେଳେ ପ୍ରଥମ ଦିନରେ ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ, ଦ ସୁଇସାଇଡ ସ୍କ୍ୱାର୍ଡ ଫିଲ୍ମ ପଡିଛି । ଦର୍ଶକ ମାନେ କରୋନା ଗାଇଡଲାଇନ ମାନି ହଲରେ ପ୍ରବେଶ କରିଛନ୍ତି । ହଲ ଭିତରେ ମଧ୍ୟ ସାମାଜିକ ଦୂରତା ରଖି ବସିଛନ୍ତି।

ସେପଟେ ଆଜି କଟକ ସହରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । ସିଏମସିର ଅନୁମତି ପରେ ଆଜି ସକାଳୁ କଟକଣା ମଧ୍ୟରେ ମନ୍ଦିର ଖୋଲିଛି । ମନ୍ଦିର ଭିତରକୁ ଏକାଥରେ ୫୦ରୁ ଅଧିକ ଭକ୍ତଙ୍କୁ ପ୍ରବେଶକୁ ମନା କରାଯାଇଛି । ତେବେ ସପ୍ତାହାନ୍ତ ସଟଡାଉନରେ କଟକରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେହିପରି ମୟୂରଭଂଜରେ ମଧ୍ୟ ଆଜି ସବୁ ଧର୍ମାନୁଷ୍ଠାନ ଖୋଲିଛି।

ସେପଟେ ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା । ଦିନ ସମୟରେ ପର୍ଯ୍ୟଟକ ମାନେ ବୁଲିପାରିବେ । କିନ୍ତ ରାତ୍ରି ଯାପନ ପାଇଁ ଅନୁମତି ନାହିଁ । କରୋନା ମହାମାରୀ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା।

Leave A Reply

Your email address will not be published.