ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଇତିହାସ ରଚିଲା ଭାରତ

0
  • ୪୧ବର୍ଷ ପରେ ଜାତୀୟ ଖେଳରେ ବ୍ରୋଞ୍ଚ ପଦକ ଜିତିଲା ଭାରତ
  • ପ୍ରଧାନମନ୍ତ୍ରୀ କହିଲେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନ
  • ସଂପ୍ରତି ଭାରତୀୟ ଦଳର ପୃଷ୍ଠପୋଷକ ଦାୟିତ୍ବରେ ରହିଛି ଓଡ଼ିଶା

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଭାରତ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରୁ ମିଳିଛି ପଦକ । ବ୍ରୋଞ୍ଜ ପଦକ ହାତେଇଛି ଭାରତ ପୁରୁଷ ହକି ଦଳ । ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ କଡା ଟକ୍କର ପରେ ଭାରତ ବାଜିମାତ କରିଛି । ଜର୍ମାନୀକୁ ୫-୪ରେ ପରାସ୍ତ କରିଛି ଭାରତ । ଭାରତୀୟ ହକି ଖେଳାଳୀ ଦମଦାର ପ୍ରଦର୍ଶନ କରି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛନ୍ତି । ଭାରତୀୟ ଦଳର ବିଜୟ ପରେ ସବୁ ଆଡେ ଉତ୍ସବର ପରିବେଶ ଦେଖାଦେଇଛି।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛ୍ତି। ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଦଳ ଦେଶବାସୀଙ୍କ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛି।

ଆଜିର ମ୍ୟାଚରୁ ଦ୍ୱିତୀୟ କ୍ୱାର୍ଟରରୁ କମ ବ୍ୟାକ କରିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ସିମରନଜିତ ସିଂହ, ଦ୍ୱିତୀୟ ଗୋଲ ଦେଇଥିଲେ ହାର୍ଦ୍ଧିକ ସିଂ, ତୃତୀୟ ଗୋଲ ଦେଇଥିଲେ ହରମନପ୍ରୀତ ସିଂହ, ଚତୃର୍ଥ ଗୋଲ ଦେଇଥିଲେ ରୁପିନ୍ଦର, ପଂଚମ ଗୋଲ ଦେଇଥିଲେ ସିମରନଜିତ।ସିମରନଜିତ ୨ଟି ଗୋଲ ଦେଇଥିଲେ ଭାରତ ପକ୍ଷରୁ । ୨ଟି ପେନାଲଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରିଥିଲା ଭାରତ।

ଅଲିମ୍ପିକ୍ସ ହକିରେ ଭାରତ ଲଢୁଆ ପ୍ରଦର୍ଶନ କରି କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛି । ସେମିଫାଇନାଲରେ କଡା ଟକ୍କର ସତ୍ୱେ ଭାରତ ବେଲଜିୟମ ଠାରୁ ହାରିଥିଲା । ଏହା ପରେ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହ ଲଢେଇ କରି ଭାରତ ବିଜୟୀ ହୋଇଛି । ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ଭାରତ ଏଯାଏ କୌଣସି ପଦକ ପାଇବାରେ ସଫଳ ହୋଇନଥିଲା । ସେହିପରି ମହିଳା ହକି ଦଳ ମଧ୍ୟ ଆସନ୍ତା କାଲି ବ୍ରୋଞ୍ଜ ପଦକ ପାଇଁ ଲଢିବ । ମହିଳା ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ହାତେଇବା ନେଇ ଆଶା କରାଯାଉଛି।

ଭାରତୀୟ ପୁରୁଷ ହକି ଦଳକୁ ବ୍ରୋଞ୍ଜ ପଦକ ମିଳିବା ସହ ଭାରତର ପଦକ ସଂଖ୍ୟା ମଧ୍ୟ ବଢିଛି। ମୀରାବାଈ ଚାନୁ ରୌପ୍ୟ, ପିଭି ସିନ୍ଧୁ ବ୍ରୋଞ୍ଜ ଓ ଲଭଲିନା ବ୍ରୋଞ୍ଜ ପଦକ ଆଣିସାରିଛନ୍ତି । ଆଗକୁ ରେସଲିଂରେ ରବି ଦହିୟା ମଧ୍ୟ ସୁନା ପଦକ ଆଣିପାରନ୍ତି।

Leave A Reply

Your email address will not be published.