ପ୍ରମୁଖ ଖବର

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ପୁଣି ୨% ଉପରେ ସଂକ୍ରମଣ ହାର

0

ଭୁବନେଶ୍ବର: କରୋନା ସଂକ୍ରମଣ ଏବେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି । ଅଗଷ୍ଟ ପହିଲାରୁ ସଂକ୍ରମଣର ହଠାତ ହ୍ରାସ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ହେଲେ ଗତ ତିନି ହେବ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଛି । ପୁଣି ୨ ପ୍ରତିଶତ ଉପରକୁ ଉଠିଛି ସଂକ୍ରମଣ ହାର । ଖୋର୍ଦ୍ଧା, କଟକରେ ହିଁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ଖୋର୍ଦ୍ଧାରେ ୫୦୦ ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି । ତେବେ ଗୋଟେ ପଟେ ଜୀବନ ଓ ଜୀବିକାକୁ ଦେଖି ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପୁଣି ସଂକ୍ରମଣ ବୃଦ୍ଧି ହେବା ଚିନ୍ତାଜନକ।

୬୬ ହଜାର ୧୪୬ ନମୁନା ପରୀକ୍ଷା ହୋଇଥିବା ବେଳେ ୧୩ ଶହ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୨.୦୨% । ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪,ଅନୁଗୁଳରୁ ୩୦,ବାଲେଶ୍ୱରରୁ ୫୯, ଭଦ୍ରକରୁ ୪୦, ଜଗତସିଂହପୁରରୁ ୭୮,କେନ୍ଦ୍ରାପଡାରୁ ୪୩,ମୟୂରଭଂଜରୁ ୪୧, ନୟାଗଡରୁ ୨୮, ପୁରୀରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ରେ ପହଞ୍ଚିଛି।

ସେହିପରି ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମୁନି । ଆଜି ଆଉ ୬୮ ମୃତ୍ୟୁ ହିସାବ ଦେଇଛନ୍ତି ସରକାର । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ ହଜାର ୨୩୬କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.