ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ!

0
  • ଇଏ ଆଉ ଜଣେ କରିତକର୍ମା ପିଏସ୍, ରାତି ଅଧିଆ ବଦଳି କଲେ ସରକାର
  • ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୂରେଇ ଦେଲେ ସରକାର
  • କ୍ଷମତାଶାଳୀ ପିଏସ୍‌ଙ୍କୁ କୋରାପୁଟ ବଦଳି ପରେ ରାଜ୍ୟ ରାଜନୀତିରେ କମ୍ପନ
  • ଲୋକସେବା ଭବନରେ ଟୁପୁରୁଟାପର, କେଳେଙ୍କାରୀରେ ଛନ୍ଦି ହୋଇଥିଲେ କି?

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଜଣେ ପିଏସ୍ ବା ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ପୁଣି ଆଉ କେହି ନୁହେଁ, ଅତି କ୍ଷମତାଶାଳୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନ ବେହେରା।  ଠୋସ୍ ଅଭିଯୋଗ ପାଇବା ପରେ ରାତି ଅଧିଆ ତାଙ୍କୁ କୋରାପୁଟ ବଦଳି କରିଦିଆଯାଇଛି। 

ବଦଳି ସଂପର୍କରେ ମନ୍ତ୍ରୀ ଜାଣିପାରିଲେନି, ଜାଣିବା ପରେ ବି ତାଙ୍କ କଥା ରହିଲାନି। ମାତ୍ର ଗୋଟିଏ ଘଣ୍ଟା ଭିତରେ ଏସବୁ କାର୍ଯ୍ୟ ହୋଇଗଲା। ତୁରନ୍ତ ତାଙ୍କୁ ଦାୟିତ୍ବ ଛାଡିବାକୁ କୁହାଗଲା।

 ଏବେ ଶ୍ରୀ ବେହେରାଙ୍କ ବଦଳି ପରେ ମନ୍ତ୍ରୀ ବିକ୍ରମ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ। କେଉଁ ପରିସ୍ଥିତିରେ ତାଙ୍କ ପିଏସଙ୍କ ବଦଳି କରାଗଲା, ତାଙ୍କ ବିରୋଧରେ କି ଅଭିଯୋଗ ଥିଲା, ତାହାକୁ ନେଇ ଲୋକସେବା ଭବନରେ ଟୁପୁରୁଟାପର ଚାଲିଛି। କିଏ ତାଙ୍କୁ ସୌମ୍ୟରଂଜନ ମାମଲା ସହିତ ଯୋଡିଲେଣି ତ ଆଉ କିଏ କେଳେଙ୍କାରୀରେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ତାଙ୍କ ଉପରେ ଭିଜିଲାନ୍ସ ଢେର୍ ଦିନ ହେଲା ନଜର ରଖିଥିଲା। 

ଏହି କରିତକର୍ମା ଅଧିକାରୀ ଜଣକ ଗତ କେଇ ବର୍ଷ ଧରି ଏତେ କ୍ଷମତାଶାଳୀ ହୋଇଥିଲେ ଯେ ସଚିବାଳୟ କମ୍ପୁଥିଲା। ଜଙ୍ଗଲ ଓ ପରିବେଶ ବିଭାଗର ଯେ କୌଣସି ବଦଳିରେ ଏହି କରିତକର୍ମା ଦୀପ୍ତିଙ୍କର ଜୋରଦାର ଦବଦବା ଥିଲା। କେଉଁ ଅଫିସର ମନ୍ତ୍ରୀଙ୍କୁ ଦେଖା କରିବେ, କାହାର ବଦଳି ହେବ ଓ କାହାର ବଦଳି ବାତିଲ୍ ଏସବୁ କାମରେ ମାତିଥିଲେ ଦୀପ୍ତି। ଏବେ ପିଏସ୍‌ଙ୍କର ପଦବି ଯିବା ପରେ ମନ୍ତ୍ରୀ ଶ୍ରୀ ଆରୁଖ ବିପଦକୁ ଆସିଯାଇଛନ୍ତି।  ପୂର୍ବରୁ ଆର୍‌ଏନ୍ଏରେ କୁହାଯାଇଥିଲା ଯେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କର ଧାରଣା ଆଦୌ ଠିକ୍ ନାହିଁ।  ଏହାର ଅନେକ ଉଦାହରଣ ଦେଖାଯାଇଥିଲା।

ମନ୍ତ୍ରୀ ଶ୍ରୀ ଆରୁଖ ଗୋଟିଏ ସମୟରେ ବାଛି ବାଛି ଦୀପ୍ତିଙ୍କୁ ଆଣିଥିଲେ ଓ ତାଙ୍କୁ ଓଏସଡି ଭାବେ ପାଖରେ ରଖିଥିଲେ। ପରେ ତାଙ୍କୁ ପିଏସ କରାଯାଇଥିଲା। ତାଙ୍କର ଦୀପ୍ତିଙ୍କ ସହିତ ବେଶ୍ ଭଲ ସଂପର୍କ ଏକଥା ବିଭାଗରେ କାହାକୁ କିଛି ଅଜଣା ନାହିଁ।  ଏବେ ଜଙ୍ଗଲ ଓ ପରିବେଶ ବିଭାଗରେ ସବୁଠାରୁ ଅଧିକ କେଳେଙ୍କାରୀ ଚାଲିଛି। ମାଳ ମାଳ ଅଧିକାରୀ ଭିଜିଲାନ୍ସ ଜାଲରେ ଥିବା ବେଳେ ସତ୍ତ୍ବେ ମନ୍ତ୍ରୀ, ବଡ ବାବୁମାନେ କେହି ଚେତିନାହାନ୍ତି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, କେଳେଙ୍କାରୀ ଏମିତି ଚାଲିଛି ଯେ ଲୋକାୟୁକ୍ତରେ ସବୁଠାରୁ ଅଧିକ ମାମଲା ଏହି ବିଭାଗରୁ ହିଁ ଯାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଘଟଣାକୁ ଅତି ଗମ୍ଭୀରତାର ସହିତ ନେଇଛନ୍ତି। ଏହି ମହଲର ଯୁକ୍ତି ହେଉଛି, ମନ୍ତ୍ରୀଙ୍କ ଅଫିସ ଉପରେ ଯଦି ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ନାହାନ୍ତି, ତାହା ଅର୍ଥ ହେଲା, ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ନଜରରେ ଅଛନ୍ତି। ବିକ୍ରମ କେଶରୀ ଆରୁଖଙ୍କ କଥାରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ଫାଇଲ ପତ୍ର ନିଜେ କିଛି କରିବା ସମ୍ଭାବନା ନାହିଁ।ଏଣୁ ବ୍ୟକ୍ତିଗତ ସଚିବ ଟିକେ ଅଧିକ ପ୍ରଭାବଶାଳୀ ହୋଇଥିଲେ। ଏବେ ଏହି କାର୍ଯ୍ୟାନୁଷ୍ଠାନ ସୂଚାଇ ଦେଇଛି ଯେ ବିକ୍ରମ କେଶରୀ ଆରୁଖଙ୍କ ପଦବି ଆଦୌ ବିପଦମୁକ୍ତ ନୁହେଁ। ତାଙ୍କ ବିରୋଧରେ ସରକାର ଆଗକୁ ବଡ କାର୍ଯ୍ୟାନୁଷ୍ଠାନ ଯେ ନ ନେବେ ତାହାକୁ ଏଡାଇ ଦେଇ ହେବନାହିଁ। ଏପରିକି ତାଙ୍କ ମନ୍ତ୍ରୀ ପଦ ଯାଇପାରେ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲେଣି।

Leave A Reply

Your email address will not be published.