ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ

0

ଭୁବନେଶ୍ୱର ନୂଆଦିଲ୍ଲୀ ସ୍ଥିତ କମନ୍‌ୱେଲ୍‌ଥ ଏଜୁକେସ୍‌ନାଲ୍ ମିଡିଆ ସେଣ୍ଟର ଫର୍ ଏସିଆ (ସିଇଏମ୍‌ସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନ୍‌ସୋଲେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋଆ ରେଡିଓ ୯୦.୪ ର ରେଡିଓ ଜକି ମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର “ସିଲ୍‌ଭର୍ ଲାଇନିଂ- ଫାଇଣ୍ଡିଂ ଦ ସ୍ପିରିଟ୍ ଅଫ୍ ପଜିଟିଭିଟି” କୁ ଏହି ପୁରସ୍କାର ମିଳିଛି।

ପ୍ରଥମ ଥର ପାଇଁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଛାତ୍ରଛାତ୍ରୀ (ରେଡିଓ ଜକି)ଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣରେ ସାମିଲ ଥିବା ଏହି ଟିମ୍‌ର ଅର୍ନ୍ତଭୁକ୍ତ ଦିଗ୍‌ବିଜୟ ରାଉତ, ଦେସ୍ନ।। ପ୍ରାମାଣିକ, ସାୟନ୍ତନି ସାହା, ଶିବାନୀ ମିଶ୍ର ଏବଂ ପ୍ରୋମା କାଞ୍ଜିଲାଲ୍ ପୂର୍ବରୁ ସିଇଏମ୍‌ସିଏ ଦ୍ୱାରା ପରିଚାଳିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ଅନ୍‌ଲାଇ ୱାର୍କସପ୍‌ରେ ଅଂଶ ଗ୍ରହଣ କରିଥିଲେ।

ବର୍ତମାନର ମହାମାରୀ ପରିପ୍ରେକ୍ଷୀରେ ମନୁଷ୍ୟ କିପରି ଅବସାଦରୁ ମୁକ୍ତ ରହିପାରିବ ସେହି ବିଷୟରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଯୁବାଯୁବତୀ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆଜି ଏକ ବଡ଼ ଆହ୍ୱାନ। ଆମେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅବସର ସମୟକୁ କିପରି ବିନିଯୋଗ କରି ବର୍ତମାନର ପରିସ୍ଥିତି ଉପରେ ସମାଜକୁ ସକାରାତ୍ମକ ବାର୍ତା ଦିଆଯାଇ ପାରିବ ସେଥିପାଇଁ ପ୍ରୋତ୍ସାହିତ କରୁଛୁ ବୋଲି ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଭାରାପ୍ରାପ୍ତ ଅଫିସର ହନି ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.