ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ନୂଆ ଢଙ୍ଗରେ ଅପରେସନ୍ ହେଲା, ଯନ୍ତ୍ରଣା ବି କମ୍

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ପାଦ ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍‌କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର
କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍।

ଜଟଣୀ ଅଂଚଳର ଜନୈକା ୬୯ ବର୍ଷୀୟା ମହିଳା ସୁଶିଳା ସାହୁ ଦୀର୍ଘ ଦିନ ଧରି ତାଙ୍କ ବାମ ପାଖ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଅନେକ ଡାକ୍ତରଖାନାରେ ପରାମର୍ଶ କରି ବିଫଳ ହେଲା ପରେ ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଅଗଷ୍ଟ ୪ ତାରିଖରେ ଭର୍ତି ହୋଇଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାସ ତାଙ୍କୁ ଚିକିତ୍ସା କରିଥିଲେ। ବିଭିନ୍ନ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଗୋଇଠିରେ ଏକ ଛୋଟ ହାଡ଼ ବଢ଼ି ଉଠିଛି ଯେଉଁ
କାରଣରୁ ପାଦଟି ଫୁଲିବା ସହ ମହିଳା ଜଣକ ଚାଲିବା ବେଳେ କଷ୍ଟ ଅନୁଭବ କରୁଛନ୍ତି। ଏପରି ଅବସ୍ଥାରେ ଥିବା ହାଡ଼ଟିକୁ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଜଟିଳ ମଧ୍ୟ ଥିଲା।

ତେବେ ପ୍ରଫେସର ଡାକ୍ତର ଦାସଙ୍କ ନେତୃତ୍ୱରେ ଡାକ୍ତର ତପନ ଦାଶ ଓ ନିଶ୍ଚେତକ ବିଭାଗର ଡାକ୍ତର ଏସ୍‌. ପାଣିଗ୍ରାହୀ ପ୍ରମୁଖ ଏକ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳ ଏଣ୍ଡୋସ୍କୋପିକ୍ କଲ୍‌କାନିଓପ୍ଲାଷ୍ଟି ପ୍ରଣାଳୀରେ ରୋଗୀର ସଫଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ମାତ୍ର ଦୁଇଟି ଛୋଟଛୋଟ ଛିଦ୍ର ମାଧ୍ୟମରେ ବର୍ଦ୍ଧିତ ହାଡ଼ଟିକୁ ବାହାର କରିବା ସମ୍ଭବ ହୋଇଥିଲା। ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ସୂଚନା ଯୋଗ୍ୟ ଏହି ପଦ୍ଧତିର ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ। ଏହି ଅସ୍ତ୍ରୋପଚାର ନିମନ୍ତେ ଖୁବ୍ କମ୍ ସମୟ ଲାଗୁଥିବା ବେଳେ ଏହା ସ୍ୱଳ୍ପ ଖର୍ଚ୍ଚରେ ହୋଇପାରୁଛି ଓ ରୋଗୀକୁ କମ୍ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଛି । ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରଣାଳୀକୁ ଆହୁରି ବ୍ୟାପକ କରାଯିବ ବୋଲି ହସ୍ପିଟାଲ୍‌ର ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.