ରାଜ୍ୟରେ ଚାଲିଛି ଜାଲ ନୋଟ କାରବାରର ର୍ୟାକେଟ । ଜାଲ ନୋଟ ଛପାଇ ମାର୍କେଟ ଛଡାଯାଉଛି । ଏଭଳି ଏକ ର୍ୟାକେଟର ପର୍ଦ୍ଦାଫାଶ କରିଛି ପୁଲିସ । ସମ୍ବଲପୁରରେ ବଡ଼ ଧରଣର ଜାଲ ନୋଟ ରାକେଟ ଠାବ କରିଛି ପୁଲିସ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩ ଲକ୍ଷରୁ ଅଧିକ ଜାଲ ନୋଟ ଜବତ କରାଯାଇଛି । ଲକ୍ଷାଧିକ ଟଙ୍କା ଜାଲ ନୋଟ ଜବତ ସହ ଟଙ୍କା ଛପା ମେସିନ ମଧ୍ୟ ଜବତ କରିଛି ପୁଲିସ ।
୨ ହଜାର ,୫ ଶହ ଓ ଶହେ ଟଙ୍କିଆ ଜାଲ ନୋଟ ଜବତ କରାଯାଇଛି । ଜାଲ ନୋଟ ଗ୍ୟାଙ୍ଗର ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି ପୁଲିସ ପଚରାଉଚରା କରୁଛି । ଜାଲ ନୋଟ
କାରବାରର ଲିଙ୍କ ନେଇ ପୁଲିସ ଆରମ୍ଭ କରିଛି ଧରପଗଡ । ଏଥିରେ କେଉଁ କେଉଁ ମାନେ ସଂପୃକ୍ତ ଏବଂ ଲକ୍ଷ ଲକ୍ଷ ଟଙ୍କା ଜାଲ ନୋଟ ଛପାଇ କେଉଁ ଆଡକୁ ପଠାଉଥିଲେ ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କିଛି ଜଣ ବରଗଡ ଓ ଛତିଶଗଡ଼ର ଅଛନ୍ତି ।
ଗତ କିଛି ଦିନ ପୂର୍ବେ ଏକ ଚା ଦୋକାନରୁ ଜାଲ ନୋଟ ମିଳିଥିଲା ।ଏ ନେଇ ଅଭିଯୋଗ ପରେ ପୁଲିସ ତଦନ୍ତ କରୁକରୁ ଏହି ଗ୍ୟାଙ୍ଗ ପାଖରେ ପହଞ୍ଚିଛି । ପୁଲିସ ତଦନ୍ତ କରୁକରୁ ଏହି ନକଲି ନୋଟ ବଜାରକୁ ଆସୁଥିବା ଜଣାବାକୁ ପାଇଥିଲା ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ