ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଜାରରେ ବୁଲୁଛି ଜାଲ ନୋଟ!

0

ରାଜ୍ୟରେ ଚାଲିଛି ଜାଲ ନୋଟ କାରବାରର ର‌୍ୟାକେଟ । ଜାଲ ନୋଟ ଛପାଇ ମାର୍କେଟ ଛଡାଯାଉଛି । ଏଭଳି ଏକ ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୁଲିସ । ସମ୍ବଲପୁରରେ ବଡ଼ ଧରଣର ଜାଲ ନୋଟ ରାକେଟ ଠାବ କରିଛି ପୁଲିସ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩ ଲକ୍ଷରୁ ଅଧିକ ଜାଲ ନୋଟ ଜବତ କରାଯାଇଛି । ଲକ୍ଷାଧିକ ଟଙ୍କା ଜାଲ ନୋଟ ଜବତ ସହ ଟଙ୍କା ଛପା ମେସିନ ମଧ୍ୟ ଜବତ କରିଛି ପୁଲିସ ।
୨ ହଜାର ,୫ ଶହ ଓ ଶହେ ଟଙ୍କିଆ ଜାଲ ନୋଟ ଜବତ କରାଯାଇଛି । ଜାଲ ନୋଟ ଗ୍ୟାଙ୍ଗର ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି ପୁଲିସ ପଚରାଉଚରା କରୁଛି । ଜାଲ ନୋଟ
କାରବାରର ଲିଙ୍କ ନେଇ ପୁଲିସ ଆରମ୍ଭ କରିଛି ଧରପଗଡ । ଏଥିରେ କେଉଁ କେଉଁ ମାନେ ସଂପୃକ୍ତ ଏବଂ ଲକ୍ଷ ଲକ୍ଷ ଟଙ୍କା ଜାଲ ନୋଟ ଛପାଇ କେଉଁ ଆଡକୁ ପଠାଉଥିଲେ ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କିଛି ଜଣ ବରଗଡ ଓ ଛତିଶଗଡ଼ର ଅଛନ୍ତି ।
ଗତ କିଛି ଦିନ ପୂର୍ବେ ଏକ ଚା ଦୋକାନରୁ ଜାଲ ନୋଟ ମିଳିଥିଲା ।ଏ ନେଇ ଅଭିଯୋଗ ପରେ ପୁଲିସ ତଦନ୍ତ କରୁକରୁ ଏହି ଗ୍ୟାଙ୍ଗ ପାଖରେ ପହଞ୍ଚିଛି । ପୁଲିସ ତଦନ୍ତ କରୁକରୁ ଏହି ନକଲି ନୋଟ ବଜାରକୁ ଆସୁଥିବା ଜଣାବାକୁ ପାଇଥିଲା ।

Leave A Reply

Your email address will not be published.