ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସୁନା ପୁଅ ଉପରେ ଧନ ବର୍ଷା

0

ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିବା ପରେ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ପ୍ରଶଂସା ସହ ସୁନା ପୁଅ ଉପରେ ହେଉଛି ଟଙ୍କା ବର୍ଷା ।
ବିଭିନ୍ନ ରାଜ୍ୟ ଓ ସଂସ୍ଥା ନିରଜଙ୍କ ଉପରେ ଧନ ବର୍ଷା କରିଛନ୍ତି । ନିଜ ଘରୋଇ ରାଜ୍ୟ ହରିଆଣା ସରକାର ୬ କୋଟି ଦେବାକୁ ଘାଷଣା କରିଥିବା ବେଳେ ଏକ କ୍ଲାସ ୱାନ ଚାକିରି ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସେହିପରି ପଞ୍ଜାବ ସରକାର ୨ କୋଟି ଦେବାକୁ ଘୋଷଣା କରିଛନ୍ତି । ନିରଜ ତାଙ୍କ ଜୀବନର ଅଧିକାଂଶ ତାଲିମ ପଞ୍ଜାବର ପଟିଆଲାରେ ନେଇଛନ୍ତି । ମଣିପୁର ସରକାର ଏକ କୋଟି,ବିସିସିଆଇ ଏକ କୋଟି,ଚେନ୍ନାଇ ସୁପରକିଙ୍ଗସ ଏକ କୋଟି ଏବଂ ଲର୍ଣ୍ଣିଂ ଆପ ବାଇଜୁସ ଦୁଇ କୋଟି ଦେବାକୁ ଘୋଷଣା କରିଛନ୍ତି ।
ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ମଧ୍ୟ ନିରଜଙ୍କୁ ଏକ ବର୍ଷ ପାଇଁ ବିମାନ ଚଳାଚଳ ଯାତ୍ରା ମାଗଣାରେ ଦେବାକୁ ଘୋଷଣା କରିଛି । ଚଳିତ ବର୍ଷ ଅଗଷ୍ଟ ୮ରୁ ଆସନ୍ତା ବର୍ଷ ୭ ଅଗଷ୍‌ଟ ଯାଏଁ ନିରଜଙ୍କ ପାଇଁ ସ୍ପେଶାଲ ସ୍କିମ କରିବ ଇଣ୍ଡିଗୋ । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବାକୁ ଘୋଷଣା କରିଛନ୍ତି । ଜଣେ ୟୁଜର ମହିନ୍ଦ୍ରା ଚେୟାରମ୍ୟାନଙ୍କୁ ଏକ୍ସୟୁଭି ୭୦୦ କାର ଦିଅନ୍ତୁ ବୋଲି ଟ୍ୟାଗ କରିଥିଲେ । ଯାହାର ଉତରରେ ଆନନ୍ଦ ଲେଖିଥିଲେ ଏହା ମୋ ସୌଭାଗ୍ୟ ଓ ସମ୍ମାନ ହେବ ।
ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରିଚିଛନ୍ତି । ନିଜର ସର୍ବଶ୍ରେଷ୍ଠ୍ର ପ୍ରଦର୍ଶନ ଦେଇ ସୁନା ଜିତି ସେ ଭାରତର
ନାଁକୁ ଶୀର୍ଷରେ ପହଞ୍ଚାଇ ଦେଇଛନ୍ତି ।

Leave A Reply

Your email address will not be published.