ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଖୋଲିଲା ମା’ ତାରିଣୀ ମନ୍ଦିର

0

ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବାସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ ।ଦୈନିକ ଦୁଇଟି ପର୍ଯ୍ୟାୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ । ସକାଳ ୭.୩୦ରୁ ୧୨.୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ୭ଟା ଯାଏ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ । ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ପିଲା ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହିପରି କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୩ରୁ ଭୁବନେଶ୍ୱର ମହାନଗର ନିଗମ ଅ ଳର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । । ୨୩ରୁ ଭୁବନେଶ୍ୱରରେ ସମସ୍ତ ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ଏକାଥରକେ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡାଯିବନି । ତେବେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତି ନେବ । ତେବେ ମନ୍ଦିର ଖୋଲିଲେ କୌଣସି ଭକ୍ତ ଭୋଗ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ କି ଗର୍ଭଗୃହ ଭିତରେ ପ୍ରବେଶ କରିପାରିବେ ନାହିଁ ।

Leave A Reply

Your email address will not be published.