ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଖୋଜି ଖୋଜି ଧରୁଛି ଭିଜିଲାନ୍ସ

0

ଭିଜିଲାନ୍ସ ସ୍କାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖୋଜି ଖୋଜି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାହାର କରୁଛି ଭିଜିଲାନ୍ସ । ଗତ କିଛି ଦିନ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି ା ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟା ଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ସେହିପରି ଗାଇସିଲଟ ବ୍ଲକର କୋଟିପତି ପେକ୍ସ ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏପଟେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି ।ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ କେନ୍ଦୁଝର ସ୍ଥିତ ବାସଭବନ, ପୈତୃକ ଖର, ଶ୍ୱଶୁର ଘର ଓ ଯୋଡା ଅଫିସରେ ରେଡ ଚାଲିଛି । ଚଢାଉରେ ୨ ଜଣ ଡିଏସପି ୪ ଜଣ ଇନ୍ସପେକ୍ଟରଙ୍କ ସାମିଲ ଅଛନ୍ତି । ଗୋଟିଏ ଦୁଇ ମହଲା କୋଠା ଓ ଦୁଇଟି ଚାରି ଚକିଆ ଗାଡି ଠାବ କରାଯାଇଛି । ଏପଟେ ପୁରୀରେ ମଧ୍ୟ ଜିଲ୍ଳା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କ ଘରେ ରେଡ ଚାଲିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୃର୍ଷ୍ଣଚନ୍ଦ୍ର ଜେନାଙ୍କ ଘରେ ରେଡ ଚାଲିଛି । ଶ୍ରୀଗୁଣ୍ଡିଚା ବିହାର, ବ୍ରହ୍ମଗିରି ପୈତୃକ ବାସଭବନ,ଭୁବନେଶ୍ୱର ନୂଆ ଗାଁରେ ଥିବା ଘରେ ରେଡ ଚାଳିଛି ।ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ପୂର୍ବରୁ କିରାଣି ବିରୋଧରେ ଛତୁଆ ଦୁର୍ନୀତି ଅଭିଯୋଗ ଥିଲା । ସେହିପରି ବରଗଡ ଗାଇସିଲଟ ବ୍ଲକର କୋଟିପତି ସହ ସଂପାଦକ ଗିରଫ । ପେକ୍ସ ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘନଶ୍ୟାମ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଏକକୋଟି ୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ କରାଯାଇଛି । ସେହିପରି ୬୨ ଲକ୍ଷ ୪୦ ହଜାର ୩୩୭ ଟଙ୍କାର ମୁଲ୍ୟର ଗୋଟିଏ ଦୁଇ ମହଲା କୋଠା ଓ ୩ଟି ପ୍ଲଟ ଠାବ କରାଯାଇଛି । ୫ ଲକ୍ଷ ୭୫ ହଜାର ୨୪ ଟଙ୍କା ମୂଲ୍ୟର ଆସବାପତ୍ର ଓ ସୁନାଗହଣା ଜବତ କରାଯାଇଛି । ୧୯ ଲକ୍ଷ ୬୨ ହଜାର ୬୦୫ ଟଙ୍କାର ସ୍କର୍ପିଓ, ଟ୍ରାକ୍ଟର ଓ ବାଇକ ଜବତ କରାଯାଇଛି । ଏତେ ଟଙ୍କା ଘନଶ୍ୟାମ ସାହୁ କେଉଁଠି ଆଣିଲେ ସେ ନେଇ ପଚରାଉଚରା ପରେ ସନ୍ତୋଷଜନକ ଉତ୍ତର ମିଳିନଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.