ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସବୁ ଗିଳିଦେବାକୁ ବସିଛନ୍ତି, ସରକାର କ’ଣ ଚୁପ୍ ବସିଥିବେ?

0

ଜବରଦଖଲରେ ହଜାର ହଜାର ଏକର ଜମି, କୋଟି କୋଟି ଟଙ୍କାର ରାଜଭାଗ ବକେୟା ପଡିଛି
ଟ୍ରଷ୍ଟ ବୋର୍ଡ ହାତେଇବାକୁ ପ୍ରତିଯୋଗିତା ଚାଲିଛି, ଗାଁ ଗଣ୍ଡାକୁ ଭାଗ ଭାଗ କରିଦେଲେଣି ରାଜନୀତି
ରାଜ୍ୟର ପ୍ରମୁଖ ମନ୍ଦିର ଭଳି ମହାପ୍ରଭୁଙ୍କୁ ଛାଡିନାହାନ୍ତି; ଆଇନ, ରାଜସ୍ବ ବିଭାଗ କାହା ସ୍ବାର୍ଥରେ?

ଭୁବନେଶ୍ବର: ବିଭିନ୍ନ ଗଣମାଧ୍ୟମରେ ସରକାରୀ ସଂପତ୍ତି ଓ କୌଣସି ବ୍ୟକ୍ତିଗତ ସଂପତ୍ତି ହଡପ ଅଭିଯୋଗ ବା କେଳେଙ୍କାରୀ ଘଟଣା ନୂଆ ନୁହେଁ। ବର୍ଷ ବର୍ଷ ଧରି ଏହି ପ୍ରସଙ୍ଗ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ଓ ବିଭିନ୍ନ କୋର୍ଟ କଚେରୀରେ ହଜାର ହଜାର ମାମଲା ଏ ସଂକ୍ରାନ୍ତରେ ବର୍ଷ ବର୍ଷ ଧରି ଗଡୁଛି। ହେଲେ ଓଡ଼ିଶାରେ ଜମି କେଳେଙ୍କାରୀର ଯେଉଁ ନୂଆ ଦିଗ ଏବେ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚମକାଇ ଦେବାଭଳି ଏକ ପ୍ରସଙ୍ଗ।

ରାଜ୍ୟର ଠାକୁରଙ୍କ ସଂପତ୍ତି ଗିଳିଦେବା ଲାଗି ଗୋଟିଏ ବଡ଼ ଧରଣର ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଯାଇଛି। ଗୋଟିଏ ଏକର କିମ୍ବା ପାଞ୍ଚଶହ ଏକର ନୁହେଁ, ହଜାର ହଜାର ଏକର ସଂପତ୍ତିକୁ ମାଫିଆ ଗିଳି ହଜମ କରିଦେଲେଣି। କିଛି ଠାକୁରଙ୍କ ସଂପତ୍ତି ମାଡ଼ି ବସିଛନ୍ତି, ରାଜଭାଗ ବି ଉଦରସ୍ତ କରିବାକୁ ପଛଘୁଞ୍ଚା ଦେଉନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଗାଁ ଗଣ୍ଡାରେ ଥିବା ଠାକୁର ଠାକୁରାଣୀ କେହି ଏଥିରୁ ବାଦ୍ ପଡୁନାହାନ୍ତି। ସରକାର କିନ୍ତୁ ନିଧଡକ ହୋଇ ବସିଛନ୍ତି। ଆଇନ ବିଭାଗ ତୁଣ୍ଡ ଖୋଲୁନି କି ରାଜସ୍ବ ବିଭାଗ ମୁଣ୍ଡ ଖେଳାଉନି। ପୂର୍ବରୁ ଶ୍ରୀମନ୍ଦିର ସଂପର୍କରେ ଏଜିଙ୍କ ଅଡିଟ୍ ରିପୋର୍ଟରେ ଏହାର ଆଭାସ ମିଳିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସୁପାରିସରେ ଯେଉଁ ୬୧ଟି ଧର୍ମାନୁଷ୍ଠାନର ଅଡିଟ୍ ହୋଇଥିଲା, ସେଥିରେ ବି ଅନୁରୂପ ଚିତ୍ର ସାମ୍ନାକୁ ଆସୁଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ, ସରକାରୀ ତତ୍ପରତା ନାହିଁ।

ରାଜ୍ୟ ସରକାରଙ୍କ ଦେ‌ବୋତ୍ତର ବିଭାଗ ଅଧୀନରେ ୧୭ ହଜାର ୪୭୨ ମନ୍ଦିର ଓ ୪୫୯ ମଠ ରହିଛି। ଟ୍ରଷ୍ଟ ବୋର୍ଡ ଜରିଆରେ ବିଭାଗ ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ପରିଚାଳନା କରାଯାଏ। କିଛି ସ୍ଥାନରେ ଦେବୋତ୍ତର ବିଭାଗ ମଧ୍ୟ ପ୍ରତ୍ୟକ୍ଷ ଭାବେ ଦେଖାଶୁଣା କରନ୍ତି। ଯିଏ ବି ପରିଚାଳନା କରନ୍ତୁ, ବିଭିନ୍ନ ଉତ୍ସରୁ ଆସୁଥିବା ଆୟବ୍ୟୟ ଅଡିଟ୍‌ ଜରିଆରେ ତଦାରଖ କରାଯିବା କଥା। ସରକାର ଦେଖିବା କଥା, ଲୋକଙ୍କ ଆସ୍ଥା ଓ ବିଶ୍ବାସ ଯେଉଁ ସବୁ ଦେବାନୁଷ୍ଠାନ ସହିତ ଯୋଡି ହୋଇ ରହିଛି, ସେଠାରେ ସର୍ବନିମ୍ନ ବିଶୃଙ୍ଖଳା ବା ଅନିୟମିତତା ହେବା କଥା ନୁହେଁ।

ହେଲେ ଏ ମଧ୍ୟରୁ ଅର୍ଦ୍ଧାଧିକ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ରହିଛି, ଯେଉଁଠାରେ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ ରହିଛି। ଏଠାରେ ରାଜନୀତି ଧସେଇ ପଶିଲାଣି। କିଏ ଟ୍ରଷ୍ଟ ବୋର୍ଡର ସଭ୍ୟ ରହିବ, କାହାର ମାମଲତି ଚାଲିବ, କିଏ ଠାକୁରଙ୍କୁ ନେଇ ଗାଁରେ ନିଜର ପତିଆରା ପ୍ରଦର୍ଶନ କରିବ, ସେଥିଲାଗି ପ୍ରତିଯୋଗିତା ଚାଲିଛି। ରାଜନୈତିକ ନେତା ଏହାକୁ ଉସୁକାଉଛନ୍ତି। ଏହାକୁ ନେଇ ଗାଁର ଏକତା ନଷ୍ଟ ହୋଇ ଲୋକମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହେଲେଣି। ମିଳୁଥିବା ସୂଚନା ଅନୁସାରେ, ଏବେ ଟ୍ରଷ୍ଟ ବୋର୍ଡକୁ ନେଇ ପାଖାପାଖି ୪ ହଜାର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଆଉ ବିବାଦ କାରଣରୁ ଶହ ଶହ ଅନୁଷ୍ଠାନ ବିନା ଟ୍ରଷ୍ଟ ବୋର୍ଡରେ ପରିଚାଳିତ ହେଉଛି।

ସବୁଠାରୁ ସାଂଘାତିକ ଦିଗଟି ହେଲା, ଟ୍ରଷ୍ଟ ବୋର୍ଡ ହାତେଇବାକୁ ଲୋକଙ୍କ ଭିତରେ ଯେତିକି ଆଗ୍ରହ ରହିଛି, ଠାକୁରଙ୍କର ଏକର ଏକର ସମ୍ପତ୍ତି ସୁରକ୍ଷା ଲାଗି ସେତିକି ଉତ୍ସାହ ନାହିଁ। ଠାକୁରମାନଙ୍କର ହଜାର ହଜାର ଏକର ସଂପତ୍ତି ଏବେ ଜବର ଦଖଲରେ ରହିଛି। ଏଥିମଧ୍ୟରୁ କେତେକ ସମ୍ପତ୍ତିକୁ ବିଭାଗ ଠାବ କରିପାରୁନାହିଁ। ଏହି ସମ୍ପତ୍ତିରୁ ଜବର ଦଖଲ ଉଚ୍ଛେଦ ପାଇଁ ଓଏଚ୍‌ଆରଇ ଆକ୍ଟ(ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ) ବଳରେ ଜିଲ୍ଲାପାଳମାନେ ଅଧିକୃତ ହୋଇଛନ୍ତି। କିଛି ଜିଲ୍ଲାପାଳଙ୍କୁ ଦେବୋତ୍ତର କମିସନ ପକ୍ଷରୁ ଚିଠି ଲେଖାଯାଇଛି। ହେଲେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଠାକୁରଙ୍କ ସମ୍ପତ୍ତି ହରିଲୁଟ୍‌ ଚାଲିଥିଲେ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ।

ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଦେବୋତ୍ତର କମିସନଙ୍କର ୩୯୯୦ଟି ଉଚ୍ଛେଦ ଆଦେଶ ପଡ଼ି ରହିଥିବା ସୂଚନା ମିଳିଛି। ରାଜ୍ୟ ସରକାର ମଧ୍ୟ ଥରୁଟିଏ ସମୀକ୍ଷା କରିବା ଅଥବା ତାଗିଦ କରିବା ନଜିର ନିକଟ ଅତୀତରେ ନାହିଁ। ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ନେଇ ଯେଉଁ ଅଡିଟ ହୋଇଥିଲା, ସେଥିରୁ ଜଣାପଡିଥିଲା ଯେ ଠାକୁରଙ୍କର ଆୟରୁ ୧୬ କୋଟି ୬୯ ଲକ୍ଷ ୫୫ ହଜାର ୩୭୦ ଟଙ୍କା କ୍ଷମତାର ଅପବ୍ୟବହାର ଓ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଖିଲାପ କରି ଖର୍ଚ୍ଚ କରାଯାଇଛି। ଏହି ଗୋଟିଏ ନୁହେଁ, ଏହି ତାଲିକା ଦେଉଥିଲେ ସରିବନି।

ଏହାବାଦ୍ ଓଡ଼ିଶାର ବିଭିନ୍ନ ଗାଁରେ ବିଭିନ୍ନ ଦେବାଦେବୀଙ୍କ ନାମରେ ଏଭଳି ଶହ ଶହ ଏକର ସଂପତ୍ତି ରହିଛି। କିନ୍ତୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏସବୁ ଜମିକୁ ଚଳୁ କରିଦେଇଛନ୍ତି। ଏହାକୁ ଉଦ୍ଧାର ଉଦ୍ଧାର କରିବା ଲାଗି ଦେବୋତ୍ତର କମିସନ ଏଯାଏ ଠୋସ୍ ଭାବେ କିଛି ବି ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ବି ଥରେ ହିସାବ କରି ତଥ୍ୟ ରଖିବାକୁ ଚାହିଁନାହିଁ ଯେ ଦେବୋତ୍ତର ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ କେତେ ଏକର ସଂପତ୍ତି ରହିଛି, ସେଥିରୁ କେତେ ଜବରଦଖଲରେ। କେତେ ସଂପତ୍ତିରୁ ରାଜଭାଗ ମିଳିବା ବନ୍ଦ ହୋଇଗଲାଣି।

ଆଉ ସବୁଠାରୁ ବଡ଼ କଥା ହେଉଛି, ଏଥିରୁ କେତେ ସଂପତ୍ତିର ମୂଲ୍ୟ ଇତିମଧ୍ୟରେ ବହୁଗୁଣିତ ହୋଇଛି, ଅଥଚ ଗାଁ ଗଣ୍ଡାରେ ସକ୍ରିୟ ଥିବା ମାମଲତକାର ଗୋଷ୍ଠୀ ଓ ମାଫିଆ ଏହାକୁ ଜୋର ଜବରଦସ୍ତ କବ୍‌ଜା କରି ରଖିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କଥା ନ କହିବା ଭଲ। ସୁପ୍ରିମକୋର୍ଟରେ ଆମିକସ କ୍ୟୁରିଙ୍କ ଦେଇଥିବା ରିପାେର୍ଟ ଅନୁସାରେ, ମହାପ୍ରଭୁଙ୍କ ସଂପତ୍ତିର ପରିମାଣ ୬୦ ହଜାର ୪୧୮ ଏକର। ଏଥିରୁ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ଜମିର ରେକର୍ଡ ଅଫ୍ ରାଇଟ୍ସ ରହିଛି। ୬ ମାସ ମଧ୍ୟରେ ବାକି ଜମି ମହାପ୍ରଭୁଙ୍କ ନାମକୁ ଆଣିବା ଲାଗି କୋର୍ଟ ନିର୍ଦେଶ ଦେଇଥିଲେ। ଏହା କାର୍ଯ୍ୟକାରୀ ହେଲା?

ଏହା ପୂର୍ବରୁ ଶ୍ରୀମନ୍ଦିର ସଂପର୍କରେ ସିଏଜି ଅଡିଟ୍ କରିଥିଲେ। ଆଜିର ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯେବେ ଓଡ଼ିଶା ଦାୟିତ୍ବରେ ଥିଲେ, ସେ ସମୟରେ ରିପେରା୍ଟ ଆସିଥିଲା ଯେ ମହାପ୍ରଭୁଙ୍କର ବୋଲି ଚିହ୍ନଟ ହୋଇଥିବା ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ୨୮ ହଜାର ୭୧୮ ଏକର ୭୧୦ ଡେସିମିଲ ଅନ୍ୟମାନଙ୍କ ନାଁରେ ଅଛି, ଦଖଲରେ ବି। ଶହ ଶହ କୋଟି ଟଙ୍କା ମୂଲ୍ୟର ଏସବୁ ଜମିର ଆଜି ଦିନର ସ୍ଥିତି କ’ଣ ତାହା କାହାକୁ ମାଲୁମ୍‌ ନାହିଁ।

ମହାପ୍ରଭୁଙ୍କ ଚିହ୍ନଟ ଜମି (୫୯ ହଜାର ୧୩୦ ଏକର ୯୩୮ ଡେସିମିଲ)ର ମାତ୍ର ୧୧% ଜମି ଅର୍ଥାତ୍‌ ୬୬୩୮ ଏକର ୭୮୩ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବରଗଡ଼,ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭ˚ଜ, ସୁନ୍ଦରଗଡ଼ ଓ କଳାହାଣ୍ତି ଭଳି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ କରିବା ଲାଗି କେହି ଦାବି କରୁନାହାନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶରେ ଥିବା ୨୦ ଏକର ୭୭୦ ଡେସିମିଲ ଜମିକୁ ବାଦ୍‌ ଦେଲେ ଅନ୍ୟ ପାଞ୍ଚଟି ରାଜ୍ୟରେ ଥିବା ପ୍ରାୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ରାଜଭାଗ ଆଦାୟ ହୋଇପାରୁନାହିଁ।
ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ବୟାନ କରୁଛି ଯେ ୨୦୦୯-୨୦୧୦ରୁ ୨୦୧୫-୧୬ ମଧ୍ୟରେ ୭ କୋଟି ୮୯ଲକ୍ଷ ଟଙ୍କା ରାଜଭାଗ ପ୍ରାପ୍ୟ ହେଉଥିଲା। ପୂର୍ବ ବକେୟାକୁ ମିଶାଇଲେ ଏହା ଆହୁରି ଅଧିକ ହେବ। କିନ୍ତୁ ଏହି ସମୟ ମଧ୍ୟରେ ଆଦାୟ ହୋଇଥିଲା ମାତ୍ର ୧ କୋଟି ୮୭ଲକ୍ଷ ୧୮ ହଜାର ଟଙ୍କା।

Leave A Reply

Your email address will not be published.