ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ରାତି ଅଧିଆ ଉଠାଇନେଲା ପୁଲିସ

0

ଭୁବନେଶ୍ବର: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ନେଇ ଶପଥ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଗତକାଲିର ଲଙ୍କାକାଣ୍ଡକୁ ନେଇ ଏବେ ବି ଚାପା ଉତେଜନା ଲାଗି ରହିଛି। ପ୍ରକଳ୍ପ ସ୍ଥାନରେ ଭଙ୍ଗାରୁଜା କରିଥିବା କିଛି ଜଣଙ୍କୁ ଗତକାଲି ରାତି ଅଧିଆ ପୁଲିସ ଉଠାଇନେଇଥିବା ଜଣାପଡିଛି। ପାଖାପାଖି ୨୫ ଜଣଙ୍କୁ ପୁଲିସ ଗିରଫ କରିଥିବା ଖବର ଆସୁଛି। ଏବେ ବି ଘଟଣା ସ୍ଥଳରେ ୧୬ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି।

ଋକ୍ତ ଦେବୁ ପଛେ ହେଲେ ପାଣି ଦେବୁ ନାହିଁ । ଏଭଳି ଜିଦରେ ଅଟଳ ଥିବା ସ୍ଥାନୀୟ ବାସିନ୍ଦା ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଗତକାଲି ପ୍ରକଳ୍ପ
ସ୍ଥାନରେ ଭଙ୍ଗାରୁଜା କରିଥିଲେ। ୧୪୪ ଧାରା ଲାଗୁ ସତ୍ୱେ ଆନ୍ଦୋଳନକାରୀ ପୁଲିସ ବ୍ୟାରିକେଡ ଭାଙ୍ଗି ଠିକା କମ୍ପାନିର ଗାଡି, ଆମ୍ବୁଲାନ୍ସ ଓ ବହୁ ସାମଗ୍ରୀ
ଭାଙ୍ଗିରୁଜି ଚୁରମାର କରିଦେଇଥିଲେ। ହଜାର ହଜାର ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାକୁ ଯାଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କୁ ପୁଲିସ ପିଟିଥିବା ବେଳେ ଆନ୍ଦୋଳନକାରୀମାନେ ମଧ୍ୟ ପାଲଟା ପଥର ମାଡ କରିଥିଲେ। ଫଳରେ ଘଟଣା ସ୍ଥଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ୧୦ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ଉପଖଣ୍ଡ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଲୋକଙ୍କୁ
ବୁଝାସୁଝା କରିବାକୁ ଯାଇଥିବା ତହସିଲଦାରଙ୍କୁ ମଧ୍ୟ ଠେଲାପେଲା କରିଥିଲେ ଆନ୍ଦୋଳନକାରୀ।

ଖରସ୍ରୋତା ଜଳପ୍ରକଳ୍ପକୁ ନେଇ ଗତ ଦୁଇ ବର୍ଷ ହେବ ବିରୋଧ ଚାଲିଆସୁଛି। ଖରସ୍ରୋତାରୁ ଜଳ ଭଦ୍ରକକୁ ଦେଲେ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବ।
କନିକା ଓ ଆଳି ଅଞ୍ଚଳରେ ଜଳ ସଂକଟ ଦେଖାଦେବ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଆସୁଛନ୍ତି। ହେଲେ ଗତ ମଙ୍ଗଳବାର ଦିନ ଭାରିଗଦା ସ୍ଥିତ ଖରସ୍ରୋତା ନଦୀରେ ଜଳପ୍ରକଳ୍ପ କାମ ଆରମ୍ଭ ପରେ ଏହାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଛି।

Leave A Reply

Your email address will not be published.