ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ରାତି ଅଧିଆ ଉଠାଇନେଲା ପୁଲିସ

0

ଭୁବନେଶ୍ବର: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ନେଇ ଶପଥ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଗତକାଲିର ଲଙ୍କାକାଣ୍ଡକୁ ନେଇ ଏବେ ବି ଚାପା ଉତେଜନା ଲାଗି ରହିଛି। ପ୍ରକଳ୍ପ ସ୍ଥାନରେ ଭଙ୍ଗାରୁଜା କରିଥିବା କିଛି ଜଣଙ୍କୁ ଗତକାଲି ରାତି ଅଧିଆ ପୁଲିସ ଉଠାଇନେଇଥିବା ଜଣାପଡିଛି। ପାଖାପାଖି ୨୫ ଜଣଙ୍କୁ ପୁଲିସ ଗିରଫ କରିଥିବା ଖବର ଆସୁଛି। ଏବେ ବି ଘଟଣା ସ୍ଥଳରେ ୧୬ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି।

ଋକ୍ତ ଦେବୁ ପଛେ ହେଲେ ପାଣି ଦେବୁ ନାହିଁ । ଏଭଳି ଜିଦରେ ଅଟଳ ଥିବା ସ୍ଥାନୀୟ ବାସିନ୍ଦା ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଗତକାଲି ପ୍ରକଳ୍ପ
ସ୍ଥାନରେ ଭଙ୍ଗାରୁଜା କରିଥିଲେ। ୧୪୪ ଧାରା ଲାଗୁ ସତ୍ୱେ ଆନ୍ଦୋଳନକାରୀ ପୁଲିସ ବ୍ୟାରିକେଡ ଭାଙ୍ଗି ଠିକା କମ୍ପାନିର ଗାଡି, ଆମ୍ବୁଲାନ୍ସ ଓ ବହୁ ସାମଗ୍ରୀ
ଭାଙ୍ଗିରୁଜି ଚୁରମାର କରିଦେଇଥିଲେ। ହଜାର ହଜାର ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାକୁ ଯାଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କୁ ପୁଲିସ ପିଟିଥିବା ବେଳେ ଆନ୍ଦୋଳନକାରୀମାନେ ମଧ୍ୟ ପାଲଟା ପଥର ମାଡ କରିଥିଲେ। ଫଳରେ ଘଟଣା ସ୍ଥଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ୧୦ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ଉପଖଣ୍ଡ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଲୋକଙ୍କୁ
ବୁଝାସୁଝା କରିବାକୁ ଯାଇଥିବା ତହସିଲଦାରଙ୍କୁ ମଧ୍ୟ ଠେଲାପେଲା କରିଥିଲେ ଆନ୍ଦୋଳନକାରୀ।

ଖରସ୍ରୋତା ଜଳପ୍ରକଳ୍ପକୁ ନେଇ ଗତ ଦୁଇ ବର୍ଷ ହେବ ବିରୋଧ ଚାଲିଆସୁଛି। ଖରସ୍ରୋତାରୁ ଜଳ ଭଦ୍ରକକୁ ଦେଲେ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବ।
କନିକା ଓ ଆଳି ଅଞ୍ଚଳରେ ଜଳ ସଂକଟ ଦେଖାଦେବ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଆସୁଛନ୍ତି। ହେଲେ ଗତ ମଙ୍ଗଳବାର ଦିନ ଭାରିଗଦା ସ୍ଥିତ ଖରସ୍ରୋତା ନଦୀରେ ଜଳପ୍ରକଳ୍ପ କାମ ଆରମ୍ଭ ପରେ ଏହାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଛି।

Leave A Reply

Your email address will not be published.