ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏମିତି ବିପଦ ଆଣି ଆସୁଛି ତୃତୀୟ ଲହର!

0

ଭୁବନେଶ୍ବର:

ପିଲାଙ୍କ ପାଇଁ ଘାତକ ସାଜିବ କି କରୋନାର ତୃତୀୟ ଲହର?

ପୁଣିଥରେ ବିଗିଡ଼ି ଯିବ କି ପିଲାଙ୍କ ପାଠପଢ଼ା?

ଗତ ୧୫ ଦିନ ହେଲା ଦେଶର ବିଭିନ୍ନ ଭାଗରେ ଛୋଟ ପିଲା କୋଭିଡ୍‌-୧୯ରେ ଆକ୍ରାନ୍ତ ହେଉଥିବା ଖବର ଏବେ ଅଭିଭାବକ ମହଲରେ ଏଭଳି ଭୟ ସୃଷ୍ଟି କଲାଣି। ବିଶେଷକରି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଛୋଟ ପିଲା କରୋନାରେ ସଂକ୍ରମିତ ହେବା ଖବର ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବେଙ୍ଗାଲରୁରେ ଦୈନିକ ୩୦୦ରୁ ୪୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ୨୬ ଜଣ ଛୋଟ ପିଲା ରହୁଛନ୍ତି।

କେବଳ ବେଙ୍ଗା‌ଲୁରୁ ନୁହେଁ। ଅଗଷ୍ଟର ପ୍ରଥମ ଦୁଇ ସପ୍ତାହ ସୁଦ୍ଧା ମିଜୋରାମରେ ୧୨୮ ଜଣ ଓ ପଞ୍ଜାବର ଲୁଧିଆନାରେ ୩୩ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏକାଥରେ ଏତେ ସଂଖ୍ୟକ ଛୋଟ ପିଲା ଆକ୍ରାନ୍ତ ହୋଇ ଥିବା ନେଇ ‌ସେଭଳି ସୂଚନା ଆସି ନାହିଁ। କିନ୍ତୁ ଏକାଧିକ ସ୍କୁଲର ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ପଦାକୁ ଆସିଛି।

ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି। ଏହାରି ଭିତରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ଅଗଷ୍ଟ ୧୫ ଯାଏ ସ୍କୁଲ ବନ୍ଦ କରିବା ସହ ଅନ୍ୟମାନଙ୍କ ଉପରେ ନଜର ରଖିଛି। ତିନି ଦିନ ତଳେ ଭୁବନେଶ୍ବରର ଏକ ଆବାସିକ ବିଦ୍ୟାଳୟର ୭ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଥିବା ନେଇ ମଧ୍ୟ ସୂଚନା ମିଳିଛି। ଏସ୍‌ସି ଓ ଏସ୍‌ଟି ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟକୁ ବିଶୋଧନ କରାଯିବା ସହ ସର୍ତକତା ଅବଲମ୍ବନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି।

ଆସନ୍ତା ୧୬ ତାରିଖଠାରୁ ନବମ ଶ୍ରେଣୀ, ପିଜି ଓ ୟୁଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ସମସ୍ୟା ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ବେଙ୍ଗାଲୁରୁରୁ ଆସିଥିବା ସୂଚନା ଅନୁଯାୟୀ ଜୁଲାଇ ୧ରୁ ଅଗଷ୍ଟ ୧୧ ମଧ୍ୟରେ ୭୪୮ଜଣ ଶିଶୁ( ୧ରୁ ୯ ବର୍ଷ ବୟସ୍କ) ସଂକ୍ରମିତ ହୋଇଛନ୍ତି। ସେହିପରି ଅଗଷ୍ଟ ୫ରୁ ୧୧ ମଧ୍ୟରେ ୧୪୩ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଛୋଟ ପିଲାମାନେ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ଆକ୍ରାନ୍ତ ଶିଶୁଙ୍କଠାରେ ଲକ୍ଷଣବିହୀନ ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉ ନ ଥିବା ମଧ୍ୟ ଜଣାପଡ଼ିଛି। ଏମିତିକି ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କାହାରିକୁ ଆଇସିୟୁରେ ଭର୍ତ୍ତି କରାଯାଇ ନ ଥିବା ବି ନଜରକୁ ଆସିଛି। ଅନ୍ୟ ରାଜ୍ୟରେ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବାରୁ ଓଡିଶା ପ୍ରତି ମଧ୍ୟ ବିପଦ ଥିବା ନେଇ ବିଶେଷଜ୍ଞମାନେ ସତର୍କ କରେଇ ଦେଇଛନ୍ତି।

ଅନ୍ୟପଟେ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

Leave A Reply

Your email address will not be published.